ଆମେରିକାକୁ ଚୀନ୍‌ର ଧମକ: ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହ

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦/୦୫ : ଚୀନର ବୈଦେଶିକ ମନ୍ତ୍ରାଳୟ ବୁଧବାର ଦିନ ତାଇଵାନ ପ୍ରସଙ୍ଗରେ ଆମେରିକାକୁ ଧମକ ଦେଇଛି| ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଟ୍ୱିଟ କରି ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ବେନଙ୍କୁ ଦ୍ୱିତୀୟ କାର୍ଯ୍ୟକାଳକୁ ନେଇ ଶୁଭେଚ୍ଛା ଦେଇଥିଲେ | ଏହି ଟ୍ୱିଟକୁ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ବୟାନ ଜାରି କରି ବିରକ୍ତି ଭାବ ପ୍ରକାଶ କରିଛନ୍ତି | ଚୀନ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ତାଇଵାନ ଅଞ୍ଚଳର ସ୍ଥିରତା ଓ ଶାନ୍ତି ସହ ଆମେରିକା ଚୀନ ସମ୍ପର୍କକୁ ଗମ୍ଭୀର ଭାବେ କ୍ଷତି କରିଛି | ଚୀନ କହିଛି ସେ ଏହା ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡିବ |

ମାଇକ ମଙ୍ଗଳବାର ଦିନ ଟ୍ୱିଟ କରି ତାଇୱାନ ରାଷ୍ଟ୍ରପତିଙ୍କୁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଦେଇଥିଲେ ଏବଂ କହିଥିଲେ ଯେ ତାଇୱାନର ଗଣତନ୍ତ୍ର ସାରା ଦୁନିଆ ପାଇଁ ଏକ ପ୍ରେରଣା | ରାଷ୍ଟ୍ରପତି ସାଇଙ୍କ ନେତୃତ୍ୱରେ ତାଇୱାନ ସହ ଆମେରିକାର ବୁଝାମଣା ଆହୁରି ମଜବୁତ ହେବ |

{"id":273157,"width":586,"height":412,"sizeSlug":"large"}

୧୯୪୯ ମସିହା ଗୃହ ଯୁଦ୍ଧ ପରଠାରୁ ଚୀନ ତୋବନ ଉପରେ ନିଜର ଦାବି କରି ଆସୁଛି | କିନ୍ତୁ ଅପରପକ୍ଷରେ ତାଇୱାନ ନିଜକୁ ସ୍ୱତନ୍ତ୍ର ଓ ସମ୍ପ୍ରଭ ବୋଲି ଦର୍ଶାଇଥାଏ | ଚୀନ ହଙ୍ଗକଂଗ ଭଳି ତାଇୱାନରେ ମଧ୍ୟ ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥା ଲାଗୁ କରିବାକୁ ଚାହୁଁଚି | ଦରକାର ପଡିଲେ ତାଇୱାନ ଉପରେ ବଳପୂର୍ବକ କବ୍ଜା କରିବ ବୋଲି ଚୀନ ଧମକ ଦେଇଛି | ସେଥିପାଇଁ ଯେବେ ବି କୌଣସି ଦେଶ ତାଇୱାନକୁ ସମର୍ଥନ କରେ ଚୀନ ସେହି ଦେଶକୁ ଧମକ ଦେଇଥାଏ |

ସାଇ ଇଙ୍ଗ ରାଷ୍ଟ୍ରପତି ଭାବେ ଶପଥ ନେବାପରେ ନିଜ ଅଭିଭାଷଣରେ କହିଥିଲେ ଯେ, ସେ କବ୍ଜା ଓ ଆକ୍ରମଣ ଚାପକୁ ସଫଳାତାପୂର୍ବକ ପ୍ରତିରୋଧ କରିଛନ୍ତି | ସେ ଗଣତନ୍ତ୍ର ଶାସନ ଆଡକୁ ଆଗକୁ ବଢୁଛନ୍ତି | ଗୋଟେ ସମୟରେ ତାଇୱାନ ପୁରା ଦୁନିଆରୁ ଅଲଗା ହୋଇ ଏକା ହୋଇଯାଇଥିଲା କିନ୍ତୁ ସବୁ ଚେତାବନୀ ସତ୍ତ୍ୱେ ଦେଶ ସର୍ବଦା ଗଣତନ୍ତ୍ର ଏବଂ ସ୍ୱତନ୍ତ୍ରତା ମୂଲ୍ୟକୁ ସାଇତି ରଖିଛି | ସାଇଙ୍କ ଅଭିଭାଷଣ ପରେ ଚୀନ ତୁରନ୍ତ ପ୍ରତିକ୍ରିୟା ରଖିଥିଲା | ଚୀନ କହିଥିଲା ଯେ, ତାଇୱାନର ସ୍ୱତନ୍ତ୍ରତା ପାଇଁ ଚୀନ କୌଣସି ବାଟ ଛାଡିବ ନାହିଁ |

{"id":273159,"sizeSlug":"large"}

ତାଇୱାନ ରାଷ୍ଟ୍ରପତି କରୋନା ମହାମାରୀ ବିରୋଧରେ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାକୁ ସାରା ଦୁନିଆ ପ୍ରଶଂସା କରିଛି | ତାଇୱାନ ଲକଡାଉନ ବିନା ଦୃଢ ପ୍ରତିବନ୍ଧକ ଲାଗୁ କରି କରୋନା ଯୁଦ୍ଧରେ ବିଶ୍ୱ ମଞ୍ଚରେ ନିଜର ସ୍ଥିତି ମଜବୁତ କରିଛି | ତାଇୱାନରେ ଗତ ୩ ସପ୍ତାହ ମଧ୍ୟରେ ଗୋଟିଏ ନୂଆ କରୋନା ମାମଲା ଆସିନାହିଁ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ତାଇୱାନର ସଫଳତା ଦେଖି ପର୍ଯ୍ୟବେକ୍ଷକ ଭାବେ ତାଇୱାନକୁ ସାମିଲ କରିବାକୁ ଦାବି ହେବାପରେ ଚୀନ ଏହାକୁ ବିରୋଧ କରିଥିଲା | ଚୀନ କହିଥିଲା ଯେ ତାଇୱାନକୁ ଏକ ଅଲଗା ଦେଶର ଦର୍ଜା ଦିଆଯାଇ ପାରିବନାହିଁ | ସୋମବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ତାଇୱାନ ବୈଦେଶିକ ମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ ବର୍ତ୍ତମାନ ସେ ନିଜର ଦାବିଦାର ଉପରେ ଜୋର ଦେବେନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.