ଫ୍ରୋଜେନ୍ ଚିକେନ୍ ରେ କରୋନା ଭାଇରସ୍...

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩/୦୮ : ବ୍ରାଜିଲରୁ ଆମଦାନୀ ହେଉଥିବା ଫ୍ରୋଜେନ ଫୁଡରେ କରୋନା ଭାଇରସ ମିଳିଥିବା ଚୀନ ଦାବି କରିଛି | ଚୀନ ଶେନଜେନ୍ ସହରର ଲୋକଙ୍କୁ ବିଦେଶୀ ଫ୍ରୋଜେନ ଫୁଡ ପ୍ରତି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି | ବ୍ରାଜିଲରେ ଚିକେନ ସାମ୍ପଲରେ କରୋନା ଭାଇରସ ମିଳିଥିବା ସ୍ପଷ୍ଟ ହେବାପରେ ଏହି ଗାଇଡଲାଇନ ଜାରି କରାଯାଇଛି | ଚୀନରେ ବିଦେଶରୁ ମଗାଯାଉଥିବା ସାମୁଦ୍ରିକ ଫୁଡ ଓ ଆମିଷର ସ୍କ୍ରିନିଙ୍ଗ ଜୁନ ମାସରୁ ଆରମ୍ଭ କରାଯାଇଛି | ସେହି ସମୟରେ ସ୍ଥାନୀୟ କେନ୍ଦ୍ରରେ ଚିକେନର ପରରୁ ନମୁନା ସଂଗ୍ରହ କରାଯାଇ କରୋନା ଯାଞ୍ଚ କରାଯାଇଥିଲା ଯାହାର ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | ରିପୋର୍ଟ ପଜିଟିହ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା |

{"id":313965,"sizeSlug":"large"}

ଶେନଜେନ୍ ସ୍ୱାସ୍ଥ୍ୟ ଅଧିକାରୀ ସଂକ୍ରମଣର ସନ୍ଦିଗ୍ଧ ଜିନିଷଗୁଡିକର ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଟ୍ରେସ କରିଛନ୍ତି | ଏପରିକି ସଂକ୍ରମିତ ପ୍ୟାକେଟ ପାଖରେ ରଖାଯାଇଥିବା ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ମଧ୍ୟ କରୋନା ଯାଞ୍ଚ ପାଇଁ ପଠାଯାଇଛି | ବୟାନ ଅନୁଯାୟୀ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି | କରୋନା ଭାଇରସର ସମ୍ବନ୍ଧ ବୁହାନର ସାମୁଦ୍ରିକ ଆମିଷ ବଜାର ସହ ସଂଯୋଜିତ ବୋଲି କୁହାଯାଉଛି |

{"id":313966,"width":564,"height":389,"sizeSlug":"large"}

ବିଶେଷଜ୍ଞ କହିଛନ୍ତି ଯେ, SARS-CoV-2 ଭାଇରସ ଫୁଡ କିମ୍ବା ଫୁଡ ପ୍ୟାକେଜିଙ୍ଗକୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ଅଛି | କିନ୍ତୁ ଏହା ଘରର ତାପମାତ୍ରାରେ ଅଧିକ ସମୟ ଯାଏଁ ଜୀବିତ ରହିପାରେ ନାହିଁ | ଅଧିକାରୀ ନିର୍ଦେଶ ଦେଇ କହିଛନ୍ତି ଯେ ବିଦେଶରୁ ମଗାଯାଉଥିବା ଫ୍ରୋଜେନ ଫୁଡ ଓ ସାମୁଦ୍ରିକ ଉତ୍ପାଦ କିଣିବା ସମୟରେ ଲୋକେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ | ମଙ୍ଗଳବାର ଦିନ ଶାନଦଙ୍ଗ ଅଞ୍ଚଳର ୟନ୍ତାଇରେ ଆମଦାନୀ ହୋଇଥିବା ସମୁଦ୍ର ଖାଦ୍ୟର ତିନୋଟି ପ୍ୟାକେଜିଙ୍ଗର କରୋନା ପରୀକ୍ଷା କରାଯାଇଥିଲା | ଏହି ପ୍ୟାକେଜିଙ୍ଗ କରୋନା ପଜିଟିଭ ବାହାରିଥିବା ଖୁଲାସା ହୋଇଥିଲା | ବୁଧବାର ଦିନ ସରକାରୀ ଟିଭିରେ କୁହାଯାଇଥିଲା ଯେ ଇକ୍ୟୁଏଡରରୁ ଅର୍ଡର ହୋଇଥିବା ଫ୍ରୋଜେନ ଚିଙ୍ଗୁଡ଼ିକୁ ୱୁହୁ ରେସ୍ତୋରାଁରେ ପରୀକ୍ଷା କରାଯାଉଥିଲା ଏବଂ ଏହାର କରୋନା ରିପୋର୍ଟ ସକରାତ୍ମକ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.