Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବିଶ୍ୱକୁ ନିଜର କରୋନା ଭ୍ୟାକ୍‌ସିନ୍‌ ଦେଖାଇଲା ଚୀନ, ତିଆରି କଲା ୩୦ କୋଟି ଡୋଜ୍ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି

7/09/2020 at 6:23 PM

ବେଜିଂ ୦୭/୦୯: ସାରା ବିଶ୍ବକୁ କରୋନା ଭୂତାଣୁ ଦାନ କରି ଏବେ ଭ୍ୟାକସିନ୍‌ ତିଆରି କରୁଛି ଚୀନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ କେବେ ବାହାରିବ ଭ୍ୟାକ୍‌ସିନ୍‌ ତାହା ଏବେ ଅସମାହିତ ପ୍ରଶ୍ନରେ ପରିଣତ ହୋଇଛି । ବିଶ୍ବର ଋଷ, ଆମେରିକା, ଇଂଲଣ୍ଡ ଭଳି ଦେଶ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ନେଇ ଦାବି କରୁଥିବା ବେଳେ ଚୀନ ତାର ପ୍ରଥମ ଭ୍ୟାକସିନ୍କୁ ପ୍ରଦର୍ଶିତ କରିଛି । ଯାହାକି ଚଳିତବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ।

ସିନୋବେକ୍‌ ବାୟୋଟେକ୍‌ ଓ ସିନୋଫାର୍ମ ମିଳିତ ଭାବେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ବେଳେ ଏହାର ତୃତୀୟ ଚରଣ ପରୀକ୍ଷଣ ହେବାକୁ ବାକି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଭ୍ୟାକସିନ୍‌ ଫର୍ମ ପ୍ରସ୍ତୁତ ହୋଇନାହିଁ କିନ୍ତୁ ଉତ୍ପାଦନ ପାଇଁ ଫ୍ୟାକ୍ଟ୍ରି ଲଗାଇଛି ଚୀନ। ଏହିଠାରେ ପ୍ରତିବର୍ଷ ୩୦୦ ମିଲିୟନ ଭ୍ୟାକ୍ସିନ୍ ଡୋଜ୍‌ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି । ସୋମବାର ଭ୍ୟାକ୍‌ସିନ୍କୁ ଚୀନ ବେଜିଂ ଟ୍ରେଡ୍‌ ଫେୟାରରେ ପ୍ରଦର୍ଶିତ କରିଛି । ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା ।

ଆଜି ଚୀନ ଯେଉଁ କରୋନା ଭ୍ୟାକ୍‌ସିନ ପ୍ରଦର୍ଶିତ କଲା, ତାହା ଏବେ ଅନ୍ୟ ୧୦ ଭ୍ୟାକ୍‌ସିନ ଲିଷ୍ଟରେ ସାମିଲ ହେଲା ଯାହା ଶେଷ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିସାରିଛି । ଏବେ ସବୁ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାକୁ ଚାହୁଁଥିବା ବେଳେ ଅର୍ଥନୀତି ସୁଧାରିବାକୁ ଚାହୁଁଛନ୍ତି । ଏହି ସମୟରେ ଯେଉଁ ଭ୍ୟାକ୍‌ସିନ୍‌ ସଫଳ ହେବ ବୋଲି ଜଣାଯିବ ତାହାକୁ ମାନ୍ୟତା ଦେଇ ଦିଆଯିବ।

   Related Posts