ତଥ୍ୟ ଲୁଚାଉଛି ଚୀନ୍‌,ସୂଚନା ଦେଲା ଚୀନ୍‌ର କମ୍ପାନୀ- କରୋନା ଭାଇରସ୍‌ ଯୋଗୁଁ ୨୪,୦୦୦ ମୃତ

Published By : Prameya-News7 Bureau | February 07, 2020 IST

ବେଜିଂ ୦୭।୦୨ - ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ୨୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କଥା ଚୀନ୍‌ର କମ୍ପାନୀ ଟେନ୍‌ସେଣ୍ଟ ସୂଚନା ଦେଇଛି । ଚୀନ ସରକାର ଜାଣି ଶୁଣି ତଥ୍ୟ ଲୁଚାଉଥିବା କଥା ଏହି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଚୀନ୍‌ରେ କରୋନା ଭୂତାଣୁ ପ୍ରକୋପରେ ୨୪,୫୮୯ ଜଣଙ୍କର ମୃତ୍ୟୁ ହୋଇଥିବା କଥା ଏଥିରେ ସୂଚନା ଦିଆଯାଇଛି । ମାତ୍ର ଚୀନ୍‌ ସରକାର ୫୬୩ ଜଣଙ୍କର ମୃତ୍ୟୁ ହୋଇଥିବା କଥା ସରକାରୀ ଭାବେ ତଥ୍ୟ ଦେଇଛନ୍ତି ।

ତାଇଓ୍ୱେନର ଏକ ଖବର ପ୍ରସାରଣ ସଂସ୍ଥା ଟେନସେଣ୍ଟର ରିପୋର୍ଟକୁ ଠିକ୍‌ ବୋଲି ଦର୍ଶାଇଛି । ଏଥିରେ ଚୀନ୍‌ରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଦର୍ଶାଇଯାଇଥିବା କଥା ସୂଚନା ଦିଆଯାଇଛି । ସରକାରୀ ସଂଖ୍ୟାଠାରୁ ପ୍ରୃକତ ସଂଖ୍ୟା ବହୁତ ଅଧିକ । ଟେନସେଣ୍ଟର ଓ୍ୱେବପେଜ୍‌ରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୪,୦୨୩ ଦର୍ଶାଯାଇଛି । ଚୀନ୍‌ର ସରକାରୀ ତଥ୍ୟର ଏହା ୧୦ ଗୁଣ ।

ଏବେ ୭୯,୮୦୮ ଜଣଙ୍କ ଠାରେ ଏଭି ଭୂତାଣୁ ଆଶଙ୍କା କରାଯାଉଛି ବୋଲି ଏଥିରେ ଦର୍ଶାଯାଇିଛି । ମାତ୍ର ୨୬୯ ଜଣ ଏଥିରୁ ସୁସ୍ଥ ହୋଇ ପାରିଛନ୍ତି ।

କିଛି ଲୋକ ଏହାକୁ କୋଡିଂ ପ୍ରୋବଲେମ୍‌ ବୋଲି କହୁଥିବା ବେଳେ ଅନେକର ଲୋକ ଏହା ଚୀନ୍‌ର ବାସ୍ତବତାକୁ ପ୍ରତିପିଦିତ କରିଛି ବୋଲି କହିଛନ୍ତି ।

ଏବେ ବି ଚୀନ୍‌ର ହୁଆନ୍‌ରେ ଅନେକ କରୋନା ଆକ୍ରାନ୍ତ ଚିକିତ୍ସା ପାଉ ନାହାନ୍ତି । ଡାକ୍ତରଖାନା ବାହାରେ ସେମାନଙ୍କର ମୃତ୍ୟୁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.