Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନକୁ ପାଣିପାଗର ଅନୁରୂପ ବନ୍ଧୁ କହିଲା ଚୀନ୍‌- କାଶ୍ମୀର ଉପରେ ଟିପ୍ପଣୀକୁ ନେଇ ଭାରତର ଆପତ୍ତି

ବେଜିଂ/ନୂଆଦିଲ୍ଲୀ – ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବେ । ଏହା ପୂର୍ବରୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଭେଟିଛନ୍ତି। ଚୀନ୍‌ର ପେଇଚିଙ୍ଗ୍‌ରେ ଚୀନ୍‌ ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭେଟ ହୋଇଛି । ପାକିସ୍ତାନ ଚୀନ୍‌ର ଭଲ ବନ୍ଧୁ ଓ ଏହାର ବନ୍ଧୁତା ଚଟାଣ ପରି ମଜୁବୁତ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି । କାଶ୍ମୀର ପରିସ୍ଥିତି ଉପରେ ଚୀନ୍‌ ନଜର ରଖିଛି ବୋଲି ଚୀନ୍‌ର ରାଷ୍ଟ୍ରପତି କହିଛନ୍ତି ।

ଭାରତ ଚୀନ୍‌ର ଏହି ଟିପ୍ପଣୀ ଉପରେ ଆପତ୍ତି ଜଣାଇଛି । ଜାମ୍ମୁ ଓ କାଶ୍ମୀର ଭାରତ ଅଭିନ୍ନ ଅଙ୍ଗ । ଏଥିରେ ଅନ୍ୟ କେଉଁ ଦେଶ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି । ଭାରତ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଇମରାନ୍‌ ଖାନ୍‌ ଓ ଜିନ୍‌ପିଙ୍ଗଙ୍କ ବୈଠକ ବିଷୟରେ ଜାଣିଛନ୍ତି ବୋଲି ସୂଚନା ଦେଇଛନ୍ତି । ଚୀନ୍ ଭଲ ଭାବରେ ଜାମ୍ମୁ-କାଶ୍ମୀର ବିଷୟରେ ଅବଗତ ଅଛି ଏହି ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଏଥିରେ ଅନ୍ୟ କେହି ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

379 Views

   ସମ୍ବନ୍ଧିତ ଖବର