Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସୀମା ବିବାଦକୁ ନେଇ ଭାରତ ଉପରେ ଦୋଷ ଲଦିଲା ଚୀନ: କଡା ଜବାବ ଦେଲେ ରାଜନାଥ ସିଂହ

5/09/2020 at 11:56 AM

ନୂଆଦିଲ୍ଲୀ ୦୫/୦୯ : ଭାରତ-ଚୀନ ସୀମା ବିବାଦ ଉଗ୍ର ରୂପ ନେଇଛି | ବିବାଦ ଥମିବାର ନାଁ ନେଉନାହିଁ | ଋଷରେ ଭାରତୀୟ ଓ ଚୀନ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଅଢେଇ ଘଣ୍ଟା ଯାଏଁ ବୈଠକ ହୋଇଥିଲା ତଥାପି କୌଣସି ସମାଧାନ ରାସ୍ତା ବାହାରିନଥିଲା | ଓଲଟା ସୀମା ବିବାଦ ପାଇଁ ଚୀନ ଭାରତକୁ ଦୋଷୀ କହିଛି | ଚୀନ ଧମକ ଦେଲାଭଳି ସ୍ୱରରେ କହିଛି ଚୀନ ସେନା ନିଜ ଜମିର ସୁରକ୍ଷା ପାଇଁ ସମ୍ପୂର୍ଣ ସକ୍ଷମ ଏବଂ ପ୍ରତିବଦ୍ଧ | 

ଚୀନ ରକ୍ଷା ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ, ଭାରତ ଚୀନ ମଧ୍ୟରେ ସୀମାରେ ଉତ୍ତେଜନାର କାରଣ ସ୍ପଷ୍ଟ, ସେଥିପାଇଁ ଭାରତ ସମ୍ପୂର୍ଣ ଦାୟୀ | ଚୀନ ଜମି ଉପରେ କବଜା କରାଯାଇ ପାରିବନାହିଁ | ଚୀନ ସେନା କ୍ଷତ୍ରିୟ ଅଖଣ୍ଡତା ଓ ସୁରକ୍ଷା ପାଇଁ ସମ୍ପୂର୍ଣ ସକ୍ଷମ | ଏହାପରେ ଭାରତୀୟ ସେନା ତରଫରୁ ବୟାନ ଜାରି କରି କହିଛି ଯେ, ଭାରତୀୟ ସେନା ବୀର ସେନା | ସବୁପ୍ରକାର ଚ୍ୟାଲେଞ୍ଜ ପାଇଁ ସର୍ବଦା ପ୍ରସ୍ତୁତ | ଭାରତୀୟ ସେନାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି | ଭାରତୀୟ ସେନା ସବୁ ପ୍ରକାର ଚ୍ୟାଲେଞ୍ଜ ପାଇଁ ସକ୍ଷମ, ସମର୍ଥ ଓ ପ୍ରଭାବଶାଳୀ |

ପୂର୍ବ ଲଦାଖ କ୍ଷେତ୍ରରେ ଅନେକ ସ୍ଥାନରେ ଭାରତ-ଚୀନ ସେନା ମଧ୍ୟରେ ଗତ ୪ ମାସ ହେଲା ଗତିରୋଧ ସ୍ଥିତି ରହିଛି | ୫ ଦିନ ପୂର୍ବରୁ ଚୀନ ପେଙ୍ଗୋଙ୍ଗରେ ଦକ୍ଷିଣ ତଟୀୟ କ୍ଷେତ୍ରରେ ଭାରତୀୟ କ୍ଷେତ୍ରରେ କବଜା କରିବାକୁ ଅସଫଳ ପ୍ରୟାସ କରିଥିଲା | ଏହାପରେ ସୀମାରେ ଉତ୍ତେଜନା ସ୍ଥିତି ଜାରି ରହିଛି |

ଋଷରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ରକ୍ଷା ମନ୍ତ୍ରୀ ବେଇ ଫେଙ୍ଗହିଙ୍କ ମଧ୍ୟରେ ଶୁକ୍ରବାର ଦିନ ୨ ଘଣ୍ଟାରୁ ଅଧିକ ସମୟ ଯାଏଁ ବୈଠକ ବସିଥିଲା | ବୈଠକରେ ପୂର୍ବ ଲାଦଖ ସୀମାରେ ଉତ୍ତେଜନା କମ କରିବାକୁ ଜୋର ଦିଆଯାଇଥିଲା | ବାର୍ତ୍ତା ସମୟରେ ରାଜନାଥ ସିଂହ ଲଦାଖରେ ଯଥାସ୍ଥିତି ବଜାୟ ରଖିବାକୁ ଏବଂ ସେନାକୁ ସେଠାରୁ ହଟାଇବା ଉପରେ ଜୋର ଦେଇଥିଲେ |

ଭାରତୀୟ ପ୍ରତିନିଧି ମଣ୍ଡଳ ଚୀନ ସେନାର ପେଙ୍ଗୋଙ୍ଗ ଉପତ୍ୟକାର ଦକ୍ଷିଣ ତଟରେ ଯଥାସ୍ଥିତି ବଦଳାଇବାକୁ ନୂଆ ପ୍ରୟାସ ଉପରେ ଆପତ୍ତି ଦର୍ଶାଇଥିଲେ | ବାର୍ତ୍ତା ମାଧ୍ୟମରେ ଗତିରୋଧ ସମାଧାନ ଉପରେ ଜୋର ଦେଇଥିଲେ | ଦୁଇ ରକ୍ଷା ମନ୍ତ୍ରୀ ଅଧିକ ସମୟ ଧରି ଚାଲି ଆସୁଥିବା ସୀମା ବିବାଦ ସମାଧାନ କରିବାକୁ ପ୍ରୟାସ କରିଥିଲେ | ରାଜନାଥ ସିଂହ କହିଥିଲେ, ସୀମାରେ ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱାସ ମାହୋଲ, ଅଣ-ଆକ୍ରମକତା, ଅନ୍ତର୍ଜାତୀୟ ନିୟମ ପ୍ରତି ସମ୍ମାନ ତଥା ମତଭେଦର ଶାନ୍ତିପୂର୍ଣ ସମାଧାନ ଆବଶ୍ୟକ |

   Related Posts