ଲଦାଖରେ ଫିଙ୍ଗର-୪ରେ ବେହୋସ ହେଲେ ଚୀନ ସେନା, ଉଦ୍ଧାର ପରେ ହସପିଟାଲରେ ଭର୍ତି

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: ଲଦାଖରେ ଶୀତ ଆରମ୍ଭ ହୋଇଗଲାଣି। ଏହା ସହ ଭାରତ-ଚୀନ ଉତ୍ତେଜନା ବି ଜାରି ରହିଛି। ତେବେ ଖରାଦିନରୁ ଆରମ୍ଭ ହୋଇଥିବା ଏ ବିବାଦ ଶୀତ ପୂର୍ବରୁ ଶେଷ କରିବାକୁ ଅନେକ ପ୍ରଚେଷ୍ଟା କରାଗଲେ ମଧ୍ୟ କିଛି ବି ସଫଳ ରୂପ ନେଇ ପାରିଲା ନାହିଁ। ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ଯବାନ ଲଦାଖର ଉଚ୍ଚ ଶୃଙ୍ଗରେ ଅକ୍ସିଜେନ ଅଭାବରୁ ଚେତା ହରାଇଛନ୍ତି। ଗତ ଗୁରୁବାର ରାତିରେ ସେନା ସୂତ୍ରରୁ ପ୍ରଥମେ ଏଭଳି ଖବର ମିଳିଥିଲା ମାତ୍ର ଗତକାଲି ଶୁକ୍ରବାର ଦିନ ଏ ସମ୍ପର୍କରେ ଆନୁଷ୍ଠାନିକ ତଥ୍ୟ ପ୍ରଦାନ କରଯାଇଛି।

ପେଙ୍ଗୋଙ୍ଗର ଉତ୍ତରରେ ଅବସ୍ଥିତ ଫିଙ୍ଗର ଇଲାକରେ ବହୁ ସଂଖ୍ୟକ ଚୀନ ସେନା ମହଜୁଦ ରହିଛନ୍ତି। ସେଠାରେ କିଛି ଭାରତୀୟ ଯବାନ ପିଏଲଏର କେତେକ ସେନାଙ୍କୁ ଉଦ୍ଧାର କରିଥିବା ଦେଖାଯାଇଛି। ଏପରିକି କିଛି ଚୀନ ଯବାନଙ୍କୁ ଫିଙ୍ଗର ୪ ଶିଖରରୁ ଅଣାଯାଇ ପାଖ ଫିଲ୍ଡ ମେଡିକାଲ ହସପିଟାଲରେ ଭର୍ତି କରାଯାଇଛି। ଯାହା ଫିଙ୍ଗର ୬ ଆଗରେ ରହିଛି।

ଗତ ଦୁଇରୁ ତିନି ଦିନ ହେବ ପିଏଲଏର ଯବାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଆରମ୍ଭ ହୋଇଛି। ଏହି ଘଟଣାରୁ ଏବେ ସ୍ପଷ୍ଟ ବାରି ହେଉଛି ଯେ ଲଦାଖ ଶିଖରରେ ଚୀନର ଚାଲେଞ୍ଜ ବଢ଼ି ଯାଇଛି। ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଚୀନ ସରକାରୀ ମିଡିଆ ଭାରତକୁ ଧମକ ଦେଇଥିଲା। କୁହାଯାଇଥିଲା ଯଦି ସଂଘର୍ଷ ଜାରି ରହିବ ତେବେ ଭାରତୀୟ ଯବାନଙ୍କ ପ୍ରାଣହାନି ଶୀତଦିନରେ ହିଁ ଘଟିବ। ସେଥିପାଇଁ ସେମାନେ ନିଜେ ହିଁ ପଛକୁ ହଟିଯାଆନ୍ତୁ ବୋଲି ଧମକ ଦିଆଯାଇଥିଲା।

ଏବେ ଏଠାରେ ଦୁଇ ଦେଶର ପାଖାପାଖି ଏକ ଲକ୍ଷ ଯବାନ ରହିଛନ୍ତି। ଏମାନ୍ତେ ସମସ୍ତେ ଅସ୍ତ୍ରଶସ୍ତ୍ର ସହ ଡେପଥ ଏରିଆରେ ନିଯୁକ୍ତ ହୋଇଛନ୍ତି। ଫିଙ୍ଗର ୪ରେ ଭାରତୀୟ ସୈନିକ ଚୀନ ସୈନିକଙ୍କଠାରୁ କିଛି ମିଟର ଦୂରରେ ନିଜ ସ୍ଥିତି ସମ୍ଭାଳି ରହିଛନ୍ତି। ପୂର୍ବ ଲଦାଖରେ ଶୀତଦିନେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରୁ ତଳକୁ ଖସିଯାଏ ଓ ପବନ ମଧ୍ୟ ଜୋରରେ ବହେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.