ସିଧା ବାଟ ବନ୍ଦ ପରେ ଏବେ ଗଳାବାଟ ଧରିଛି ବେଜିଂ : ଅନ୍ୟଦେଶ ଦେଇ ଭାରତକୁ ସାମାଗ୍ରୀ ଚାଲାଣ କରୁଛି ଚୀନ୍, ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧।୦୭: ଲଦାଖର ଗଲଓ୍ୱାନ ଘାଟିରେ ହିଂସକ ଘଟଣା ପର ଠାରୁ ଭାରତ ଓ ଚୀନ୍‌ ମଧ୍ୟରେ ଦିନକୁ ଦିନ ଅଧିକ ତିକ୍ତତା ବଢିବାରେ ଲାଗିଛି । ଗୋଟିଏ ପଟେ ସୀମାରେ ଅଧିକ ସୈନ୍ୟ  ମୁତୟନ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଚୀନ୍‌ରୁ ଆସୁଥିବା ସାମଗ୍ରୀର ସମସ୍ତ ପ୍ରବେଶ ପଥରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । କିନ୍ତୁ ଧୋକାବାଜ ଚୀନ୍‌ର ଚାଲ୍‌କୁ ବୁଝିବା କଷ୍ଟସାଧ୍ୟ । କିନ୍ତୁ ଏଥର ଆଉ ଚୀନ୍‌ର କୌଣସି ବି ଚାଲାକି ଚାଲିବନାହିଁ ବୋଲି ଏକପ୍ରକାର ଉଦ୍ୟମ ଜାରି ରହିଛି । ଏବେ ଭାରତ ସରକାର ଚୀନ୍‌ର ସମସ୍ତ ଚାଲ୍‌ ଉପରେ କଡା ନଜର ରଖିଛନ୍ତି । ଚୀନ୍‌ ନିଜର ସାମଗ୍ରୀର ବେପାର ପାଇଁ ଯେକୌଣସି ପନ୍ଥା ଆପଣାଇ ପାରିବ । ଏମିତିକି ଅନ୍ୟ ଦେଶମାନଙ୍କ ସହଯୋଗରେ ଭାରତୀୟ ବଜାରରେ ନିଜ ସାମଗ୍ରୀ ପ୍ରବେଶ କରିବାକୁ ମଧ୍ୟ ଉଦ୍ୟମ ଚଳାଇଛି ।  ଭାରତକୁ ଆଶଙ୍କା ରହିଛି ଯେ, ଚୀନ୍‌ ଯଦି ସିଧା ଭାରତୀୟ ବଜାରରେ ତାର ସାମଗ୍ରୀ ନଦିଏ, ସେ ଏସିଆର କିଛି ଦେଶମାନଙ୍କ ସହଯୋଗ ଲୋଡିବ । ଯେଉଁ ଦେଶମାନଙ୍କ ସହିତ ଚୀନ୍‌ର ଖୋଲା ବଜାର କାରାବାର ନେଇ ଚୁକ୍ତି (FTA) ହୋଇଛି । ଏପରି ଆଶଙ୍କାକୁ ନେଇ ଏବେ ଆକ୍ସନରେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଚଳିତ ସପ୍ତାହରେ ଭାରତ ସହିତ ଯେଉଁସବୁ ଏସିଆ ଦେଶମାନଙ୍କର ଖୋଲା ବଜାର ନେଇ ଚୁକ୍ତି ହୋଇଛି । ସେସବୁର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚଳିତ ସପ୍ତାହରେ ଭାରତ ସହିତ ଚୀନ୍‌ର କାରବାର ନେଇ ମଧ୍ୟ ସମୀକ୍ଷା କରିବା ପୂର୍ବରୁ ଦେଶର ଆର୍ଥିକ ଉପଦେଷ୍ଟା କେ. ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଏସିଆ ଦେଶମାନଙ୍କ ସହିତ ହୋଇଥିବା ଚୁକ୍ତିର ସମୀକ୍ଷା କରିବେ ।  ଜାତୀୟ ଖବରକାଗଜ ଅନୁଯାୟୀ , ଚଳିତ ସପ୍ତାହରେ ଏହି ସମୀକ୍ଷା କରାଯାଇପାରେ । ଏଥିରେ ବାଣିଜ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଏହା ଏକ ଭର୍ଚ୍ୟୁଆଲ ବେଠକ ହେବ ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ସାଉଥ ଏସିଆନ୍‌ ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ ଓ ଆସିଆନ୍‌ ସହିତ ଭାରତର ଖୋଲା ବଜାର ନେଇ ହୋଇଥିବା ଚୁକ୍ତିର ଯାଞ୍ଚ କରୁଛି । ଏହିସବୁ ଦେଶମାନଙ୍କରେ ଜାପାନ, ଦକ୍ଷିଣ କୋରିଆ, ଶ୍ରାଲଙ୍କା ଓ ସିଙ୍ଗାପୁର ଭଳି ଦେଶ ରହିଛି । ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏହି ଚୁକ୍ତିରେ କିପରି ପ୍ରାବଧାନ ରହିଛି । ଯେପରି କଣ ରହିଛି ପ୍ରାବଧନ ଯେପରି ଚୀନ୍‌ର ସାମଗ୍ରୀ ଏହି ସବୁ ଦେଶମାନଙ୍କ ସହଯୋଗରେ ଭାରତକୁ ପ୍ରବେଶ କରିପାରିବ ।

ଭାରତ ଓ ଚୀନ୍ ମଧ୍ୟରେ ବାଣିଜ୍ୟ କାରବାର ନେଇ ଏସିଆ ପାସିଫିକ୍‌ ଟ୍ରେଡ୍‌ ଏଗ୍ରିମେଣ୍ଟ (APTA) ଜରିଆରେ ହୋଇଥିାଏ । ଭାରତ ଏହାର ମଧ୍ୟ ସମୀକ୍ଷା କରିବ । ଭାରତ ଚୀନ୍‌ ଠାରୁ କପାସ, କଚ୍ଚା ପ୍ଲାଷ୍ଟିକ୍‌, ପେଟ୍ରୋଲିୟମ ପ୍ରଡକ୍ଟ, କପାସ ପରି ଜିନିଷ ରପ୍ତାନୀ କରୁଛି । ଏହାକୁ ଚୀନ୍‌ ଭାରତକୁ ନିର୍ମାଣ କରିଥିବା ଇଣ୍ଟରମିଡିୟଟ ଜିନିଷ ରପ୍ତାନୀ କରୁଛି । ଭାରତ ଓ ଚୀନ୍‌ ମଧ୍ୟରେ ବ୍ୟାପାର ହୋଇଥିବା ବ୍ୟାପାର ବାଣିଜ୍ୟ ପୁରା ଭାବରେ ଚୀନ୍‌ ପକ୍ଷରେ ରହିଛି । ଭାରତର ଚୀନ୍‌ ସହିତ ୪୮.୬୬ ବିଲିୟନ ଡଲାରର ବ୍ୟାପାର ଘାଟ ହୋଇଛି । ଗଲଓ୍ୱାନ ଘାଟିରେ ହିଂସା ଘଟଣାରେ ପରେ ଭାରତ ଏବେ ଚୀନ୍‌ ସହିତ ହୋଇଥିବା ସମସ୍ତ କାରବାରର ସମୀକ୍ଷା କରିବା ପାଇଁ ମନ ସ୍ଥିର କରିଛି । ଭାରତୀୟ ବଜାରରେ ଚୀନ୍‌ ସାମଗ୍ରୀର ପ୍ରବେଶ ଉପରେ କଡା କଟକଣା ଲଗାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.