ଚୀନ୍‌ରେ ପହଞ୍ଚିଲା କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍, ବ୍ରିଟେନ୍ ଫେରନ୍ତା ମହିଳା ସଂକ୍ରମିତ

Published By : Prameya-News7 Bureau | January 01, 2021 IST

ସାଂଘାଇ ୧।୧: ବ୍ରିଟେନ୍ ରେ କରୋନାର ନୂଆ ଷ୍ଟ୍ରେନ୍ ଆତଙ୍କ ଖେଳାଇଥିବା ବେଳେ ଏହା ଏବେ ଚୀନ୍ ରେ ପହଞ୍ଚିଗଲାଣି । ଚୀନ୍ ର ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ଫ୍ରିଭେନସନ ଏହା ସୂଚନା ଦେଇଛି । କରୋନାର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ କ୍ଷୀପ୍ର ବେଗରେ ଗତି କରୁଛି । ଭାରତରେ ଏବେ ଏହି ନୂଆ ଷ୍ଟ୍ରେନ୍ ରେ ୨୫ ଲୋକ ସଂକ୍ରମିତ ହୋଇସାରିଲେଣି । ବର୍ଷକ ମଧ୍ୟରେ ଏହି ଭାଇରସ୍ ୨୩ ଥର ମ୍ୟୁଟେସନ ହୋଇଛି । ମାତ୍ର ଏହି ଷ୍ଟ୍ରେନ୍ ବୈଜ୍ଞାନିକମାନଙ୍କୁ ଡରାଉଛି । କରୋନାର ଏହି ନୂଆ ଷ୍ଟ୍ରେନ୍ ବ୍ରିଟେନ୍ ରୁ ଆରମ୍ଭ ହୋଇଛି । ମାତ୍ର ଏବେ ଏହି ଭାଇରସ୍ ୟୁରୋପ ଏବଂ ଏସିଆର କିଛି ଦେଶରେ ବ୍ୟାପିସାରିଲାଣି ।

ନ୍ୟୁଜ୍ ଏଜେନ୍ସୀ ଏପିଏଫ୍ ଅନୁସାରେ ଚୀନ୍ ରେ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଥିବା ମହିଳା ସାଂଘାଇର । ତାଙ୍କ ବୟସ ୨୩ ବର୍ଷ ବୋଲି ସୂଚନା ମିଳିଛି । ଚାଇନୀଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଅନୁସାରେ ମହିଳା ଗତ ବର୍ଷ ୧୪ ଡିସେମ୍ବରରେ ବ୍ରିଟେନ୍ ରୁ ଫେରିଥିଲେ । ଚୀନ୍ ଫେରିବା ପରେ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଛନ୍ତି ଚୀନ୍ ସରକାର । କରୋନାର ଏହି ନୂଆ ଷ୍ଟ୍ରେନ୍ ର ବିପଦ ଅଧିକ ବଢିଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ୍ ସାରା ବିଶ୍ବରେ ଆତଙ୍କ ଖେଳାଇଛି । ଚୀନ୍ ର ଉହାନ ସହରରେ ପ୍ରଥମେ କରୋନା ଭାଇରସ୍ ସଂକ୍ରମଣ ଦେଖିବାକୁ ମିଳିଥିଲା । ଏହାପରେ ସାରା ବିଶ୍ବରେ ଏହି ଭାଇରସ୍ ବ୍ୟାପି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.