ଚୀନର ଡିଜିଟାଲ୍ ଷ୍ଟ୍ରାଇକ୍ : ଆମେରିକା ସମେତ ବିଶ୍ୱର ୧୦୫ଟି ଆପ୍ କଲା ବ୍ୟାନ୍

Published By : Prameya-News7 Bureau | December 08, 2020 IST

ବେଜିଙ୍ଗ ୦୮/୧୨ : ଭାରତ ପରେ ବର୍ତ୍ତମାନ ଚୀନ ଡିଜିଟାଲ ଷ୍ଟ୍ରାଇକ କରିଛି। ରାଇଟର୍ସ ରିପୋର୍ଟ ଅନୁଯାୟୀ, ଚୀନ ସରକାର ୧୦୫ଟି ଆପରେ ରୋକ୍ ଲଗାଇବାକୁ ଆଦେଶ ଜାରି କରିଛନ୍ତି। ଆମେରିକା ସମେତ ବିଶ୍ୱର ଅନେକ ବଡ ବଡ ଦେଶର ଲୋକପ୍ରିୟ ଆପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହିସବୁ ଆପକୁ ତୁରନ୍ତ ଆପ ଷ୍ଟୋରରୁ ହଟାଇବାକୁ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ତିନିଥର ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି। ଶେଷଥର କେନ୍ଦ୍ର ସରକାର ୪୩ଟି ମୋବାଇଲ୍ ଆପକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରିଥିଲେ। ବିବାଦ ପରେ ଏବେ ସୁଦ୍ଧା ଚୀନର ପାଖାପାଖି ୨୨୦ ଚାଇନା ମୋବାଇଲ୍ ଆପକୁ ଭାରତରେ ବ୍ୟାନ୍ କରାଯାଇଛି। ଏଥିରେ ଟିକ୍ ଟକ୍, ପବଜି, ୟୁସି ବ୍ରାଉଜର ଭଳି ଲୋକପ୍ରିୟ ଆପ୍ ମଧ୍ୟ ସାମିଲ ଅଛି।

ଚୀନ ଆମେରିକାର ଟ୍ରାଭେଲ୍ ଫର୍ମ ଟ୍ରିପ୍ ଆଡ଼ଭାଇଜର୍ ସମେତ ୧୦୫ଟି ଆପକୁ ଦେଶର ଆପ୍ ଷ୍ଟୋରରୁ ହଟାଇ ଦେଇଛନ୍ତି। ରାଇଟର୍ସ ରିପୋର୍ଟ ଅନୁସାରେ, ନୂଆ ଅଭିଯାନରେ ଏହି ପ୍ରତିବନ୍ଧକ ଲଗାଯାଇଛି। ଏହି ଆପରେ ଅଶ୍ଳୀଳ ସାହିତ୍ୟ, ବେଶ୍ୟାବୃତ୍ତି, ଜୁଆ ଓ ହିଂସା ଭଳି ଅପରାଧ ବିସ୍ତାର କରୁଥିବା ଅଭିଯୋଗ ରହିଛି। ଚୀନର ସାଇବରସ୍ପେସ ପ୍ରଶାସନ ମଙ୍ଗଳବାର ଦିନ ନିଜ ୱେବସାଇଟରେ ଦେଇଥିବା ବୟାନରେ କହିଛି ଯେ ଏହିସବୁ ଆପ ସୂଚନା ନ ଦେଇ ଏକାଧିକ ସାଇବର୍ ଆଇନ ଉଲଙ୍ଘନ କରିଛନ୍ତି।

ଭାରତ ସରକାର ଚଳିତ ବର୍ଷ ଜୁନ୍ ମାସରେ ଟିକ୍ ଟକ୍ ୫୯ଟି ମୋବାଇଲ୍ ଆପ୍ ବ୍ୟାନ୍ କରିଥିଲେ। ସେପ୍ଟେମ୍ବର ୨ ତାରିଖରେ ପୁଣି ୧୧୦ ଟି ଆପ୍ ବ୍ୟାନ୍ କରିଥିଲେ ଯେଉଁଥିରେ ଅଧିକାଂଶ ଚୀନ ସଞ୍ଚାଳିତ ଆପ୍ଲିକେସନ୍ ସାମିଲ ଥିଲା। ଏଠି ମଧ୍ୟରୁ କିଛି ଆପରେ ଭାରତୀୟ ନାଗରିକଙ୍କ ଅତ୍ୟଧିକ ତଥ୍ୟ ଜମା କରିବା ଏବଂ ବିଶେଷକରି ସିମବର୍ତ୍ତୀ ଅଞ୍ଚଳରେ ବାସ କରିଥିବା ଲୋକଙ୍କ ସମ୍ପର୍କରେ ପ୍ରୋଫାଇଲିଂ କରି ତଥ୍ୟ ସଂଗ୍ରହ କରୁଥିବା ଆରୋପ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.