Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସର୍ତ୍ତ ଅନୁଯାୟୀ ଚୀନ ଭ୍ୟାକସିନ ନେବାପରେ ବି ଭାରତୀୟଙ୍କୁ ଭିସା ଦେଉନାହିଁ ଚୀନ:ବୈଦେଶିକ ମନ୍ତ୍ରାଳୟ

10/06/2021 at 8:35 PM

ନୂଆଦିଲ୍ଲୀ ୧୦/୦୬ : ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ଯେ କିଛି ଭାରତୀୟ ଚୀନ ଯିବାକୁ ଚାଇନା ଭ୍ୟାକସିନ ନେଇଛନ୍ତି । ମନ୍ତ୍ରାଳୟ କହିଛି ଯେ ୨୦୨୦ ରୁ ଭାରତୀୟ ନାଗରିକ ଚୀନ ଯାଇପାରୁ ନାହାନ୍ତି । ମାର୍ଚ୍ଚରେ ଚୀନ ଦୂତାବାସ ଚାଇନା ଭ୍ୟାକସିନ ନେଉଥିବା ଲୋକଙ୍କୁ ଭିସା ଦେବାକୁ କହିଥିଲା । ଚାଇନା ଭ୍ୟାକସିନ ନେବାପରେ କିଛି ଭାରତୀୟ ଚୀନ ଭିସା ପାଇଁ ଆବେଦନ କରିଥିଲେ । କିନ୍ତୁ ଚାଇନା ଭ୍ୟାକସିନ ନେବାପରେ ବି ସେମାନଙ୍କୁ ଭିସା ମିଳିନାହିଁ । କରୋନା ଯୋଗୁଁ ଚୀନ ଭାରତୀୟ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଚୀନ ନାଗରିକଙ୍କୁ ଭାରତ ଆସିବାରେ କୌଣସି ପ୍ରତିବନ୍ଧକ ନାହିଁ ।

କିଛି ଦିନ ପୂର୍ବରୁ ଜଣାପଡିଥିଲା ଯେ ଚୀନର ସର୍ତ୍ତ ଅନୁଯାୟୀ ଚାଇନା କରୋନା ଭ୍ୟାକସିନ ନେଇଥିବା ୩୦୦ ରୁ ଅଧିକ ଭାରତୀୟ ଚୀନକୁ ଯାତ୍ରା ପ୍ରତିବନ୍ଧକ ହଟାଇବାକୁ ଓ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଅନୁମତି ଦେବାକୁ ଅପିଲ କରିଥିଲେ । ମାର୍ଚ୍ଚ ୧୫ ତାରିଖରେ ଚୀନ ଭାରତ ଓ ଅନ୍ୟ ୧୯ ଦେଶର ଯାତ୍ରୀଙ୍କ ପାଇଁ ଚାଇନା ଭ୍ୟାକସିନ ନେବା ଅନିବାର୍ଯ୍ୟ କରିଥିଲା ।

ନୂଆଦିଲ୍ଲୀରେ ଚୀନ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ ୨୦୨୧ ରୁ ବ୍ୟବସ୍ଥିତ ଉପାୟରେ ଲୋକଙ୍କ ଯିବା ଆସିବା ପାଇଁ ଭାରତରେ ଚୀନ୍ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ଚୀନ ଦ୍ୱାରା ଉତ୍ପାଦିତ କରୋନା ଟିକା ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବେ। ଏହି ଘୋଷଣା ପରେ ଚୀନରେ କାମ କରୁଥିବା ଭାରତୀୟ ଯେଉଁମାନେ କରୋନା ସମୟରେ ବହୁ ଦିନ ଭାରତରେ ଫସି ରହିଛନ୍ତି, ଦ୍ବନ୍ଦ୍ବରେ ପଡିଯାଇଥିଲେ । କାରଣ ଭାରତରେ ଚୀନ ଭ୍ୟାକସିନ ଉପଲବ୍ଧ ନଥିଲା । ନିଜ କର୍ମକ୍ଷେତ୍ରକୁ ଫେରିବା ଓ ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ବ୍ୟାକୁଳ ଥିବା ୩୦୦ ରୁ ଅଧିକ ଭାରତୀୟ ଚୀନ ଟିକା ପାଇଁ ଦୁବାଇ, ନେପାଳ, ମାଳଦ୍ଵୀପ ଭଳି ଦେଶକୁ ଚାଲିଗଲେ । ସେଠାରେ ମାସେରୁ ଅଧିକ ସମୟ ରହିଲେ । ଏଥିପାଇଁ ସେମାନଙ୍କୁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଲା । କିନ୍ତୁ ସବୁ ଚେଷ୍ଟା ବ୍ୟର୍ଥ ହୋଇଗଲା । ଚୀନ ଦୂତାବାସ ଭିସା ଜାରି କରିବା ଆରମ୍ଭ କରିନାହିଁ ।
ଏହାପରେ ୨୦୨ ଭାରତୀୟ ଯେଉଁମାନେ ଚୀନ ଟିକା ନେଇଛନ୍ତି, ଚଳିତ ମାସ ଆରମ୍ଭରେ ଭାରତରେ ଥିବା ଚୀନ ଦୂତାବାସଙ୍କୁ ଚିଠି ଲେଖିଥିଲେ | ଏ ସମ୍ବନ୍ଧରେ ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ସେମାନଙ୍କୁ ଭାରତରେ ଚୀନ ଦୂତାବାସଙ୍କୁ ଯୋଗାଯୋଗ କରିବା ଉଚିତ |

   Related Posts