PUBG ବ୍ୟାନ୍‌କୁ ନେଇ ଚିହିଁକିଲା ଚୀନ୍, କହିଲା ‘ନିଜ ତ୍ରୁଟି ସୁଧାରୁ’ ଭାରତ

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୩।୯:  ସୀମାରେ ଚୀନ୍ ସହ ଜାରି ଉତ୍ତେଜନା ମଧ୍ୟରେ ବୁଧବାର ଭାରତ ଆହୁରି ୧୧୮ ଚୀନ୍‌ ‘ଆପ୍‌’ ଉପରେ କଟକଣା ଜାରି କରିଛି। ଭାରତର ଏହି ପଦକ୍ଷେପ ପରେ ଚୀନ୍‌ ତୀବ୍ର  ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍‌ ବଣିଜ୍ୟ ମନ୍ତ୍ରାଳୟ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ ବିରୋଧ କରିବା ସହ ନିଜର ତ୍ରୁଟି ତୁରନ୍ତ ସୁଧାରନ୍ତୁ ବୋଲି କହିଛି।

{"id":324697,"width":578,"height":324,"sizeSlug":"large"}

ଏନେଇ ଚୀନ୍‌ ବାଣିଜ୍ୟ ମନ୍ତ୍ରାଳୟ ଏକ ବିବୃତ୍ତିରେ ଭାରତର ମୋବାଇଲ ଆପ୍‌ ବ୍ୟାନ୍‌ ନିଷ୍ପତ୍ତିକୁ ଦୃଢ ବିରୋଧ କରୁଥିବା କହିଛି। ଭାରତ ସରକାରଙ୍କ ଏପରି ପଦକ୍ଷେପ ଚୀନ୍‌ ନିବେଶକ ଓ ସେବା ପ୍ରଦାନକାରୀଙ୍କ ଆଇନଗତ ହୀତର ଉଲ୍ଲଂଘନ ବୋଲି ଏବେ ବିଚାର କରାଯାଉଛି। ଏଣୁ ଭାରତ ତୁରନ୍ତ ନିଜର ଭୁଲ ସୁଧାରି ନେଉ ବୋଲି ଚୀନ୍‌ ବାଣିଜ୍ୟମନ୍ତ୍ରାଳୟ ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି।

{"id":324699,"width":582,"height":326,"sizeSlug":"large"}

ସୂଚନା ଯୋଗ୍ୟଯେ ଭାରତ ଡାଟା ସୁରକ୍ଷା ବିପଦ ବାହାନାରେ ବୁଧବାର ଲୋକପ୍ରିୟ ଭିଡିଓ ଗେମ୍‌ ପବଜି ସମେତ ୧୧୮ ଚୀନ୍‌ ମୋବାଇଲ ଆପ୍ଲିକେସନ୍‌କୁ ଦେଶରେ ନିଷିଦ୍ଧ କରିଦେଇଛି। ପବଜିରେ ଚୀନ୍‌ କମ୍ପାନୀ ଟେନସେଣ୍ଟ ହୋଲ୍ଡିଂସ ଲିମିଟେଡର ଅଂଶିଦାରୀ ରହିଛି। ଏହା ଛଡା ବାଇଡୁ କେମକାର୍ଡ ବିଜନେସ୍‌, ଭିଚାଟ୍ ରିଡିଂ, ଉଭ ମିଟିଂ, ଟେନସେଣ୍ଟ ଭିଡିଓ କନଫରେନସିଂ, ସ୍ମାର୍ଟ ଆପ୍ ଲକ ଓ ଆପ୍‌ ଲକ ଆଦି ଆପ୍ଲିକେସନ ରହିଛି।

{"id":324700,"width":580,"height":324,"sizeSlug":"large"}

ତେବେ ଚୀନ୍‌ ମୋବାଇଲ ଆପ୍ଲିକେସନ୍‌ ଭାରତରେ ନିଷିଦ୍ଧ ହେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସରକାର ୫୯ଟି ମୋବାଇଲ ଆପ୍ଲିକେସନ ବ୍ୟାନ କରିଥିଲେ । ଏଥିରେ ଟିକ୍‌ ଗୁରୁତର ପ୍ରଭାବିତ ହୋଇଛି। ଆମେରିକା ମଧ୍ୟ ଟିକଟକ୍‌କୁ ଦେଶରେ ନିଷିଦ୍ଧ କରିଥିବା ବେଳେ କମ୍ପାନୀ ବିକିବା ଲାଗି ଚାପ ପକାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.