କଳ୍ପନା ହେଲା ସତ : ୪୦ବର୍ଷ ତଳର ଉପନ୍ୟାସରେ ଥିଲା କରୋନା ଭଳି ଭୟଙ୍କର ଭାଇରସର କଥା

Published By : Prameya-News7 Bureau | February 18, 2020 IST

ବେଜିଂ ୧୮।୦୨: ଚୀନ୍‌ରେ କରୋନା ଭାଇରସ ଏବେ ମହାମାରିର ରୂପ ନେଇଛି । ଉହାନ ସହରରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ ଏବେ ବିଶ୍ୱର ୨୬ଟିରୁ ଅଧିକ ଦେଶକୁ ବ୍ୟାପିସାରିଛି । ଏହି ଭାଇରସ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୧୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ  ଆକ୍ରାନ୍ତଙ୍କ ସଂଖ୍ୟା ୭୧ହଜାର ପାର୍‌ ହୋଇସାରିଲାଣି ।ଏହି ମାରାତ୍ମକ ଭାଇରସ ଚୀନ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ଜୈବିକ ଅସ୍ତ୍ର ବୋଲି କିଛି ଦେଶ ଅଭିଯୋଗ କରୁଛନ୍ତି ।  ଚୀନ୍‌ର ଉହାନ ସହର ସ୍ଥିତ ଏକ ଲ୍ୟାବ୍‌ରୁ ଏହା ଲିକ୍‌ ହୋଇଛି । କିନ୍ତୁ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଉହାନରେ ଏମିତି ଏକ ଭାଇରସ ବ୍ୟାପି ସାରା ଦୁନିଆରେ ଆତଙ୍କ ଖେଳାଇ ଦେବ ବୋଲ ୪୦ ବର୍ଷ ତଳେ ଏକ ଉପନ୍ୟାସରେ କଳ୍ପନା କରାଯାଇଥିଲା ।

{"id":225963,"sizeSlug":"large"}

୧୯୮୧ ମସିହାରେ ଆମେରିକାର ଜଣେ ପ୍ରସିଦ୍ଧ ଲେଖକ ଡିନ୍‌ ନୁଞ୍ଜଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ ଦି ଆଇଜ୍‌ ଅଫ ଡାର୍କନେସ’ର କାହାଣୀ ଏବେ ଚୀନ୍‌ରେ ଦେଖାଦେଇଥିବା ପରିସ୍ଥିତି ସହ ପ୍ରାୟତଃ ସମାନ ହେଉଛି । ଉପନ୍ୟାସର ଏକ କାହାଣୀ ଅନୁସାରେ, ଚୀନ୍‌ ଅତି ଗୋପନୀୟ ଭାବେ ଅନେକ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି । ସେଥିମଧ୍ୟରେ ରହିଛି ଗୋଟିଏ ଭାଇରସ ଯାହାର ନାମ ହେଉଛି ‘ ଉହାନ-୪୦୦’ । ଉହାନ ସହର ଉପକଣ୍ଠରେ ଥିବା ଏକ ଲ୍ୟାବ୍‌ରେ ଏହାକୁ ପ୍ରସ୍ତୁତ କରାଯାଇଛି । ସେହି ଲ୍ୟାବ୍‌ରେ ଏଭଳି ପ୍ରାୟ ୪୦୦ ଜୀବାଣୁ, ଭୂତାଣୁ ସୃଷ୍ଟି କରାଯାଇଛି । ‘ୱୁହାନ-୪୦୦’ ଭାଇରସ କେବଳ ମଣିଷକୁ ସଂକ୍ରମିତ କରିବ ।

{"id":225964,"sizeSlug":"large"}

ଅନ୍ୟ କୌଣସି ବସ୍ତୁରେ ଏହା ଗୋଟିଏ ମିନିଟରୁ ଅଧିକ ସମୟ ତିଷ୍ଠିପାରିବ ନାହିଁ । ତେଣୁ ଏହାକୁ ପ୍ରୟୋଗ କଲେ ଅନ୍ୟ କୌଣସି ଜୀବ କିମ୍ବା ବସ୍ତୁ ଦେହକୁ ଏହି ଭାଇରସ ଯିବ ନାହିଁ । ଶତ୍ରୁ ରାଷ୍ଟ୍ରର ସୈନିକ ଏବଂ ଲୋକଙ୍କୁ ନିପାତ କରିବା ପାଇଁ ଏହାକୁ ପ୍ରୟୋଗ କରାଯାଇପାରିବ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଉପନ୍ୟାସର କାହାଣୀ ଏବେ ସତ ପ୍ରମାଣିତ ହୋଇଛି । ଜଣେ ବ୍ୟକ୍ତି ଉକ୍ତ ଉପନ୍ୟାସର ପ୍ରଚ୍ଛଦ ପଟ ସହ ୱୁହାନ-୪୦୦ ଭାଇରସ ସମ୍ପର୍କରେ ତଥ୍ୟ ଦିଆଯାଇଥିବା ଗୋଟିଏ ପୃଷ୍ଠାର ଫଟୋ ଟ୍ୱିଟରରେ ଅପଲୋଡ କଲା ପରେ ଏହା ଭାଇରାଲ ହୋଇଛି ।

{"id":225032,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.