ଚୀନର ପ୍ରସ୍ତାବ, ଭାରତରେ ନିର୍ମାଣ କରିବ କରୋନା ହସ୍ପିଟାଲ

Published By : Prameya-News7 Bureau | March 28, 2020 IST

ବେଜିଂ, ୨୮|୦୩ :  ଚୀନ ଭାରତରେ କରୋନା ଭାଇରସର ଚିକିତ୍ସା ପାଇଁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବ ବୋଲି ପ୍ରସ୍ତାବ ଦେଇଛି । ଏହି ହସ୍ପିଟାଲ ବୁହାନ ସହରରେ ନିର୍ମିତ ହୋଇଥିବା ହସ୍ପିଟାଲ ଢାଞ୍ଚାରେ ନିର୍ମାଣ କରାଯିବ । ଏନେଇ ଚୀନ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି ।

{"id":245303,"width":757,"height":509,"sizeSlug":"large"}

ବିଭିନ୍ନ ଚୀନ କମ୍ପାନୀ ଭାରତରେ ଅନେକ ପ୍ରକଳ୍ପ ଉପରେ କାମ କରୁଛନ୍ତି । ସେହି କମ୍ପାନୀ ମଧ୍ୟରୁ କୌଣସି କମ୍ପାନୀ ଭାରତରେ ବୁହାନ ଢାଞ୍ଚାରେ ହସ୍ପିଟାଲ ପ୍ରସ୍ତୁତ କରିବାକୁ ସକ୍ଷମ ବୋଲି ଚୀନ ରେଲଓ୍ୱେ କନଷ୍ଟ୍ରକସନ ବା ସିଆରସିସିର ଜଣେ ଅଧିକାରୀ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ।

ଏହି ପ୍ରସ୍ତାବ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳ ଭାରତ ସରକାର କରୋନା ଭାଇରସର ମୁକାବିଲା ପାଇଁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ସିଆରିସିସି ବିଶ୍ୱର ଏକ ବଡ କନଷ୍ଟ୍ରକସନ୍ କମ୍ପାନୀ ଭାବେ ପରିଚିତ । ଏହାର ବାର୍ଷିକ ଆୟ ୧୦୦ ବିଲିୟନରୁ ଅଧିକ ଥିବା ବେଳେ ବଜାରରେ ପୁଞିନିବେଶ ମଧ୍ୟ ୨୫୦ ବିଲିୟନ ଡଲାରରୁ ଅଧିକ । ଏବେ ସିଆରସିସି ଭ୍ରମାତ୍ମକ ତଥ୍ୟ ପାଇଁ ବିଶ୍ୱବ୍ୟାଙ୍କର ସ୍କାନରରେ ରହିଛି । ସିଆରସିସି କୌଣସି ଆନ୍ତର୍ଜାତୀକ ସଂସ୍ଥାକୁ ପାଣ୍ଠି ଯୋଗାଣ ଉପରେ ବିଶ୍ୱବ୍ୟାଙ୍କ ୯ ମାସର ରୋକ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.