Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚାଇନାକୁ ବୁଲେଟ ନୁହେଁ ୱାଲେଟରେ ଜବାବ : ଦୋକାନ ବଜାରରେ ଲାଗିଲା ଚାଇନା ସାମଗ୍ରୀ ବୟକଟ ପୋଷ୍ଟର

22/06/2020 at 4:10 PM

ଭଦ୍ରକ ୨୨/୬: ଚାଇନାକୁ ବୁଲେଟରେ ଜବାବ ନଦେଇ ୱାଲେଟରେ ଜବାବ ଦେବାକୁ ନିବେଦନ କରାଯାଉଛି । ସୀମାରେ ଭାରତୀୟ ସୈନିକଙ୍କୁ ହତ୍ୟା କରିବା ପରେ ଏବେ ଚାଇନା ବିରୋଧୀ ସ୍ଵର ଜୋର ଧରୁଛି । ଚାଇନା ସହ ଯୁଦ୍ଧ ନକରି ଆର୍ଥିକ ମାନଦଣ୍ଡକୁ ଭାଙ୍ଗି ଚାଇନାକୁ ଧକ୍କା ଦେବା ନେଇ ଏବେ ସବୁଠି ସ୍ଵର ଶୁଭିଲାଣି । ଚାଇନା ସାମଗ୍ରୀକୁ ବୟକଟ କରିବା ପାଇଁ ଏବେ ଭଦ୍ରକର ଏକ ସାମାଜିକ ସଂଗଠନ ସହିଦ ଭଗତ ସେନା ପରିବାର ଜୋରଦାର ଅଭିଯାନ ଆରମ୍ଭ କରିଛି । ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ କ୍ୟାମ୍ପେନ ଆରମ୍ଭ କରାଯାଇଛି।

 ଦୋକାନ ଦୋକାନ ବୁଲି ଚାଇନା ସାମଗ୍ରୀ କୁ ବିକ୍ରି ନ କରିବା ପାଇଁ ନିବେଦନ କରୁଛି । ଯେଉଁ ଦୋକାନ ଗୁଡିକରେ ଚାଇନା ସାମଗ୍ରୀ ନାହିଁ ସେହି ଦୋକାନୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରୁଛି ସଂଗଠନ । ଯେଉଁ ଦୋକାନ ଗୁଡିକରେ ଚାଇନା ସାମଗ୍ରୀ ରହିଛି ସେହି ଦୋକାନୀକୁ ଆଉ ସେହି ସାମଗ୍ରୀର ଆମଦାନୀ ଓ ବିକ୍ରି ନକରିବା ନେଇ ଅନୁରୋଧ କରୁଛି । ଏମିତି କି ଦୋକାନ ଗୁଡିକରେ ଚାଇନା ର ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଫଟୋ ଥାଇ ଚାଇନା ସାମଗ୍ରୀକୁ ବୟକଟ କରିବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି । ତେବେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବା ନେଇ ସୂଚନା ଦେଇଛନ୍ତି ସଂଗଠନର ଆବାହକ ।

   Related Posts