କରୋନା ଲାଗି ବଜାରରୁ ଚାଇନା କ୍ୟାଣ୍ଡେଲ୍ ଓ ଦୀପ ଗାଏବ, ଏବେ ମହମବତୀ ବେପାରକୁ ଓହ୍ଲାଇଛନ୍ତି ବାଣ ବ୍ୟବସାୟୀ

Published By : Prameya-News7 Bureau | November 11, 2020 IST

ଭଦ୍ରକ ୧୧।୧୧: ଆସୁଛି ଆଲୋକର ପର୍ବ ଦୀପାବଳୀ । କରୋନା କଟକଣା ମଧ୍ୟରେ ପାଳିତ ହେବ ଦୀପାବଳୀ । ବାଣ ଫୁଟିବନି, କିନ୍ତୁ ଜଳିବ ଦୀପ । ସରକାରଙ୍କ କଟକଣା ପରେ ଦୀପ କାରିଗରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ଆସ୍ୱସ୍ଥୀ ଅନୁଭୂବ କରିଛନ୍ତି । ସେପଟେ ବାଣ ବ୍ୟବସାୟୀ ଓହ୍ଲାଇଛନ୍ତି ମହମବତୀ ବେପାରକୁ । ତେବେ ଏଥର କରୋନା ମହାମାରୀରେ ବଜାରରୁ ଉଭେଇଯାଇଛି ଚାଇନା କ୍ୟାଣ୍ଡେଲ୍‌ ଓ ଦୀପ ।

{"id":359771,"sizeSlug":"large"}

କରୋନା ମହାମାରୀ ସମୟରେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଯାହା ପାଇଁ ବାଣ ବ୍ୟବସାୟୀ ଘାଟାରେ ପଡିଛନ୍ତି । ବାଣ ଆମଦାନୀ ପାଇଁ ଶିବକାସୀ ଓ କୋଲକାତା ବାଣ ଗୋଦାମ ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଅର୍ଥ ଦେଇସାରିଥିଲେ ବ୍ୟବସାୟୀ । ସରକାରଙ୍କ ନିଷ୍ପତ୍ତି ପରେ ସେ ଟଙ୍କା କେବେ ଫେରି ପାଇବେ , ତାହା ଏବେ ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

{"id":359772,"sizeSlug":"large"}

ଅନ୍ୟପଟେ ସିଜିନ ବ୍ୟବସାୟୀକୁ ବଞ୍ଚାଇ ରଖିବା ପାଇଁ ମହମବତୀ ବେପାର ଆରମ୍ଭ କରିଛନ୍ତି ବାଣ ବ୍ୟବସାୟୀ । ଚଳିତ ଥର ବଜାରରେ ସ୍ୱଦେଶୀ କ୍ୟାଣ୍ଡେଲ୍ ଓ ଦୀପର ଚାହିଦା ଢେର୍‌ ରହିଛି । ବାଣ ଦୋକାନୀ ତଥା ଅନ୍ୟ ବ୍ୟବସାୟୀ ମାନେ ଚାଇନା ନିର୍ମିତ କ୍ୟାଣ୍ଡେଲ ଓ ଦୀପ ଏଥର ଆଣିନାହାନ୍ତି । କରୋନା ପାଇଁ ଚାଇନା ସାମଗ୍ରୀ ବିକିବୁ ନାହିଁ ବୋଲି କହିଛନ୍ତି ।  

{"id":359773,"sizeSlug":"large"}

ଅନ୍ୟ ପଟେ ବାଣ ବଜାରରେ ମେଲିଛି ମହମବତୀର ପସରା । ବାଣ ନାହିଁ ବୋଲି ମାର୍କେଟରେ ଚାଇନା ସାମଗ୍ରୀ ଦେଖିବା ପାଇଁ ମିଳୁଣୀ । ଯେଉଁଥିପାଇଁ  ଦେଶୀ ଦୀପର ବଜାର ଚାହିଦା ବଢିଥିବା ସ୍ପଷ୍ଟ ହୋଇଛି । ସେଥିପାଇଁ ବନ୍ଦ ପଡିଥିବା ଶଗଡ ଗୁଳା ଏବେ କାର୍ଯ୍ୟକ୍ଷମ ହୋଇଛି । ମାଟି କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ଦୀପ ବ୍ୟବସାୟୀମାନେ ଏବେ କୁମ୍ଭାରସାହି ମୁହାଁ ହୋଇଛନ୍ତି । ହେଲେ କରୋନା କଟକଣା ଆରମ୍ଭରୁ ମନ୍ଦିର ଠାରୁ ଦୋକାନ ବଜାର ବନ୍ଦ ପଡିଛି ।

{"id":359774,"sizeSlug":"large"}

ଦୀପ ବେପାର କରୋନା କାଳରେ ହୋଇଥିବା କ୍ଷତି ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କାରିଗର । ଆଶା ଅନୁଯାୟୀ ଦୀପ ବିକ୍ରି ହେଉ ନଥିବା ବେଳେ ଦୀପ ପ୍ରସ୍ତୁତି କରି ରଖିଛନ୍ତି । ଆବଶ୍ୟକ ହେଲେ ଅଧିକ ତିଆରି ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି କହିଛନ୍ତି ଦୀପ କାରିଗର । କାରୋନା ପାଇଁ ଚାଇନା ନିର୍ମିତ ମହମବତୀ ଓ ଦୀପ ବଜାରରୁ ଗାୟବ ହୋଇଛି । ସ୍ଵଦେଶୀ କାରିଗର କିନ୍ତୁ ବେଶ୍‌ ଦୁଇ ପଇସା କମାଇବା ନେଇ ଆଶା ବାନ୍ଧିଛନ୍ତି ।

{"id":359775,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.