ମହାବଳିପୁରମ୍- ଶେଷ ହେଲା ମୋଦି-ଜିନପିଙ୍ଗଙ୍କ ଅନୌପଚାରିକ ଆଲୋଚନା।ଦୁଇ ଦିନିଆ ମହାବଳିପୁରମ୍ ବୈଠକରେ ଦେଖିବାକୁ ମିଳିଛି ଦୁଇ ମହାବଳୀଙ୍କ ଘନିଷ୍ଠତା।ଭାରତ - ଚୀନ ଦ୍ବିପାକ୍ଷିକ ସମ୍ପର୍କକୁ ଏହି ଅନୌପଚାରିକ ବୈଠକ ଆହୁରି ମଜବୁତ କରିବ ବୋଲି ଦୁଇ ଦେଶର ନେତା ଆଶା ପ୍ରକଟ କରିଛନ୍ତି । ୪୮ ଘଣ୍ଟାର ବୈଠକରେ ଏମିତି ଅନେକ କିଛି ଘଟଣା ଘଟିଯାଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
{"id":169376}ଶେଷ ହୋଇଛି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୁଇ ଦିନିଆ ଭାରତ ଗସ୍ତ। ଦୁଇ ମହାବଳୀ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଏକାଧିକବାର ବୈଠକ ହୋଇଛି।ଅଣ ଆନୁଷ୍ଠାନିକ ଏହି ବୈଠକରେ ଭାରତ -ଚୀନ ମଧ୍ୟରେ ନୂଆ ଇତିହାସ ଯୋଡି ହୋଇଯାଇଛି।
{"id":169378}ଆଜି ମହାବଳିପୁରମ୍ ତାଜ୍ କୋଭ୍ ରିସର୍ଟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ଜିନପିଙ୍ଗଙ୍କୁ ଏକ ସ୍ବତନ୍ତ୍ର ଉପହାର ମୋଦି ପ୍ରଦାନ କରିଥିଲେ। ଜିନପିଙ୍ଗଙ୍କୁ ମୋଦି ଏକ ସିଲ୍କ ଶାଲ ପ୍ରଦାନ କରିଥିଲେ। ସେଥିରେ ଜିନପିଙ୍ଗଙ୍କ ଏକ ପ୍ରତିଛବି ଅଙ୍କା ଯାଇଛି। ଏହି ଶାଲ୍କୁ କୋଏମ୍ବାଟୁର ଜିଲ୍ଲାର ଶ୍ରୀରାମଲିଙ୍ଗ ହ୍ୟାଣ୍ଡଲୁମ ୱିଭର୍ସ କୋଅପରେଟିଭ ସୋସାଇଟିର ବୁଣାକାରମାନେ ତିଆରି କରିଛନ୍ତି ।
{"id":169377}ମହାବଳିପୁରମ୍ ମହାମିଳନ ଭିତରେ ଆଜି ସକାଳୁ ମୋଦି ସ୍ଥାନୀୟ ବେଳାଭୂମି ପରିଦର୍ଶନରେ ଯାଇଥିଲେ । ବେଳାଭୂମିରେ ପଡିଥିବା ପ୍ଲାଷ୍ଟିକ ଆବର୍ଜନାକୁ ନିଜ ହାତରେ ଉଠାଇଥିଲେ । ଏଥିସହିତ ସାରା ଦେଶବାସୀଙ୍କୁ ନିଜ ଚାରିପଟେ ଥିବା ପରିବେଶକୁ ସ୍ବଚ୍ଛ ରଖିବାକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ମହାବଳିପୁରମ୍ ବେଳାଭୂମିରେ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନ ନେଇ ସବୁଠି ଚର୍ଚ୍ଚା ।