Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

‘ବିବାଦ ହେଉ କି ଯୁଦ୍ଧ ଉଭୟଙ୍କର ହେବ କ୍ଷତି’ ଟ୍ରମ୍ପ୍‌ଙ୍କୁ ଇସାରା ଇସାରାରେ ଚେତାଇଲା ଚୀନ୍

29/05/2020 at 3:14 PM

ବେଜିଂ ୨୯।୫: ଚୀନ୍ ଏବଂ ଆମେରିକା ସେମାନଙ୍କ ମଧ୍ୟରେ ଥିବା ବିବାଦ ସମାଧାନ କରିବା ଉଚିତ୍ ଏବଂ ପରସ୍ପରର ମୂଳ ସ୍ବାର୍ଥକୁ ସମ୍ମାନ ଦେବା ଉଚିତ୍ ବୋଲି ଗୁରୁବାର ଦିନ ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ କହିଛନ୍ତି । ଲି ଟ୍ରମ୍ପ୍ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ, ଦୁଇ ପ୍ରମୁଖ ଅର୍ଥନୀତିକୁ ପ୍ରଭାବିତ କରିବାର କୌଣସି ପ୍ରୟାସ କାହା ପାଇଁ ଭଲ ହେବ ନାହିଁ ଏବଂ ଏହା ସମଗ୍ର ବିଶ୍ବକୁ କ୍ଷତି ପହଞ୍ଚାଇବ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଚାଲିଛି। ଏଥିରେ ବାଣିଜ୍ୟ ମାମଲା ତଥା କରୋନା ଭାଇରସ୍ ମହାମାରୀର ଉତ୍ପତ୍ତି, ହଂକଂରେ ବେଜିଂର ନୂତନ ସୁରକ୍ଷା କାର୍ଯ୍ୟ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଆକ୍ରମଣାତ୍ମକ ସାମରିକ ପଦକ୍ଷେପ ଅନ୍ତର୍ଭୁକ୍ତ । ଗୁରୁବାର ସଂସଦ ଅଧିବେଶନ ଶେଷରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଲି ଏହା କହିଛନ୍ତି।

ଲି କହିଛନ୍ତି ଯେ, ଏହା ସତ ଯେ ବର୍ତ୍ତମାନ ସମୟରେ ଚୀନ୍ ଏବଂ ଆମେରିକା ମଧ୍ୟରେ ନୂତନ ସମସ୍ୟା ଏବଂ ଚାଲେଞ୍ଜ ଆସିଛି । ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ବି ଖରାପ ରହିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଆରମ୍ଭରୁ ଚୀନ୍‌ ଉପରେ ଅଭିଯୋଗ କରିଆସୁଛନ୍ତି ଯେ କରୋନା ଭାଇରସ୍ ଚୀନ୍‌ର ଲ୍ୟାବରୁ ଉତ୍ପନ୍ନ ହୋଇଛି । ତେବେ ଚୀନ୍ ଏହି ଅଭିଯୋଗକୁ ଦୃଢ ଭାବରେ ଅସ୍ବୀକାର କରୁଛି ।

   Related Posts