ଧୋକାବାଜ୍ ଚୀନର ଡବଲ୍ ଗେମ୍: ଗୋଟିଏ ପଟେ କହୁଛି ଶାନ୍ତିର କଥା, ଅନ୍ୟପଟେ LACରେ ଖୋଲୁଛି ନୂତନ ମୋର୍ଚ୍ଚା

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ଭାରତର ଯଥାସାଧ୍ୟ ପ୍ରୟାସ ପରେ ବି ଚୀନ ନିଜର ବିସ୍ତାରବାଦୀ ନୀତିରୁ ନିବୃତ ହେଉ ନାହିଁ।  କରୋନା ପରି ସ୍ଥିତିରେ ଚୀନ ଭାରତ ସହିତ ଡବଲ୍ ଗେମ୍ ଖେଳୁଛି। ଗୋଟିଏ ପଟେ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ମିଠା ମିଠା କଥା କହୁଥିବା ବେଳେ ଅନ୍ୟପଟେ ଧୋକାବାଜ ଚୀନ୍ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ନୂତନ ମୋର୍ଚ୍ଚା ଖୋଲୁଛି। ସୂତ୍ର ମୁତାବକ ଗଲଓ୍ଵାନ ଉପତ୍ୟକା ଓ  ପାଙ୍ଗଙ୍ଗ ସୋ ହ୍ରଦ ପରେ ଡ୍ରାଗନ ଦୌଲତ ବେଗ୍ ଓଲଡିରେ ମଧ୍ୟ ଭାରତୀୟ ସେନାର ପାଟ୍ରୋଲିଂରେ ବାଧା ଦେଉଛି।

ସୂତ୍ର ମୁତାବକ ଚୀନ ଦୌଲତ ବେଗ ଓଲଡି ଓ ଡେସପାଙ୍ଗ ସେକ୍ଟର ନିକଟରେ ନିଜର ତମ୍ବୁ କାଢିଛି। ସେଠାରେ ଚୀନ ସେନା ବେସ୍‌ରେ ଗତିବିଧି ବୃଦ୍ଧି ପାଇଛି। ଜୁନ୍‌ର ସାଟେଲାଇଟ୍‌ ଛବିରୁ ଏହାର ଖୁଲାସା ହୋଇଛି। ସେଠାରେ ଚୀନର କୌଣସି ପ୍ରକାରର ଦୁଃସାହାସର ଜବାବ ଦେବା ପାଇଁ ଭାରତୀୟ ସେନା ମଧ୍ୟ ନିଜର ସ୍ଥିତି ମଜବୁତ କରି ସାରିଛି। ଏଲଏସିରେ  ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି  ଭାରତ ମଧ୍ୟ ନିଜ ଗତିବିଧି ବଢାଇ ଦେଇଛି। ବୁଧବାର  ଲେହରୁ ବାୟୁସେନାର ଲଢୁଆ ବିମାନ ସୀମା ପର୍ଯ୍ୟନ୍ତ ନିୟମିତ  ଭାବେ ଉଡାଣ ଭରିଛି। ଲେହରେ ସେନାର ଗତିବିଧି ନିକଟ ଦିନରେ ବହୁତ ବଢି ଯାଇଛି।

wp:html /wp:html

ସୂତ୍ର ଅନୁଯାୟୀ ଚୀନ କାରାକରୋମ ପାସ୍‌ ନିକଟ ଇଲାକାରେ ଅନୁପ୍ରବେଶ କରିବାକୁ ଚାହୁଁଛି। ଏହି ପାସ୍‌ ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ଵପୂର୍ଣ୍ଣ। ଓପନ ସୋର୍ସରୁ ମିଳିଥିବା ଜୁନ ୨୨ର ଉପଗ୍ରହ ଛବିରୁ ଦେଖିବାକୁ ମିଳିଛି ଯେ, ଚୀନର ସେନା ଗଲଓ୍ଵାନ ଘାଟିରୁ ପଛକୁ ହଟି ନାହାନ୍ତି। ଜୁନ ୧୫ରେ ଦୁଇ ସେନା ମଧ୍ୟରେ ଯେଉଁଠି ରକ୍ତାକ୍ତ ସଂଘର୍ଷ ଘଟିଥିଲା ଚୀନ ସେନା ଏବେ ମଧ୍ୟ ସେଠି ଡେରା ପକାଇ ବସିଛି।

{"id":291158,"sizeSlug":"large"}

ଇଣ୍ଡିଆ ଟୁଡେ ସାଟେଲାଇ୍ ଇମେଜରୀ ଏକ୍ସପର୍ଟ କର୍ଣ୍ଣେଲ(ଅବସରପ୍ରାପ୍ତ) ବିନାୟକ ଭଟ୍ଟ ଏହି ଛବିର ବିଶ୍ଳେଷଣ କରିଛନ୍ତି। ସେ କହିଛନ୍ତି, ଦୁଇ ପକ୍ଷ ନଦୀ କୂଳରେ ନିଜ ନିଜର ସୈନିକଙ୍କୁ ମୁତୟନ କରିଛନ୍ତି। ମାତ୍ର ଲାଗୁଛି, ପିଏଲଏର ସୈନିକ ନିଜ ଉଦ୍ଦେଶ୍ୟ ଅନୁଯାୟୀ ପଛକୁ ହଟି ନାହାନ୍ତି। ଭାରତୀୟ ସୈନିକଙ୍କ ତମ୍ଵୁ ସଂଘର୍ଷ ଜାଗାଠୁ  ୫୦୦ ମିଟର ଦୂରରେ ରହିଛି। ଅନ୍ୟପକ୍ଷେ ଚୀନର ତମ୍ଵୁର ପରିଧି ଅଧିକ ବଡ ରହିଛି ଏବଂ ଏହା ସଂଘର୍ଷ ସ୍ଥାନଠୁ ନିକଟରେ ରହିଛି।

{"id":291159,"sizeSlug":"large"}

ଚୀନ ଗୋଟିଏ ପଟେ ଏଲଏସିରେ ମୋର୍ଚ୍ଚା ଖୋଲୁଥିବା ବେଳେ ଅନ୍ୟପଟେ ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚୀନ ଓ ଭାରତୀୟ ନେତାଙ୍କ ମଧ୍ୟରେ ମହତ୍ଵପୂର୍ଣ୍ଣ ସଜମତି ପ୍ରକାଶ ପାଇଛି। ଉଭୟ ଦେଶ ରାଜିନାମାର ପାଳନ କରିବେ। ସୈନ୍ୟ କ୍ଷେତ୍ରରେ ବିଶ୍ଵାସ ବଢାଇବା ନେଇ ପଦକ୍ଷେପ ନେବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ମିଳିତ ଭାବେ ବଜାୟ ରଖିବାକୁ ରାଜି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.