ଆଣବିକ ଅସ୍ତ୍ର ସଂଖ୍ୟା ଦ୍ୱିଗୁଣିତ କରୁଛି ଚୀନ: ଭାରତ ସମେତ ଟାର୍ଗେଟରେ ଅଛନ୍ତି ଏହିସବୁ ଦେଶ

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨/୦୯ : ପେଣ୍ଟାଗନରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ ଆଗାମୀ କିଛି ବର୍ଷରେ ନିଜର ଆଣବିକ ଅସ୍ତ୍ରକୁ ଦ୍ବିଗୁଣିତ କରିବାକୁ କାମ କରୁଛି | ଚିଂ ଏହିଭଳି ଆଣବିକ ଅସ୍ତ୍ର ତିଆରି କରୁଛି ଯାହାର ପହଂଚ ସିଧା ଆମେରିକା ଯାଏଁ ଥିବ | ଭାରତ ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ସହ ଉତ୍ତେଜନାପୂର୍ଣ୍ଣ ସମ୍ବନ୍ଧ ମଧ୍ୟରେ ଚୀନ ନିଜ ଆଣବିକ ଅସ୍ତ୍ର ଦ୍ବିଗୁଣିତ କରିବା ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଛି | ଆମେରିକା ରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାରି କରିଥିବା ଏକ ରିପୋର୍ଟରେ ପେଣ୍ଟାଗନକୁ କହିଥିଲା ଯେ ଏହି ଦଶକ ଅନ୍ତ ଯାଏଁ ଚୀନ ନିଜର ଆଣବିକ ଅସ୍ତ୍ର ଭଣ୍ଡାର ଦୁଇଗୁଣ କରିବାକୁ ପ୍ରସ୍ତୁତ ହେଉଛି | ଏହି ରିପୋର୍ଟ ଅନୁଯାୟୀ, ଚୀନ ଏହି ସମୟରେ ଆଣବିକ ୱାରହେଡ଼ ନେଇଯିବାକୁ ସକ୍ଷମ ବାଲିଷ୍ଟିକ ମିସାଇଲ ମଧ୍ୟ ସାମିଲ କରିବ | ଏହି ମିସାଇଲ ଆମେରିକା ଯାଏଁ ଆକ୍ରମଣ କରିବାକୁ ସକ୍ଷମ ହେବ | China Military Power ନାମକ ଏହି ରିପୋର୍ଟରେ ପେଣ୍ଟାଗନ ଏସିଆର ଅନ୍ୟ ଦେଶମାନଙ୍କୁ ମଧ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛି |

ରିପୋର୍ଟରେ କୁହାଯାଇଛି ଚୀନର ଆଣବିକ ଶକ୍ତିର ଆଧୁନିକୀକରଣ ଏବଂ ବିସ୍ତାର ପେଇଚିଙ୍ଗର ବିଶ୍ୱ ସ୍ଥରରେ ଅଧିକ ମୁଖର ସ୍ଥିତି ବିକଶିତ କରିବା ସାଧନ | ତାହା ଏସିଆ ପ୍ରଶାନ୍ତ କ୍ଷେତ୍ରରେ ପ୍ରମୁଖ ଶକ୍ତି ହେବା ସହ ୨୦୪୯ ମସିହା ଯାଏଁ ଆମେରିକା ସହ ସମାନ କିମ୍ବା ଅଧିକ ଆଣବିକ ଶକ୍ତି ବଢାଇବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି | ପେଣ୍ଟାଗନ ଅନୁଯାୟୀ, ଚୀନର ନ୍ୟୁକ୍ଲିୟର ଫୋର୍ସ ଆଗାମୀ ଦଶକରେ ମହତ୍ୱପୂର୍ଣ୍ଣ ରୂପରେ ବିକଶିତ ହେବ | ଆଗାମୀ ଦଶକରେ ଚୀନର ଆଣବିକ ଯୁଦ୍ଧ ଭଣ୍ଡାର ଅତିକମରେ ଦ୍ବିଗୁଣିତ ହୋଇଯିବ କାରଣ ଚୀନ ନିଜର ନ୍ୟୁକ୍ଲିୟର ଫୋର୍ସର ଲଗାତାର ଆଧୁନିକୀକରଣ ଓ ବିସ୍ତାର କରୁଛି | ଏହି ରିପୋର୍ଟରେ କୁହାଯାଇଛି ଚୀନ ପାଖରେ ସକ୍ରିୟ ଓ ରିଜର୍ଭ ଭଣ୍ଡାର ମିଶାଇ ୩୮୦୦ ୱାରହେଡ଼ ଭଣ୍ଡାର ଥିବ | ଆମେରିକା ଭଳି ଚୀନ ପାଖରେ କୌଣସି ନ୍ୟୁକ୍ଲିୟର ଏୟାରଫୋର୍ସ ନଥିବା କିନ୍ତୁ ସେ ନ୍ୟୁକ୍ଲିୟର ବାଲିଷ୍ଟିକ ମିସାଇଲ ବିକଶିତ କରି ଏହି ଗ୍ୟାପକୁ ଭରିବାକୁ ପ୍ରୟାସ କରୁଛି |

ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଟ୍ରମ୍ପ ପ୍ରଶାସନ ଚୀନର ଷ୍ଟ୍ରାଟେଜିକ ଆଣବିକ ଅସ୍ତ୍ର ସୀମିତ କରିବାକୁ ଋଷକୁ ମଧ୍ୟ ଆମନ୍ତ୍ରିତ କରୁଛି | କିନ୍ତୁ ଚୀନ ଏହି ଆଲୋଚନାରେ ସାମିଲ ହେବାକୁ ମନା କରିଦେଇଛି | ଚୀନର ବୈଦେଶିକ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି ଯେ, ଚୀନର ଅସ୍ତ୍ରାଗାର ଆଲୋଚନା ସୀମାରେ ସାମିଲ ହେବାକୁ ବହୁତ ଛୋଟ | ଚୀନ ସହ ଆଣବିକ ଅସ୍ତ୍ରକୁ ନେଇ କଥାବାର୍ତ୍ତା ହେବାକୁ ଇଚ୍ଛୁକ ଆମେରିକା ନିଜେ ଋଷ ସହ ନ୍ୟୁ ଷ୍ଟାର୍ଟ ( New START) ନାମକ ଏକ ଅସ୍ତ୍ର ଚୁକ୍ତିରୁ ବାହାରିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.