Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଅରୁଣାଚଳପ୍ରଦେଶର୧୦୦ କିମି ଭିତରକୁ ଅନୁପ୍ରବେଶ କରିଛି ଚୀନ୍‌ ସେନା, ତିଆରି କରିଛି କାଠପୋଲ-ବିଜେପି ସାସଂଦ କଲେ ଫଟୋ ସେୟାର

4/09/2019 at 3:57 PM

ନୂଆଦିଲ୍ଲୀ – ଏକ ସମ୍ବେଦନଶୀଳ ଘଟଣା। ଅରୁଣାଚଳ ପ୍ରଦେଶ ବିଜେପି ସଭାପତି ତାପିର ଗାଓ ଏହି ଘଟଣାକୁ ଲୋକ ଲୋଚନକୁ ଆଣିଛନ୍ତି ।  ଚୀନ୍‌ ସେନା ଅରୁଣାଚଳ ପ୍ରଦେଶର ୧୦୦ କିଲୋମିଟର ଭିତରକୁ ଅନୁପ୍ରବେଶ କରିଥିବା କଥା ସେ କହିଛନ୍ତି । ଭାରତ ଓ ଚୀନ୍‌ ମଧ୍ୟରେ ଅରୁଣାଚଳ ପ୍ରବେଶକୁ ନେଇ ବିବାଦ ରହିଛି। ଚୀନ୍‌ ଏହାକୁ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଂଶ । ଚୀନ୍‌ ଓ ଭାରତ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ୧୦୦ କିଲୋମିଟର ମଧ୍ୟକୁ ଚୀନ୍‌ର ସୈନିକମାନେ ଅନୁପ୍ରବେଶ କରିଛନ୍ତି । ତାପିର ଗାଓ ଏହାର ଫଟୋକୁ ପ୍ରଦର୍ଶନ କରିଛନ୍ତି ।

ଅରୁଣାଚଳ ପୂର୍ବ ସାସଂଦଙ୍କ ଅନୁସାରେ ଚୀନ୍‌ ସେନା ପକ୍ଷରୁ ଭାରତ ସୀମା ମଧ୍ୟରେ ଏକ  ଛୋଟ ନଦୀ ଉପରେ କାଠପୋଲ ନିର୍ମାଣ କରାଯାଇଛି । ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜ୍ଲିଲ ଛାଗଲାମ୍ ରେ ଥିବା ଡୋଇମ୍ରୁ  ନାଳ ଉପରେ ଏହି କାଠପୋଲ ନିର୍ମାଣ କରିଛନ୍ତି । ଏହାର ଭିଡିଓ ବିଜେପିର ଜଣେ କର୍ମୀ ଉତ୍ତୋଳନ କରିଥିବା ସେ ପ୍ରକାଶ କରିଛନ୍ତି । ଶିକାର କରିବାକୁ ଯାଇଥିବା ବେଳେ ସେ ଚୀନ୍‌ ସେନାର ଏହି ବେଆଇନ କାର୍ଯ୍ୟକୁ ଦେଖିବା ପରେ ନିଜ ମୋବାଇଲ୍‌ରେ ଉତ୍ତୋଳନ କରିଥିଲେ । ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଚୀନ୍‌ ଏପରି ଅନୁପ୍ରବେଶ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ଗାଓଙ୍କର ଏହି ଅଭିଯୋଗ ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ଯାଞ୍ଚ କରାଯାଉଥିବା କଥା କୁହାଯାଇଛି । ଚୀନ୍‌ ସେନା ବା  ପିପୁଲସ୍‌ ଲିବେରସନ୍‌ ଆର୍ମିର ଏକ ପାଟ୍ରୋଲିଂ ପାର୍ଟି ଏପରି କରିଥାଇ ପାରନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି ।

 ୨୦୧୮ ମସିହା ଅକ୍ଟୋବର ମାସରେ ଚୀନ୍‌ ସେନା ପକ୍ଷରୁ ସେହି ସ୍ଥାନରେ ଅନୁପ୍ରବେଶ କରାଯିବ ସହ ଏକ ସୈନ୍ୟ ଶିବିର ନିର୍ମାଣ କରାଯାଇଥିଲା , ୨୦୧୭ ମସିହାରେ ଡୋକଲାମ୍‌ରେ ଏକ ବେଆଇନ ରାସ୍ତା ନିର୍ମାଣକୁ ବିରୋଧ କରି ଚୀନ୍‌ ଓ ଭାରତ ସେନା ମଧ୍ୟରେ ୭୩ ବର୍ଷର ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୌଣସି ବିବୃତ୍ତି ଦିଆଯାଇ ନାହିଁ ।

   Related Posts