ଚୀନ-ପାକିସ୍ତାନ ପାଖରେ ଅଧିକ ପରମାଣୁ ଯୁଦ୍ଧାସ୍ତ୍ର, ତଥାପି ନିର୍ଭୟ ଭାରତ

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫/୧୧: ପରାମାଣୁ ଯୁଦ୍ଧାସ୍ତ୍ର ମାମଲାରେ ଭାରତ ନିଜର ପଡ଼ୋଶୀ ପାକିସ୍ତାନ ଏବଂ ଚୀନଠୁ ପଛରେ ରହିଛି। ଏହା ସତ୍ବେ ଦୁଇ ପଡ଼ୋଶୀଙ୍କୁ ମାତ ଦେବାରେ ଭାରତ ଯଥେଷ୍ଟ । ଏବେ ଅଗ୍ନି-୫ ମିସାଇଲ୍‌ ସହ ରାଫେଲ୍‌ ଏବଂ ପରମାଣୁ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଯୁଦ୍ଧ ପୋତ ଆଇଏନଏସ୍‌ ଆରିହାଣ୍ଟ  ମଧ୍ୟ ସେନାରେ ସାମିଲ ହୋଇସାରିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌ ଇନଷ୍ଟିଚ୍ୟୁଟ୍‌ (SIPRI) ଦେଇଥିବା ରିପୋର୍ଟ ମୁତାବିକ ଚୀନ ପାଖରେ ଏବେ ୩୫୦, ପାକିସ୍ତାନ ପାଖରେ ୧୬୫ ଏବଂ ଭାରତ ପାଖରେ ୧୫୬ ପରମାଣୁ ଯୁଦ୍ଧାସ୍ତ୍ର ରହିଛି।

ସିପରୀ ତଥ୍ୟ କହୁଛି , ପରାମଣୁ କ୍ଷମତା ଥିବା ୯ଟି ଦେଶ ପାଖରେ ମୋଟ ୧୩,୦୮୦ ପରମାଣୁ ଅସ୍ତ୍ର ରହିଛି। ଏଥିରେ ରୁଷ ପାଖରେ ସର୍ବାଧିକ ୬,୨୫୫, ଆମେରିକାରେ ୫୫୫୦ ପରମାଣୁ ସମ୍ପନ୍ନ ଯୁଦ୍ଧାସ୍ତ୍ର ରହିଛି। ଏହା ବ୍ୟତୀତ ଫ୍ରାନ୍ସ ପାଖରେ ୨୯୦, ବ୍ରିଟେନ ପାଖରେ ୨୨୫, ଇସ୍ରାଏଲ୍‌ ପାଖରେ ୯୦ ଏବଂ ଉତ୍ତର କୋରିଆ ପାଖରେ ୪୦-୫୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି।

{"id":539074,"sizeSlug":"full","linkDestination":"none"}

ଏବେ ରୁଷ ଏବଂ ଆମେରିକାକୁ ବାଦ ଦେଲେ ଅନ୍ୟ ୭ ଦେଶ ପରାମଣୁ ଅସ୍ତ୍ର ତିଆରି ଜାରି ରଖିଛନ୍ତି। ରିପୋର୍ଟ ମୁତାବିକ, ଚୀନ ନିଜର ପରମାଣୁ ଅସ୍ତ୍ର ଭଣ୍ଡାର ବୃଦ୍ଧି କରିବାକୁ ନିରନ୍ତର ପ୍ରଚେଷ୍ଟା କରୁଛି। ଗତକାଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍‌ ରିପୋର୍ଟରୁ ଜଣାପଡ଼ିଥିଲା, ଚୀନ୍‌ ୨୦୨୭ ବେଳକୁ ୭୦୦ ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିନେବ। ଏପରିକି ୨୦୩୦ ବେଳକୁ ଚୀନ ପାଖରେ ୧୦୦୦ ଯୁଦ୍ଧାସ୍ତ୍ର ହୋଇଯାଇଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.