Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଚୀନ ଏବଂ ପାକିସ୍ତାନ ନିକଟରେ ରହିଛି ଅଧିକ ପରମାଣୁ ଅସ୍ତ୍ର, ତଥାପି ଭାରତ ସମ୍ମୁଖରେ ଚିତପଟାଙ୍ଗ ମାରନ୍ତି ଏହି ୨ ଦେଶ

15/06/2021 at 9:38 PM

ନୂଆଦିଲ୍ଲୀ ୧୫/ ୦୬ : ବିଶ୍ବରେ ପରମାଣୁ ଶକ୍ତି ଏବେ ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ଅଧିକାଂଶ ଦେଶ ଏବେ ପରମାଣୁ ଅସ୍ତ୍ରକୁ ନିଜର ଶ୍ରେଷ୍ଠ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଭାବେ ପ୍ରୟୋଗ କରିବାକୁ ଚାହୁଁଛନ୍ତି । ବିଶ୍ବର ବିଭିନ୍ନ ଦେଶରେ ତିଆରି ହେଉଥିବା ପରମାଣୁ ଯୁଦ୍ଧାସ୍ତ୍ରଗୁଡିକ ଉପରେ ଟିକନିକ୍‌ ନଜର ରଖେ ଷ୍ଟକହୋମ ଇଣ୍ଟରନେସନାଲ ପିସ୍‌ ଇନଷ୍ଟିଚ୍ୟୁଟ୍‌ (SIPRI) । ନିକଟରେ SIPRI ଜାରି କରିଥିବା ଏକ ରିପୋର୍ଟରେ କହିଛି ଯେ, ବିଶ୍ବରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହା ଆହୁରି ମଧ୍ୟ ବୃଦ୍ଧିପାଇପାରେ ।

ରିପୋର୍ଟ ଅୁନଯାୟୀ ଚାଇନା ଏବଂ ପାକିସ୍ତାନ ନିକଟରେ ଭାରତ ଠାରୁ ମଧ୍ୟ ଅଧିକ ପରମାଣୁ ଅସ୍ତ୍ର ରହିଛି । ଚୀନ ନିକଟରେ ପ୍ରାୟ ୩୫୦ ପରମାଣୁ ଅସ୍ତ୍ର ଥିବା ବେଳେ ପାକିସ୍ତାନ ନିକଟରେ ରହିଛି ୧୬୫ ପରମାଣୁ ଅସ୍ତ୍ର । ଚୀନ ଏବଂ ପାକିସ୍ତାନ ତୁଳନାରେ ଭାରତ ନିକଟରେ ୧୫୬ଟି ପରମାଣୁ ଅସ୍ତ୍ର ରହିଛି । ସାରା ବିଶ୍ବ କଥା କହିବାକୁ ଗଲେ ବର୍ତ୍ତମାନ ବିଭିନ୍ନ ଦେଶମାନଙ୍କ ନିକଟରେ ପାଖାପାଖି ୧୩, ୦୮୦ ପରମାଣୁ ଅସ୍ତ୍ର ରହିଛି । ଋଷ ନିକଟରେ ସର୍ବାଧିକ ୬୨୫୫ଟି ଥିବାବେଳେ ଆମେରିକା ନିକଟରେ ରହିଛି ୫୫୫୦ଟି ପରମାଣୁ ଅସ୍ତ୍ର। ସେହିଭଳି ଫ୍ରାନ୍ସ ନିକଟରେ ୨୯୦ଟି ଥିବାବେଳେ , ବ୍ରିଟେନ୍ ନିକଟରେ ୨୨୫, ଇସ୍ରାଏଲ ନିକଟରେ ୯୦, ଉତ୍ତର କୋରିଆ ନିକଟରେ ୪୦-୫୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି ।

ଭାରତ ନିକଟରେ ପାକିସ୍ତାନ ଏବଂ ଚୀନ ଠାରୁ କମ ପରିମାଣର ପରମାଣୁ ବୋମା ରହିଥାଇପାରେ କିନ୍ତୁ ଏହି ଦୁଇ ଦେଶ ଭାରତ ତୁଳନାରେ ଖୁବ ପଛରେ ରହିଛନ୍ତି । ଏହି ଦୁଇ ଦେଶ ନିକଟରେ ଅଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ଥିଲେ ସୁଦ୍ଧା ସେଗୁଡିକ ଭାରତର ନ୍ୟୁକ୍ଳିୟର ସିଷ୍ଟମ ଠାରୁ ଖୁବ କମ ପ୍ରଭାବି । ଚୀନ ଏବଂ ପାକିସ୍ତାନ ନିକଟରେ ଥିବା ନ୍ୟୁକ୍ଲିୟର ବମଗୁଡିକର ଡେଲିଭରୀ ସିଷ୍ଟମ ଭାରତ ଠାରୁ କମ । ପାକିସ୍ତାନ, ଉତ୍ତର କୋରିଆ ସହାୟତାରେ ପରମାଣୁ ଅସ୍ତ୍ର ତିଆରି କରୁଥିବା ବେଳେ ଭାରତ ମଧ୍ୟ ଅତ୍ୟାଧୁନିକ ତଥା ନୂଆନୂଆ ଟେକନିକ୍‌ ଉପରେ କାମ କରୁଛି ।

   Related Posts