ମିଡିଆ ପ୍ରଭାବ ହାସଲ ପାଇଁ ପ୍ରମୁଖ ଆମେରିକୀୟ ଗଣମାଧ୍ୟମଙ୍କୁ ବିପୁଳ ପୈଠ କରିଛି ଚୀନ୍ ସରକାରୀ ସମ୍ବାଦପତ୍ର: Report

Published By : Prameya-News7 Bureau | July 04, 2021 IST

ବେଜିଂ : ଆମେରିକୀୟ ଗଣମାଧ୍ୟମଙ୍କ ପ୍ରଭାବ ହାସଲ ଲାଗି ଚୀନ୍‌ ସରକାରଙ୍କ ପରିଚାଳିତ ‘ଚାଇନା ଡେଲି’ ବିପୁଳ ବ୍ୟୟ କରୁଥିବା ନ୍ୟାୟ ମନ୍ତ୍ରାଳୟଙ୍କ ଏକ ସ୍ୱୀକାରୋକ୍ତିରୁ ଜଣାପଡିଛି। ଏଥିରେ ଆମେରିକାର ଟାଇମସ୍ ମାଗାଜିନ ସମେତ ବିଦେଶ ନୀତି ସମ୍ପର୍କିତ ମାଗାଜିନ, ସମ୍ବାଦପତ୍ର ଓ ପିରିଓଡିକାଲସଙ୍କୁ ଗତ ୬ ମାସରେ ପୈଠ କରିଥିବା ଏଥିରେ କୁହାଯାଇଛି। ଇଂରାଜୀ ସମ୍ବାଦପତ୍ରରେ ଚୀନ୍‌ରେ ଭାବମୂର୍ତ୍ତି ଅତୁଟ ରଖିବା ଲାଗି ଚାଇନା ଡେଲି ଏହି ବ୍ୟୟ କରୁଥିବା ଜଣାପଡିଛି।

{"id":475598,"sizeSlug":"large","linkDestination":"none"}

ରିପୋର୍ଟ ଅନୁସାରେ ଟାଇମସ୍ ମାଗାଜିନକୁ ଏଥିରେ ୭ଲକ୍ଷ ଡଲାର ପୈଠ କରାଯାଇଥିବା ବେଳେ ଫାଇନାନସିଆଲ ଟାଇମ୍ସ ୩ଲକ୍ଷ ୭୧ ହଜାର ୫୭୭, ଫରେନ ପଲିସି ମାଗାଜିନ ୨ଲକ୍ଷ ୯୧ ହଜାର, ଲସଏଞ୍ଜେଲସ୍ ଟାଇମ୍ସ ୨ଲକ୍ଷ ୭୨ ହଜାର, ଓ ଅନ୍ୟ ସମ୍ବାଦପତ୍ର, ମାଗଜିନ ଓ ପିରିଓଡିକାଲସମାନଙ୍କୁ ୧ ନିୟୁତ ଡଲାରରୁ ବି ଅଧିକ ପୈଠ  କରାଯାଇଥିବା ଉଲ୍ଲେଖ କରାଯାଇଛି।

{"id":475599,"width":838,"height":556,"sizeSlug":"large","linkDestination":"none"}

ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ପରିଚାଳିତ ଚାଇନା ଡେଲି  ଗତ ନଭେମ୍ବର ୨୦୧୬ରୁ ଏପର୍ଯ୍ୟନ୍ତ ୱାସିଂଟନ ପୋଷ୍ଟକୁ ୪.୬ ନିୟୁତ ଡଲାର ପୈଠ କରିଥିବା ବେଳେ ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲକୁ ୬ ନିୟୁତ ଡଲାରରୁ ବି ଅଧିକ ପୈଠ କରିଛି। ଏ ବାବଦେ ଉଭୟ ସମ୍ବାଦପତ୍ର ‘ଚାଇନା’ ନାମରେ ଦୈନିକ ପେଡ ସପ୍ଲିମେଣ୍ଟ ପ୍ରକାଶନ କରୁଥିଲେ। ଏହା ଛଡା ବିଜ୍ଞାପନ ବାବଦେ ଚାଇନା ଡେଲି ଦି ନ୍ୟୁୟର୍କ  ଟାଇମ୍ସକୁ ୫୦ ହଜାର ଡଲାର, ଫରେନ ପଲିସିକୁ ୨ ଲକ୍ଷ ୪୦ ହଜାର, ଦି ଡେସ ମୋଏନସ୍ ରେଜିଷ୍ଟର ୩୪ ହଜାର ୬୦୦ ଓ ସିକ୍ୟୁ ରୋଲ କଲକୁ  ୭୬ହଜାର ଡଲାର ପୈଠ କରିଛି। ତେବେ ଫରେନ ରେଜିଷ୍ଟ୍ରେସନ ଆକ୍ଟ (ଏଫଆରଏ) ଅନୁସାରେ ଜଷ୍ଟିସ ଡିପାର୍ଟମେଣ୍ଟ ପ୍ରତ୍ୟେକ ୬ମାସରେ କାର୍ଯ୍ୟକ୍ରମର ରିପୋର୍ଟ ଦାଖଲ କିରଥାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.