ଭାରତର ପରିବର୍ତ୍ତିତ FDI ନୀତିକୁ ଚୀନର ବିରୋଧ, କହିଲା ନିରପେକ୍ଷ ବ୍ୟାପାର ନୀତିର ବିପରୀତ
20/04/2020 at 2:00 PM

ବେଜିଂ: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକଡାଉନ୍ ଯୋଗୁ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏଥିରେ କର୍ପୋରେଟ୍ କ୍ଷେତ୍ରର କ୍ଷତି ଦିନକୁ ଦୁଗଣ ରାତିକି ୪ଗୁଣା ହାରରେ ବଢିବଢି ଚାଲିଥିବା ବେଳେ ସେୟାର ମୂଲ୍ୟ କ୍ରମାଗତ ହ୍ରାସ ହେଉଛି। ଏଣୁ ଭାରତ ସରକାର ବିଦେଶ ସିଧା ନିବେଶ ନୀତିରେ ସୁଧାର କରିଥିବା ବେଳେ ଚୀନ ହାଉଳି ଖାଇଛି। ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ୱାର୍ଲଡ ଟ୍ରେଡ ଅର୍ଗାନାଇଜେସନ (ଡବ୍ଲୁଟିଓ)ର ପରିପନ୍ଥି ଓ ମୁକ୍ତ ଏବଂ ନିରପେକ୍ଷ ବ୍ୟାପାର ନୀତିର ବିରୋଧୀ ବୋଲି ବେଜିଂ କହିଛି।

ସୂଚନା ଯୋଗ୍ୟତେ କରୋନା ମହାସଂକଟରେ ସୁବିଧାବାଦ ଅଧିଗ୍ରହଣ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାର ବିଦେଶୀ ସିଧା ନିବେଶ(ଏଫଡିଆଇ) ନୀତିରେ ସଂଶୋଧନ କରିଛନ୍ତି। ସେୟାର ମୂଲ୍ୟ ହ୍ରାସ ବେଳେ ଯେପରି ବିଦେଶୀ କମ୍ପାନୀ ଏହାର ଲାଭ ନେଇ ନ ପାରନ୍ତି ସେଥିଲାଗି ସରକାର ଦେଶର ସୀମା ସଲଗ୍ନ ଦେଶଙ୍କ କମ୍ପାନୀ, ନିବେଶକଙ୍କ ସେୟାର କିଣାବିକା ଉପରେ ଅଙ୍କୁଶ ଲଗାଇଛନ୍ତି।

ତେବେ ସରକାର ନୀତି ସୁଧାରରେ ଚୀନର ନାମ ନେଇ ନଥିଲେ ମଧ୍ୟ ଚୀନ ଦୂତାବାସ ମୁଖପାତ୍ର ଜି ରୋଙ୍ଗ ଗଭୀର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କରୋନା ବେଳେ ଚୀନ ସରକାର ଏଭଳି କିଛି କଟକଣା ଲଗାଇ ନଥିଲେ। ହେଲେ ଏବେ ଚୀନ ଲାଗି ଦେଶମାନେ କଟକଣା ଲାଗୁ କରିବା ବଡ ବିଚିତ୍ର ବୋଲି କହିଛନ୍ତି। ତେବେ ଚୀନ ସରକାର ଏବେ କରୋନା ବେଳେ ପଡୋଶୀ ଦେଶର ନିବେଶର ଯାଞ୍ଚ କରାଉଥିବା କହିଛନ୍ତି।