Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦାବି ପରେ ନରମିଲା ଚୀନ, କରୋନା ଭାଇରସ୍ ଉତ୍ପତ୍ତିର ଯାଞ୍ଚ ଲାଗି ହେଲା ପ୍ରସ୍ତୁତ

24/05/2020 at 4:11 PM

ବେଜିଂ ୨୪।୦୫: କରୋନା ଭୂତାଣୁକୁ ନେଇ ଆନ୍ତର୍ଜାତୀୟସ୍ତରରେ ସମାଲୋଚନାର ଶିକାର ହେବା ପରେ ଚୀନ ଏବେ ଏହି ମହାମାରୀର ଉତ୍ପତ୍ତି କେଉଁଠୁ ହୋଇଛି ତାର ଯାଞ୍ଚ ଲାଗି ପ୍ରସ୍ତୁତ ହୋଇ ଯାଇଛି। ତାରି ବିରୋଧରେ ଗୋଟିଏ ପରେ ଗୋଟିଏ ଦେଶର ସ୍ଵର ଉଠିବାରୁ ଶେଷରେ ନରମ ପଡିଛି ଚୀନ।  ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି କହିଛନ୍ତି, ଚୀନ କରୋନା ଭୂତାଣୁର ଉତ୍ପତ୍ତିର ଯାଞ୍ଚ ନେଇ ପ୍ରସ୍ତୁତ ହୋଇଛି। ମାତ୍ର ଚୀନ କହିଛି, ଏହି ଯାଞ୍ଚ ରାଜନୈତିକ ହସ୍ତକ୍ଷେପମୁକ୍ତ ହେବା ଉଚିତ୍।

ଚୀନ ବୈଦେଶିକ ମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିପ୍ପଣୀ ଉପରେ କହିଛନ୍ତି, ଭୂତାଣୁର ଉତ୍ପତ୍ତିକୁ ନେଇ ଚୀନକୁ କଳଙ୍କିତ କରିବା ଓ ଗୁଜବ ପ୍ରଚାର କରିବା ଆମେରିକାର ପ୍ରୟାସ ବିଫଳ ହୋଇଛି। ଉଲ୍ଲେଖନୀୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ବୈଠକ ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ  ଭାଇରସ୍‌ର ଉତ୍ପତ୍ତି ନେଇ ଅନ୍ତରାଷ୍ଟ୍ରୀୟ ଯାଞ୍ଚ କରିବାକୁ ଦାବି କରିଥିଲେ।

ଓ୍ଵାଙ୍ଗ ଓ୍ଵି କହିଛନ୍ତି, ଚୀନର ବାର୍ଷିକ ସଂସଦ ଅଧିବେଶନ ଅବସରରେ ଭାଇରସ୍‌ର ଉତ୍ପତ୍ତି ସ୍ରୋତ ଜାଣିବା ଲାଗି ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ସମୁଦାୟଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ଅଛି। ଏହି ଯାଞ୍ଚ ବୈଜ୍ଞାନିକ ଆଧାରରେ ଓ ନିରପେକ୍ଷ କରାଯାଉ ବୋଲି ଓ୍ଵି କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ନିରପେକ୍ଷର ଅର୍ଥ ଯାଞ୍ଚ ପ୍ରକ୍ରିୟା ରାଜନୈତିକ ହସ୍ତକ୍ଷେପ ମୁକ୍ତ ହେଉ। ସମସ୍ତ ଦେଶ ସାର୍ବଭୌମତର ସମ୍ମାନ କରନ୍ତୁ  ଓ ଅନୁମାନ ଆଧାରରେ କାହାକୁ ଅପରାଧୀ ବିବେଚନା କରାନଯାଉ। ଉଲ୍ଲେଖନୀୟ ଆମେରିକା ସର୍ବଦା ଆରୋପ ଲଗାଇ ଆସିଛି ଯେ, କରୋନା ଭାଇରସ୍‌ ଚୀନର ଏକ ସୁରକ୍ଷିତ ଲ୍ୟାବ୍‌ରୁ ବ୍ୟାପିଛି।

   Related Posts