Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଉପ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତ ନେଇ ଚିହିଙ୍କି ଉଠିଲା ଚୀନ, ଭାରତ ଦେଲା ଦୃଢ ଜବାବ

13/10/2021 at 8:46 PM

ନୂଆଦିଲ୍ଲୀ ୧୩।୧୦: ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ବାଉଳେଇ ହେଲା ଚୀନ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଏହି ଗସ୍ତକୁ ନେଇ ଚୀନ ଆପତ୍ତି ପ୍ରକାଶ କରିଛି। ଚୀନର ଏହି ଆପତ୍ତି ଉପରେ ବୁଧବାର ଭାରତ ଦୃଢ ଜବାବ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ। ଭାରତୀୟ ନେତା ନିୟମିତ ଅନ୍ୟ ରାଜ୍ୟ ପରି ଅରୁଣାଚଳ ପ୍ରଦେଶ ମଧ୍ୟ ଯାତ୍ରା କରିଥାନ୍ତି।

ସୂଚନାଯୋଗ୍ୟ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗତ ଅକ୍ଟୋବର ୯ ତାରିଖରେ ଅରୁଣାଚଳ ପ୍ରଦେଶ ଗସ୍ତର କରିଥିଲେ। ଏହି ଯାତ୍ରା ସମୟରେ ସେ ରାଜ୍ୟ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ। ଅରୁଣାଚଳ ପ୍ରଦେଶର ବିରାସତ ଉପରେ ବିସ୍ତୃତ ଚର୍ଚ୍ଚା କରିବା ସହ ଉପ ରାଷ୍ଟ୍ରପତି କହିଥିଲେ ଯେ, ଦୀର୍ଘ  ବର୍ଷ ପରେ ଅରୁଣାଚଳ ପ୍ରଦେଶରେ ପରିବର୍ତ୍ତନ ଏବଂ ବିକାଶର ନୂତନ ଗତି ଦେଖିବାକୁ ମିଳିଛି।

ଅନ୍ୟପଟେ ଉପ ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଚୀନ ଚିହିଙ୍କି ଉଠିଛି। ବୁଧବାର ଦିନ ବେଜିଂ କହିଛି ଯେ, ସେ ଅରୁଣାଚଳ ପ୍ରଦେଶକୁ ରାଜ୍ୟ ଭାବେ ମାନ୍ୟତା ଦେଇ ନାହିଁ। ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ସୀମା ପ୍ରସଙ୍ଗରେ ଚୀନର ସ୍ଥିତି  ସୁସଙ୍ଗତ ଏବଂ ସ୍ପଷ୍ଟ ରହିଛି। ଚୀନ ସରକାର କେବେ ମଧ୍ୟ ଭାରତୀୟ ଦ୍ଵାରା ଅବୈଧ ଭାବେ ସ୍ଥାପିତ ଅରୁଣାଚଳ ପ୍ରଦେଶକୁ ମାନ୍ୟତା ଦିଏ ନାହିଁ ଏବଂ ସମ୍ବନ୍ଧିତ କ୍ଷେତ୍ରରେ ଭାରତୀୟ ନେତାଙ୍କ ଯାତ୍ରାକୁ କଡା ବିରୋଧ କରେ।

ଭାରତ ଦେଲା ମୁହଁତୋଡ ଜବାବ

ଚୀନ ମୁଖପାତ୍ରଙ୍କ ବୟାନ ଉପରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଭାରତର ଏକ ରାଜ୍ୟକୁ ଦେଶର ନେତା ଯିବା ଉପରେ ଚୀନ ଅଯଥା ମୁଣ୍ଡ ପୁରାଉଛି ଏବଂ ପ୍ରତିକ୍ରିୟା ଦେଉଛି। ଚୀନ ପକ୍ଷରୁ ଏମିତି ବୟାନ କଦାପି ଗ୍ରହଣୀୟ ନୁହେଁ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।

   Related Posts