ଡ୍ରାଗନର ପ୍ରଭୁତ୍ୱ ପ୍ରୀତି : ଚୀନ ହାତରେ ବିଶ୍ବର ସବୁଠୁ ବଡ଼ ନୌସେନା, ଭାରତକୁ ଘେରିବାକୁ ପ୍ରସ୍ତୁତି !

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୦୩/୦୯: ଚୀନର ବିସ୍ତାରବାଦୀ ନୀତି ଓ ମହାଶକ୍ତି ହେବାର ନିଶା ତାକୁ ଅନ୍ଧ କରିସାରିଛି । ଚୀନ ପାଇଁ ଗୋଟିଏ ଦେଶ ଚିନ୍ତା ବଢ଼ାଉଛି, ଆଉ ସେ ହେଉଛି  ଆମେରିକା । ଚୀନ ଭଲ ଭାବେ ଜାଣିଛି ବିଶ୍ବଶକ୍ତି ହେବାକୁ ହେଲେ ଆମେରିକାକୁ ପଛରେ ପକାଇବାକୁ ପଡିବ । କିନ୍ତୁ ଏହା ଏତେ ସହଜ ନୁହେଁ । ସେପଟେ ଚୀନ ନିଜର ବିସ୍ତାରବାଦୀ ନୀତିକୁ ଆପଣାଇବା ସହ କିଛି ମାସ ହେଲା ଭାରତର ଅଞ୍ଚଳକୁ କବ୍‌ଜା କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନୁଛି ଡ୍ରାଗନ୍‌ ସେନା । ଆମେରିକାର ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍’ର ରିପୋର୍ଟ ଅନୁସାରେ ବିଶ୍ବଶକ୍ତିରେ ପରିଣତ ହେବାକୁ ଚୀନ ଏଭଳି ଉଦ୍ୟମ କରୁଛି ।

ବର୍ତ୍ତମାନର ସମୟରେ ବିଶ୍ବର ବଡ଼ ନୌସେନା ଚୀନର । ନିଜ ସୀମାର ବିସ୍ତାର ପାଇଁ ଚୀନ ଭାରତର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲଜିଷ୍ଟିକ୍ ବେସ୍ ନିର୍ମାଣ କରିବା ପାଇଁ ଆକ୍ରମଣାତ୍ମକ ରୂପ ଧାରଣ କରୁଛି । ଏହାସହ ପରମାଣୁ ଯୁଦ୍ଧାସ୍ତ୍ର ଦୁଇ ଗୁଣା କରିବାକୁ ଡ୍ରାଗନ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

{"id":324433,"sizeSlug":"large"}

ବିଶ୍ବର ସୁପରପାଓ୍ବାର ହେବାକୁ ଚେଷ୍ଟା ଚଳାଇଥିବା ଚୀନ ଏବେ ଭାରତର ପଡ଼ୋଶୀ ଦେଶରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଯୋଜନା କରୁଛି । ଚୀନକୁ ନେଇ ୨୦୨୦ର ପେଣ୍ଟାଗନ୍‌ରୁ  ଆସିଥିବା ରିପୋର୍ଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ଚୀନ ଭାରତୀୟ ମହାସାଗରୀୟ କ୍ଷେତ୍ରରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରୁଛି । ୨୦୧୭ ଅଗଷ୍ଟରେ ପ୍ରଥମେ ଚୀନ ଆଫ୍ରିକାର ଜିବୁତିରେ ନିଜର ବିଦେଶୀ ବେସ୍ ସ୍ଥାପନ କରିଥିଲା । ତେବେ ଭାରତର ଏହି ସ୍ଥାନ ଉପରେ ଚୀନ ପ୍ରଭୁତ୍ୱ ଜାହିର କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହା ପୂର୍ବରୁ ପାକିସ୍ତାନର କରାଚୀ ଓ ଗ୍ବାଦର ପୋର୍ଟରେ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି ଚୀନ ।

ସେହିପରି ଅନ୍ୟପଟେ ପେଣ୍ଟାଗନ୍ ରିପୋର୍ଟ ଅନୁସାରେ ଭାରତର ୩ ପଡ଼ୋଶୀ ରାଷ୍ଟ୍ର ସମେତ ଏକ ଡଜନରୁ ଉର୍ଦ୍ଧ୍ବ ଦେଶରେ ସେନା ବେସ୍ ନିର୍ମାଣ କରିବାକୁ ପ୍ରୟାସ ଜାରି ରଖିଛି । ଯାହାଦ୍ବାରା ଚୀନ ବହୁ ଦୂରରେ ରହି ମଧ୍ୟ ନିଜର ଦବଦବା ଜାହିର କରିପାରିବ । ରିପୋର୍ଟ ଅନୁସାରେ ଭାରତର ୩ ପଡ଼ୋଶୀ ରାଷ୍ଟ୍ର ହେଉଛନ୍ତି- ପାକିସ୍ତାନ, ଶ୍ରୀଲଙ୍କା ଓ ମିଆଁମାର । ଏହାସହ ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନିୟା, ତାଞ୍ଜାନିଆ, ଅଙ୍ଗୋଲା ଓ ତଜାକିସ୍ତାରେ ଲଜିଷ୍ଟିକ୍ ବେସ୍ ନିର୍ମାଣ କରିବା ଲକ୍ଷ୍ୟରେ ବିସ୍ତାରବାଦୀ ଚୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.