Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚୀନର ନୂଆ ଦାବି: ଗତବର୍ଷରୁ ପୃଥିବୀରେ ବ୍ୟାପିଥିଲା କରୋନା, ପ୍ରଥମ ଦେଶ ଭାବେ ଚୀନ କରିଛି ସମସ୍ତଙ୍କୁ ସଚେତନ

10/10/2020 at 8:55 AM

ନୂଆଦିଲ୍ଲୀ ୧୦/୧୦: ଚୀନର ଉହାନ ସହରରୁ ସମଗ୍ର ପୃଥିବୀରେ ବ୍ୟାପିଛି କରୋନା ଭାଇରସ। ଏହା ସହ କରୋନା ମହାମାରୀ ପାଇଁ ସବୁ ଦେଶ ଚୀନକୁ ଦାୟୀ କରୁଛନ୍ତି। ତେବେ ଚୀନ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଚାଲ୍ ଚଳାଉଛି। ଚୀନ ଏବେ ଦାବି କରିଛି ଯେ ଗତବର୍ଷରୁ ହିଁ ପୂରା ଦୁନିଆରେ ଭାଇରସ ବ୍ୟାପି ଯାଇଥିଲା। ପ୍ରଥମ ଦେଶ ଭାବେ ଚୀନ ଦୁନିଆକୁ ଭାଇରସ ବାବଦରେ ଜଣାଇଲା। ଯାହା ଦ୍ବାରା ସବୁ ଦେଶ ଏବେ ଏହାକୁ ରୋକିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କଲେ।

ଚୀନର ମାଂସ ମାର୍କେଟରୁ ଏହା ବ୍ୟାପିଥିବା କୁହାଯାଉଥିଲା। ବାଦୁଡ଼ି ଦ୍ବାରା ମନୁଷ୍ୟ ଶରୀରକୁ ଏହି ଭାଇରସ ଆସିଛି ବୋଲି କୁହାଯାଉଛି। ଏହା ବ୍ୟତୀତ ଆମେରିକା ଏକ ଅଲଗା ଦାବି କରିଥିଲା ଯେ ଉହାନର ଲ୍ୟାବରେ ହିଁ ଏହା ଭାଇରସକୁ ପ୍ରସ୍ତୁତ କରାଯାଇ ଥିଲା ଓ ସେଠାରୁ ପୂରା ଦୁନିଆକୁ ବ୍ୟାପିଥିଲା। ଏହା ସହ ଚୀନରୁ ଏବେ ସୁଦ୍ଧା ୯୧ ହଜାର ପାଖାପାଖି ମାମଲା ଆସିବାରୁ ସନ୍ଦେହ ବଢ଼ିଲା। କାରଣ ବଡ଼ ବଡ଼ ଦେଶ​ରେ ଏହି ସଂଖ୍ୟା ଲକ୍ଷେ ଛୁଇଁଛି।

ତେବେ ଏ ନେଇ ଚୀନ ବିଦେଶ ମନ୍ତ୍ରାଳୟ ସଫେଇ ରଖିଛନ୍ତି। କରୋନା ଭାଇରସ ଏକପ୍ରକାର ନୂଆ ଭାଇରସ ବୋଲି କହିଛନ୍ତି। ରିପୋର୍ଟ ସାମ୍ନାକୁ ଆସିବା ପରେ ଅଧିକରୁ ଅଧିକ ତଥ୍ୟ ସାମ୍ନାକୁ ଆସିଲା। ଗତବର୍ଷ ଶେଷ ସୁଦ୍ଧା ପୃଥିବୀର ଅନେକ ସ୍ଥାନରେ ଏହା ବ୍ୟାପିଥିଲା। ମାତ୍ର ଚୀନ ଏ ବାବଦରେ ପ୍ରଥମେ ରିପୋର୍ଟ କରିଥିଲା। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନୟିଙ୍ଗ କହିଛନ୍ତି ଭାଇରସ ସମ୍ବନ୍ଧିତ ଲକ୍ଷଣ ତଥା ପରୀକ୍ଷା ଆଦି ବାବଦରେ ପୃଥିବୀକୁ ଚୀନ ପ୍ରଥମେ ଜଣାଇଛି। ଏହା ସହ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ହୁଆ।

   Related Posts