Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ପୁଣି ଥରେ ମିଛ ଓଗାଳିଲା ଚୀନ: କହିଲା- ଗଲଓ୍ଵାନ ସଂଘର୍ଷ ପାଇଁ ଭାରତ ସଂପୂର୍ଣ୍ଣ ଭାବେ ଦାୟୀ, ନୂଆଦିଲ୍ଲୀ ଉସୁକାଇଥିଲା

24/06/2020 at 5:20 PM

ବେଜିଂ ୨୪।୦୬: ଭାତତ ଓ ଚୀନ ମଧ୍ୟରେ ସେନା ପଛକୁ ହଟିବା ନେଇ ସହମତି ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣି ଥରେ ମିଛ କହିଛି। ଗଲଓ୍ଵାନ ସଂଘର୍ଷ ପାଇଁ ଚୀନ୍ ଭାରତକୁ ସଂପୂର୍ଣ୍ଣ ଦାୟୀ କରିଛି। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଓ୍ଵ କିଆନ କହିଛନ୍ତି, ଆମେ ଆଶା କରୁଛୁ ଯେ, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା କାଏମ ରହୁ। ମାତ୍ର ଭାରତର ଏକତରଫା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ସଂଘର୍ଷର ସୂତ୍ରପାତ ହେଲା ବୋଲି ଚୀନ କହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କିଆନ କହିଛନ୍ତି, ଚୀନ ସେନା କରୋନା ସଂକ୍ରମଣ ହ୍ରାସ ଘଟିବା ସହିତ ଯୁଦ୍ଧ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣକୁ ଆଗକୁ ବଢାଇଛି। ପିଏଲରର ତିବ୍ବତ ମିଲିଟାରୀ କମାଣ୍ଡ ନିକଟରେ ପଠାରୀ ଅଞ୍ଚଳରେ ଲାଇଭ ଫାୟର ଡ୍ରିଲ୍ କରିଥିଲା। ଏହା ଜରିଆରେ ସୈନିକଙ୍କ ମିଳିତ ଯୁଦ୍ଧ କ୍ଷମତାକୁ ପରଖା ଯାଇଛି। ଏହି ଡ୍ରିଲ୍ ନିୟମିତ ଭାବେ ହେଉଛି ଏବଂ ଏହା ଅନ୍ୟ କୌଣସି ଦେଶ ବିରୋଧରେ ଉଦ୍ଦିଷ୍ଟ ନୁହେଁ ବୋଲି ଚୀନ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲଦାଖର ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ ରାତିରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ୟପଟେ ଭାରତୀୟ ଯବାନଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେ ଚୀନର ମଧ୍ୟ ୪୦ ଯବାନ ମୁତାହତ ହୋଇଥିଲେ। ଏହି ହିଂସା ପରେ ଭାରତ ଓ ଚୀନର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି ଏବଂ ଏବେ ଉଭୟ ପକ୍ଷ ନିଜର ସୈନ୍ୟ ହଟାଇବାକ ସହମତି ପ୍ରକାଶ କରିଛନ୍ତି। ମାତ୍ର ଗଲଓ୍ଵାନ ଉପତ୍ୟକାର ସାଟେଲାଇଟ୍‌ ଛବିରୁ ଯାହା ଦେଖିବାକୁ ମିଳିଛି ତାହା ବାସ୍ତବତାଠୁ ଭିନ୍ନ ରହିଛି।

   Related Posts