ଆଜି ରାତିରେ କାଶ୍ମୀରକୁ ନେଇ UNSCରେ ଚୀନ ଉଠାଇପାରେ ନୂଆ ପ୍ରସଙ୍ଗ, ବିରୋଧ କରିବେ ଫ୍ରାନ୍ସ ଓ ଅନ୍ୟମାନେ

Published By : Prameya-News7 Bureau | January 15, 2020 IST

ନ୍ୟୁୟର୍କ ୧୫।୧:  ଏକ ଆଫ୍ରିକୀୟ ଦେଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ବୁଧବାର ନ୍ୟୁୟର୍କସ୍ଥିତ ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସ୍‌ସି)ରେ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସଦସ୍ୟ ଦେଶମାନେ ଅଂଶଗ୍ରହଣ କରିବାକୁ ଥିବା ବେଳେ ପାକିସ୍ତାନ ପକ୍ଷରୁ ଚୀନ ବୈଠକରେ 'ଏନି ଅଦର ବିଜନେସ ପଏଣ୍ଟସ୍' ଉଠାଇ କାଶ୍ମୀରକୁ ପ୍ରସଙ୍ଗ କରିବ ବୋଲି ଜଣାପଡିଛି। ତେବେ ଏଠାରେ ଅନ୍ୟତମ ସଦସ୍ୟ ଦେଶ ଫ୍ରାନ୍ସ ସମେତ ଅନ୍ୟ ଦେଶମାନେ ଏହାକୁ  ବିରୋଧ କରିବେ ବୋଲି କୂଟନୈତିକ ମହଲରୁ ସୂଚନା ମିଳିଛି।

{"id":211754,"width":574,"height":431,"sizeSlug":"large"}

ଅତୀତରେ ବି ପାକିସ୍ତାନ ଲାଗି ଚୀନ ଏଭଳି ପଦକ୍ଷେପ ନେଇଥିଲା। ହେଲେ ସେତେବେଳେ ଫ୍ରାନସର ଥିବା ମନବୃତ୍ତି ଏବେବି ବଦଳି ନାହିଁ। କାଶ୍ମୀର ଭାରତର ନିଜ ପ୍ରସଙ୍ଗ ଓ ଏହାର ଦ୍ୱିପାକ୍ଷୀକ ଆଲୋଚନା ଦ୍ୱାରା ସମାଧାନ ସମ୍ଭବ ବୋଲି ଫ୍ରାନ୍ସ ଯୁକ୍ତି ରଖିଥିଲା। ତେବେ ଏଥର ମଧ୍ୟ ଚୀନର ପ୍ରସ୍ତାବକୁ ଫ୍ରାନ୍ସ ଓ ଅନ୍ୟଦେଶମାନେ ବୈଠକରେ ପୁଣି ବିରୋଧ କରିବେ ବୋଲି କୁଟନୈତିକ  ସୂଚନା ମିଳିଛି।

{"id":211755,"sizeSlug":"large"}

ବିଶ୍ୱର ସର୍ବୋଚ୍ଚ ସୁରକ୍ଷା ପରିଷଦରେ ପୁଣି ପାକିସ୍ତାନ ପ୍ରେମ ଲାଗି  ଚୀନ ଉପହସିତ ହେବ ବୋଲି ଆଶା କରାଯାଉଛି। ଗତ ଥର ଏଥିରେ ଫ୍ରାନ୍ସ ସହ ଆମେରିକା, ବ୍ରିଟେନ ଓ ଋଷିଆ ଚୀନକୁ ବିରୋଧ କରିଥିଲେ। ହୁଏତ ଏଥର ମଧ୍ୟ ସେମାନେ ଚୀନ ସପକ୍ଷରେ ନ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଇରାନ ପ୍ରସଙ୍ଗ ଥିବାରୁ ଆମେରିକା ନୀତି ଜଣାପଡିନଥିଲେ ହେଁ ଚୀନ କାଶ୍ମୀର ପ୍ରସଙ୍ଗରେ ସଫଳ ହୋଇପାରିବନି ବୋଲି କୁହାଯାଉଛି।  ହେଲେ ଜମ୍ମୁ ଓ କାଶ୍ମୀରକୁ ଭାରତର ରାଜ୍ୟମାନ୍ୟତାରେ ଚୀନ ମଧ୍ୟ ବିଳବିଳଉଥିବା ଏଥିରୁ ସ୍ପଷ୍ଟ ଏବେ ସ୍ପଷ୍ଟ ହୋଇଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.