ଦିଲ୍ଲୀ ବିମାନ ବନ୍ଦରରେ ସାଟେଲାଇଟ୍ ଫୋନ ସହ ଚୀନ ନାଗରିକ ଅଟକ
14/11/2019 at 6:47 PM

ନୂଆଦିଲ୍ଲୀ ୧୨।୧୧ : ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବର ସାଟେଲାଇଟ୍ ଫୋନ ସହ ଜଣେ ଚୀନ ନାଗରିକ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡିଛନ୍ତି। ଚାଙ୍ଗ ୱେନ ଟାଙ୍ଗ ନାମକ ଏହି ବିଦେଶୀ ନାଗରିକ ଜଣକ ବିମାନ ବନ୍ଦରର ଟର୍ମିନାଲ-୨କୁ ପ୍ରବେଶ ଲାଗି ଉଦ୍ୟମ କରିବା ବେଳେ ତାଙ୍କ ବ୍ୟାଗେଜ୍ ରେ ସାଟେଲାଇଟ୍ ଫୋନ ଥିବା ସିଆଇଏସଏଫ କର୍ମଚାରୀ ଜାଣିବାକୁ ପାଇଥିଲେ। ଏଣୁ ସୁରକ୍ଷାକର୍ମୀମାନେ ତାଙ୍ଗଙ୍କୁ ଅଟକ ରଖିଥିଲେ।

ଟାଙ୍ଗ ରାୟପୁର ଯିବା ଲାଗି ବିମାନବନ୍ଦରର ୨ ନମ୍ବର ଟର୍ମିନାଲକୁ ଯାଉଥିଲେ। ତେବେ ଭାରତରେ ସାଟେଲାଇଟ୍ ଫୋନ ନାଗରିକଙ୍କ ଲାଗି ନିଷିଦ୍ଧ ବୋଲି ସେ ଜାଣିନଥିବା କହିଛନ୍ତି। ଥୁରାୟା ବ୍ରାଣ୍ଡର ଏହି ଉପଗ୍ରହ ଫୋନକୁ ସେ ତାଙ୍କହ୍ୟାଣ୍ଡ ବ୍ୟାଗରେ ରଖିଥିଲେ। ଏଣୁ ତାଙ୍ଗଙ୍କ ବିରୋଧରେ ପରବର୍ତ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦିଲ୍ଲୀ ପୋଲସକୁ ହସ୍ତାନ୍ତର କରିଦିଆଯାଇଛି।