କରୋନା ପରେ ଚୀନରେ ସୃଷ୍ଟି ହେଲା ଆଉ ଏକ ନୂତନ ‘ହନ୍ତା’ ଭାଇରସ୍, ଜଣେ ମୃତ, ଦୁନିଆ ହାହାକାର

Published By : Prameya-News7 Bureau | March 24, 2020 IST

ବେଜିଂ ୨୪।୦୩ :  ସମଗ୍ର ବିଶ୍ଵରେ ସଂପ୍ରତି କରୋନା ଆତଙ୍କ ଥମିବାର ନାଁ ନେଉନାହିଁ। କରୋନାର ପ୍ରତିରୋଧ ଲାଗି ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଛି। ଏହା ମଧ୍ୟରେ କରୋନାରେ ଅଧିକ ପ୍ରଭାବିତ ଚୀନର ୟୁନ୍ନାନ ପ୍ରାନ୍ତରେ ସୋମବାର ଜଣେ ବ୍ୟକ୍ତିଙ୍କ ହନ୍ତା ଭାଇରସରେ ମୃତ୍ୟୁ ଘଟିଛି। ପୀଡିତ ବ୍ୟକ୍ତି କାମ କରିବା ପାଇଁ ବସରୁ ଶାଡୋଙ୍ଗ ଫେରୁଥିଲେ। ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ରକ୍ତ ନମୂନା ଓ ସ୍ଵାବ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ହନ୍ତା ଭାଇରସ ପଜିଟିଭ ଆସିଥିଲା। ବସରେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟ ୩୨ ଜଣଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି। ଚୀନର ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସ ଏହି ଘଟଣାର ସୂଚନା ଦେବା ପରେ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି।

ବହୁ ସଂଖ୍ୟାରେ ଲୋକ୍ ଟୁଇଟ୍ କରି ଭୟ ପ୍ରକାଶ କରୁଛନ୍ତି ଯେ, ଏହା କରୋନା ଭାଇରସ ପରି ମହାମାରୀର ରୂପ ନେବ ନାହିଁ ତ। ଲୋକେ କହୁଛନ୍ତି ଯେ, ଯଦି ଚୀନର ଲୋକ ପଶୁକୁ ଜୀଅନ୍ତା ଖାଇବା ବନ୍ଦ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏମିତି ଜାରି ରହିବ। ଜଣେ ୟୁଜର୍ସ ଶିବମ ଲେଖିଛନ୍ତି ଯେ,ଚୀନର ଲୋକ ଏବେ ଆଉ ଏକ ମହାମାରୀର ପ୍ରକଳ୍ପ ଉପରେ କାମ କରୁଛନ୍ତି। ମୂଷା ଖାଇଲେ ଏହି ହନ୍ତା ଭାଇରସ ହୋଇଥାଏ ବୋଲି କୁହାଯାଉଛି।

{"id":243428,"sizeSlug":"large"}

ଜାଣନ୍ତୁ କଣ ଏହି ହନ୍ତା ଭାଇରସ

ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭାଇରସ ପରି ହନ୍ତା ଭାଇରସ ସେତେ ଘାତକ ନୁହଁ। ଏହା ମୂଷା ଓ ଗୁଣ୍ଡୁଚିମୂଷା ସଂପର୍କରେ ମଣିଷ ଆସିଲେ ବ୍ୟାପିଥାଏ। ସେଣ୍ଟର ଫର  ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ମୁତାବକ, ମୂଷାକୁ ଘର ଭିତରୁ ବାହାର କଲେ ହନ୍ତା ଭାଇରସ୍ ସଂକ୍ରମଣ ବିପଦ ରହିଥାଏ। ଯଦି କୌଣସି ସୁସ୍ଥ ବ୍ୟକ୍ତି ଏହି ହନ୍ତା ଭାଇରସର ସଂପର୍କରେ ଆସନ୍ତି ତେବେ ସେ ସଂକ୍ରମିତ ହେବାର ବିପଦ ରହିଥାଏ।

ମଣିଷଠୁ ମଣିଷକୁ ବ୍ୟାପେ ନାହିଁ

କିନ୍ତୁ ସବୁଠୁ ବଡ କଥା ହନ୍ତା ଭାଇରସ୍ ଜଣେ ବ୍ୟକ୍ତିଙ୍କଠୁ ଅନ୍ୟ ବ୍ୟକ୍ତିଙ୍କୁ ବ୍ୟାପି ନାହିଁ, ମାତ୍ର ଯଦି କୌଣସି ବ୍ୟକ୍ତି ମୂଷାର ମଳ, ମୂତ୍ର ଆଦିକୁ ଛୁଇଁବା ପରେ  ନିଜର ଆଖି,  ନାକ ଓ ମୁହଁକୁ ସ୍ପର୍ଶ କରେ ତେବେ ହନ୍ତା ଭାଇରସ୍ ସଂକ୍ରମଣ ହେବାରେ ବିପଦ ବଢିଯାଏ। ଏହି ଭାଇରସରେ ସଂକ୍ରମିତ ହେଲେ ମଣିଷକୁ ଜ୍ଵର, ମୁଣ୍ଡ ବ୍ୟଥା, ଦେହ ବ୍ୟଥା, ପେଟ ବ୍ୟଥା, ବାନ୍ତି, ଝାଡାବାନ୍ତି ଆଦି ହୋଇଥାଏ। ଯଦି ଚିକିତ୍ସାରେ ବିଳମ୍ବ ଘଟେ ତେବେ ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସରେ ପାଣି ଭରିଯାଏ। ଯାହା ଫଳରେ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହୁଏ।

{"id":243431,"sizeSlug":"large"}

ହନ୍ତା ଭାଇରସ ମରଣାନ୍ତ ଅଟେ

ସିଡିସି ମୁତାବକ ହନ୍ତା ଭାଇରସ ମରଣାନ୍ତ ଅଟେ। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହାର ୩୮ ପ୍ରତିଶତ ରହିଛି। ଚୀନରେ ହନ୍ତା ଭାଇରସର ପ୍ରଥମ ମାମଲା ଏମିତି ସମୟରେ ସାମ୍ନାକୁ ଆସିଛି ଯେବେ ଉହାନରୁ ଉତ୍ପନ କରୋନା ଭୂତାଣୁ ବିରୋଧରେ ସମଗ୍ର ଦୁନିଆ ବଞ୍ଚିବାକୁ ଲଢେଇ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.