Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମାଲଦାରୁ ଚାଇନା ନାଗରିକ ଗିରଫ: ବାଙ୍ଗଲାଦେଶ ଭିସା ନେଇ ଅବୈଧ ରୂପେ ଭାରତରେ କରିଥିଲେ ପ୍ରବେଶ

10/06/2021 at 6:18 PM

ନୂଆଦିଲ୍ଲୀ ୧୦/୦୬ : ଭାରତ-ବାଙ୍ଗଲାଦେଶ ସୀମା ନିକଟରେ ବଙ୍ଗଳା ମାଲଦା ଜିଲ୍ଲାର ମିଲୀକ ସୁଲତାନପୁରରୁ ଜଣେ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି । ଏହି ଚାଇନା ନାଗରିକ ସନ୍ଦେହଜନକ ଭାବେ ସୀମା ନିକଟରେ ବୁଲୁଥିଲେ । ହାନ ଜୁନେବ ନାମକ ଏହି ବ୍ୟକ୍ତି ଅବୈଧ ତରିକାରେ ଭାରତକୁ ପଶି ଆସିଥିବା ଅଭିଯୋଗରେ ବିଏସଏଫ ତାଙ୍କୁ ଗିରଫ କରିଥିଲା । ସେ ବାଙ୍ଗଲାଦେଶର ଭିସା ନେଇ ଭାରତ ଆସିଥିଲେ । ସେ ଅବୈଧ ତରିକାରେ ଭାରତ ସୀମା ପାର କରିଥିଲେ । ବିଏସଏଫ ତାଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଥିଲା । ଜୁନେବଙ୍କ ପାଖରୁ କ୍ୟାମେରା ଓ ଲାପଟପ ଜବତ ହୋଇଛି ।

ଦୁଇ ଦିନ ପୂର୍ବରୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ଏଟିଏସ ବାଙ୍ଗଲାଦେଶ ରାସ୍ତା ଦେଇ ଅବୈଧ ଅରୂପେ ଭାରତ ଆସିଥିବା ଦୁଇ ରୋହିଙ୍ଗ୍ୟାଙ୍କୁ ଗିରଫ କରିଥିଲେ । ଦୁହିଁଙ୍କୁ ସୋମବାର ସନ୍ଧ୍ୟାରେ ଏଟିଏସ ଟିମ ଗାଜିଆବାଦରୁ ଗିରଫ କରିଥିଲା । ଏଟିଏସ ବୟାନ ଅନୁସାରେ ନୁର ଆଲାମ ଓ ଆମିର ହୁସେନ ମିଆଁମାରର ରଖାଇନ ପ୍ରାନ୍ତର । ନୁର ଆଲାମ ମେରଠ ଜିଲ୍ଲା ଦରବାର ଲବର ଖାସ ଓ ହୁସେନ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳର ଗଳି ନମ୍ବର ୬, ଶ୍ରୀରାମ କଲୋନୀରେ ରହୁଥିଲେ ।

   Related Posts