Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଚୀନ ରଚିଲା ଇତିହାସ, ତିନି ବର୍ଷର ଶିଶୁଙ୍କ ପାଇଁ ପ୍ରସ୍ତୁତ କଲା ଟିକା

6/06/2021 at 6:28 PM

ବେଜିଂ ୦୬।୦୬: କରୋନା ମହାମାରୀର ମୁକାବିଲା ପାଇଁ ସଂପ୍ରତି ବିଶ୍ଵର ପ୍ରମୁଖ ଦେଶଗୁଡିକରେ ଟିକା ଉତ୍ପାଦନ ସହ ଏହା ଉପରେ ଅଧିକ ଗବେଷଣା ଚାଲିଛି। କିଛି ଦିନ ତଳେ ୧୮ ବର୍ଷରୁ କମ ପିଲାଙ୍କ ଟିକାକରଣକୁ ବ୍ରିଟେନ ଅନୁମତି ଦେଇଛି। ଏହି କ୍ରମରେ ଚୀନ ତିନି ବର୍ଷରୁ ୧୭ ବର୍ଷର ପିଲାଙ୍କ ପାଇଁ ଚୀନୀ କମ୍ପାନୀ ସିନୋଭାକ ଦ୍ଵାରା ନିର୍ମିତ କୋଭିଡ୍-୧୯ ଟିକା କରୋନାଭାକର ଜରୁରୀକାଳୀନ ମଞ୍ଜୁରୀକୁ ଅନୁମତି ଦେଇଛି।

ସିନୋଭାକର ସଭାପତି ଓ୍ଵିନ ଓ୍ଵେଇଦୋଙ୍ଗ ଏହି ବିଷୟରେ ସୂଚନା ଦେଇଛନ୍ତି। ଚୀନ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ସି ଜିନପିଙ୍ଗ ସରକାର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିକାର ଦ୍ଵିତୀୟ କ୍ଲିନିକାଲ ଟ୍ରାଏଲ ପୂରା ହୋଇ ସାରିଛି।

ଅଧ୍ୟୟନରୁ ଜଣା ପଡିଛି ଯେ, ଟିକା ସୁରକ୍ଷିତ ଏବଂ ପ୍ରଭାବଶାଳୀ ରହିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଜୁନ ୧ରେ ଚୀନର ଦ୍ଵିତୀୟ କୋଭିଡ୍-୧୯ ଟିକା ସିନୋଭାକକୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ଡବ୍ଲୁଏଚଓ ଚୀନର ସିନୋଫାର୍ମକୁ ମଧ୍ୟ ମଞ୍ଜୁରୀ ଦେଇଥିଲା। ଚୀନ ନିଜ ଦେଶରେ ଟିକାକରଣ ସହିତ ଟିକା ନୀତି ଆଧାରରେ ଅନେକ ଦେଶକୁ ଟିକା ରପ୍ତାନୀ କରୁଛି।

   Related Posts