Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କଥା: ତିଆରି ହେଉଛି କୃତ୍ରିମ ସୂର୍ଯ୍ୟ, ପ୍ରକୃତ ସୂର୍ଯ୍ୟ ତୁଳନାରେ କୃତ୍ରିମ ସୂର୍ଯ୍ୟ ହେବ ୧୦ ଗୁଣା ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ୩।୧୨: ଆମେ ଜାଣିଛନ୍ତି ସୂର୍ଯ୍ୟ କେବଳ ଦିନ ଓ ରାତି କରିଥାଏ। ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଆମେ ସମସ୍ତେ ଜାଣିଛନ୍ତି। କେବଳ ମନୁଷ୍ୟ ସମାଜ ନୁହେଁ ଗଛ, ଲତା ସମେତ ପ୍ରାଣୀ ଜଗତ ମଧ୍ୟ ସୂର୍ଯ୍ୟ କିରଣରେ ଜୀବିତ ରହିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକମାନେ ଏକ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିଛନ୍ତି। ଏହି ସୂର୍ଯ୍ୟ ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣା ଶକ୍ତିଶାଳୀ।

ଚୀନର ବୈଜ୍ଞାନିକମାନେ ଏହି କୃତ୍ରିମ ସୂର୍ଯ୍ୟକୁ ନିର୍ମାଣ କରିଛନ୍ତି। ପରମାଣୁ ଫ୍ୟୁଜନ ସାହାଯ୍ୟରେ ତିଆରି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ସୂର୍ଯ୍ୟ ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣା ଅଧିକ ଶକ୍ତି ପ୍ରଦାନ କରିବାରେ ସକ୍ଷମ ହେବ।

ସୂଚନାଯୋଗ୍ୟ ଯେ, ନିକଟରେ ଏହି ରିକ୍ଟରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ୨୦୨୦ ସୁଦ୍ଧା ଏହି କୃତ୍ରିମ ସୂର୍ଯ୍ୟର ପରିଚାଳନା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଚୀନର ଏହି କୃତ୍ରିମ ସୂର୍ଯ୍ୟକୁ HL-2M ନାମରେ ନାମିତ କରାଯାଇଛି। ଏହାର ନିର୍ମାଣ ଚୀନର ନ୍ୟାସନାଲ ନ୍ୟୁକ୍ଳିୟର କର୍ପୋରେସନ୍ ସାଉଥ୍ ଓ୍ବେଷ୍ଟର୍ଣ୍ଣ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିନ୍ସ ସହିତ ମିଶି ନିର୍ମାଣ କରିଛନ୍ତି।

ବୈଜ୍ଞାନିକଙ୍କ କହିବା ଅନୁସାରେ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହେବାପରେ ରିଆକ୍ଟର ସୂର୍ଯ୍ୟ ତୁଳନାରେ ୧୩ ଗୁଣ ଅଧିକ ତାପମାତ୍ରା ରହିବ। ଯାହାକି ପ୍ରାୟ ୨୦୦ ମିଲିୟନ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଁଞ୍ଚିଯିବ। ପ୍ରକୃତରେ ସୂର୍ଯ୍ୟର ସର୍ବାଧିକ ତାପମାତ୍ରା ୧୫ ମିଲିୟନ ଡିଗ୍ରୀ ସେଲସିୟସ୍ ଅଟେ।

ତେବେ ଚୀନ ତିଆରି କରିଥିବା ସୂର୍ଯ୍ୟ ଏବେ ଗରମ ହେବାର କାରଣ ହେଉଛି ପରମାଣୁ ସଲୟନ( ଆଟମ ଫ୍ୟୁଜନ୍), କାରଣ ରିଆକ୍ଟର ପରମାଣୁ ପ୍ରତିକ୍ରିୟାକୁ ପରିଚାଳନା କରିଥାଏ। ଉଲ୍ଲେଖନୀୟ ଯେ, ପରମାଣୁ ଫ୍ୟୁଜନରେ ସଞ୍ଚିତ ପରମାଣୁ ଶକ୍ତିକୁ ଫ୍ୟୁଜ କରିବା ପାଇଁ ବାଧ୍ୟ କରିଥାଏ ଓ ଏହି ପ୍ରକ୍ରିୟାରେ ଏକ ଟନ୍ ଗରମ ଉତ୍ପନ ହୋଇଥାଏ।

288 Views

   ସମ୍ବନ୍ଧିତ ଖବର