ଚୀନର ଚାଲ୍‌ବାଜି : ତିବ୍ବତ ସୀମା ନିକଟରେ ୨୦ କି:ମି: ସଡକ ନିର୍ମାଣ କରୁଛି ଡ୍ରାଗନ୍

Published By : Prameya-News7 Bureau | July 24, 2020 IST

କିନ୍ନୋର ୨୪/୦୭ : ଗଲୱାନ ଘାଟିରେ ଭାରତୀୟ ଯବାନଙ୍କ ସହିତ ହିଂସା ଘଟଣା ପରେ ଚୀନ ସହ ଉତ୍ତେଜନା ପରେ ମଧ୍ୟ ଚୀନ ନିଜ କାର୍ଯ୍ୟକଳାପରୁ ପଛକୁ ହଟୁନି | ଚୀନ ବର୍ତ୍ତମାନ ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସୀମା ନିକଟସ୍ଥ ତିବ୍ବତରେ ଚୀନ ସଡକ ନିର୍ମାଣ କରିଛି | ଚୀନ ଏଠାରେ ୨୦ କିମି ଯାଏଁ ସଡକ ନିର୍ମାଣ କରିଛି | କିନ୍ନୋରରେ ତିବ୍ବତରୁ ୧୨୦ କିମି ବର୍ଡ଼ର ଏରିଆ ରହିଛି | ଅନ୍ତରାଷ୍ଟ୍ରୀୟ ସୀମା ସହ ଜଡିତ ମାମଲା ହୋଇଥିବାରୁ ପ୍ରଶାସନ ଓ ସୁରକ୍ଷାବଳ ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ | 

ରିପୋର୍ଟ ଅନୁଯାୟୀ, ଚୀନ ସୀମା ନିକଟସ୍ଥ କିନ୍ନୋର ଜିଲ୍ଲାର ମୋରଙ୍ଗ ଘାଟି ଅନ୍ତର୍ଗତ କୁନୁ ଚାଙ୍ଗ ଠାରୁ ଖେମକୁଲ୍ଲା ପାଖରେ ଯୁଦ୍ଧକାଳୀନ ଭିତ୍ତିରେ ସଡକ ନିର୍ମାଣ କାମ ଆରମ୍ଭ କରିଛି | ୨ କିମିର ନୋ ମେନ୍ସ ଲ୍ୟାଣ୍ଡ ଅଞ୍ଚଳରେ ମଧ୍ୟ ଚୀନ ଦ୍ୱାରା ସଡକ ନିର୍ମାଣ କରିବା ଆଶଙ୍କା କରାଯାଉଛି | 

{"id":304758,"width":578,"height":385,"sizeSlug":"large"}

ନିକଟରେ ଚରଙ୍ଗ ଗାଁରେ ୯ ସଂସଦୀୟ ଦଳ ୧୬ ଘୋଡା ଓ ୫ ପୋର୍ଟର ଏବଂ ଅର୍ଦ୍ଧସୈନିକବଳର କିଛି ଯବାନଙ୍କ ସହିତ ଗାଁର ପାଖାପାଖି ୨୨ କିମି ଉପର ସୀମା ଆଡକୁ ଯାଇଥିଲେ | ଦଳ ଯେତେବେଳେ ତିବ୍ବତ କ୍ଷେତ୍ର ଆଡକୁ ନଜର ପକାଇଲେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ଦୁଇ ମାସରେ ଚୀନ ଭାରତ-ତିବ୍ବତ ସୀମା ଆଡକୁ ୨୦ କିମି ସଡକ କରିଛି | ଏହି ଦଳ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ମାସରେ ତିବ୍ବତରେ ଭାରତ ତରଫରୁ ଶେଷ ଗାଁ ତଙ୍ଗୋ ଯାଏଁ ସଡକ ଥିଲା | କିନ୍ତୁ ଏଥର ବରଫ ସଫା ହେଉ ହେଉ ତିବ୍ବତ ତଙ୍ଗୋ ଗାଁରୁ ଭାରତ ସୀମା ଆଡକୁ ୨୦ କିମି ଯାଏଁ ସଡକ ନିର୍ମାଣ କରାଯାଇଛି | ସାଙ୍ଗଲା ଘାଟି ଛିତାକୁଲ ପଛପଟେ ତିବ୍ବତ ୟମରଙ୍ଗ ଲା ଆଡକୁ ମଧ୍ୟ ସଡକ ନିର୍ମାଣ କରାଯାଉଛି |

ଚୀନ ସୀମା ନିକଟସ୍ଥ ଚାରଙ୍ଗ ଗ୍ରାମବାସୀ ଖେମକୁଲ୍ଲା ନିକଟରୁ ସୀମା ତଦାରଖ କରିଛନ୍ତି | ଦଳରେ ସାମିଲ ଥିବା ବଳଦେବ ନେଗୀ, ଜେପି ନେଗୀ, ବିପିନ କୁମାର, ଭଗି ରାମ, ନିରାଜ, ମୋହନ ଆଦି କହିଛନ୍ତି ଯେ କେବଳ ୨ କିମି ଅଞ୍ଚଳରେ ଚୀନ ତରଫରୁ ସୀମା ପର୍ଯ୍ୟନ୍ତ ସଡକ ବାହାର କରିବା ବାକି ଅଛି | ବର୍ତ୍ତମାନ ସଡକ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ସେ କହିଛନ୍ତି | ୫ ପୋକ ଲେନ ଏବଂ କିଛି ବଡ ବଡ ବମ୍ପର ସଡକ ନିର୍ମାଣ କାର୍ଯ୍ୟରେ ଲାଗିଥିବା ସେମାନେ ଦେଖିଛନ୍ତି | ୬ ଦିନ ଯାଏଁ ତଦାରଖ କରିବା ପରେ ସେମାନେ ଜାଣିବାକୁ ପାଇଛନ୍ତି ଯେ ସଡକ ନିର୍ମାଣ କାର୍ଯ୍ୟ ରାତିରେ ହୋଇଥାଏ | ପ୍ରଥମେ ଭାରତୀୟ ସୀମାରେ ତଦାରଖ କରିବା ପାଇଁ ଡ୍ରୋନ୍ କ୍ୟାମେରା ଛଡା ଯାଉଥିଲା ଏବଂ ବିସ୍ଫୋରଣ ଶବ୍ଦ ଶୁଭୁଥିଲା | ଏଥିରୁ ଅନୁମାନ କରାଯାଉଥିଲା ଯେ ସଡକ ନିର୍ମାଣ ପାଇଁ ବିସ୍ଫୋରଣ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.