ନିଜ ରକେଟ୍ ଉପରୁ ନିୟନ୍ତ୍ରଣ ହରାଇଲା ଚୀନ, କୌଣସି ସମୟରେ ଖସିପାରେ, ଏହି ଦେଶଗୁଡିକ ଉପରେ ଘନେଇଲା ବିପଦ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪।୦୫: ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଥିବା ଚୀନର ରକେଟ୍ କୌଣସି ବି ଦିନ ନିୟନ୍ତ୍ରଣ ହରାଇ ପୃଥିବୀ ପୃଷ୍ଠରେ ଖସିପାରେ। ଏହି ରକେଟ୍‌ର ମୁଖ୍ୟ ଅଂଶ ପ୍ରାୟ ୧୦୦ ଫୁଟ୍ ଲମ୍ବା। ଏହାର ଓଜନ ପ୍ରାୟ ୨୧ ଟନ। ଗତ ବର୍ଷ ମେରେ ଚୀନର ଅନ୍ୟ ଏକ ରକେଟ୍ ପଶ୍ଚିମ ଆଫ୍ରିକା ଓ ଆଟଲାଣ୍ଟିକ୍ ମହାସାଗରରେ ଖସି ପଡିଥିଲା। ପଶ୍ଚିମ ଆଫ୍ରିକାର ଗୋଟିଏ ଗାଁକୁ ଏହି ରକେଟ୍ ବରବାଦ କରି ଦେଇଥିଲା। ସୌଭାଗ୍ୟର କଥା ଏହି ଗାଁରେ କୌଣସି ଜନବସତି ନଥିଲା।

ବର୍ତ୍ତମାନ ମହାକାଶରେ ଘୂର୍ଣ୍ଣନମାନ ଅବସ୍ଥାରେ ଥିବା ଚୀନର ଏହି ରକେଟ୍‌ର ନାମ ଲଙ୍ଗ ମାର୍ଚ୍ଚ ୫ବି ଓ୍ଵାଇ ୨। ବର୍ତ୍ତମାନ ଏହି ରକେଟ୍ ପୃଥିବୀର କକ୍ଷ ପଥରେ ପରିକ୍ରମା କରୁଛି। ଏହା ଭୂପୃଷ୍ଠରୁ ୧୭୦ କିଲୋମିଟରରୁ ୩୭୨ କିଲୋମିଟର ଉଚ୍ଚତା ମଧ୍ୟରେ ଘୂର୍ଣ୍ଣନମାନ ଅବସ୍ଥାରେ ରହିଛି। ଏହାର ଘଣ୍ଟା ପ୍ରତି ବେଗ ୨୫,୪୯୦ କିଲୋମିଟର ରହିଛି ଅର୍ଥାତ ସେକେଣ୍ଡ ପ୍ରତି ଗତି ୭.୨୦ କିଲୋମିଟର ରହିଛି। ରକେଟ୍‌ର ମୁଖ୍ୟ ଅଂଶ ଅର୍ଥାତ କୋର୍‌ର ଉଚ୍ଚତା ୧୬ ଫୁଟ୍।

{"id":448308,"width":835,"height":469,"sizeSlug":"large","linkDestination":"none"}

ଚୀନ ଏହି ରକେଟ୍‌ ଏପ୍ରିଲ ୨୮ରେ ନିଜର ତିୟାନହେ ସ୍ପେସ୍ ଷ୍ଟେସନ ତିଆରି ପାଇଁ ନିଜର ସବୁଠୁ ବଡ ରକେଟ୍ ଲଙ୍ଗ୍‌ ମାର୍ଚ୍ଚ ୫ବି ଜରିଆରେ ଉତ୍‌କ୍ଷେପଣ କରିଥିଲା। ଏହି ମିଶନରେ ଏକ ମାପକ ଯନ୍ତ୍ର  ସ୍ପେସ୍ ଷ୍ଟେସନକୁ ପଠାଇଥିଲା। ଏହାକୁ ନିର୍ଦ୍ଧାରିତ କକ୍ଷ ପଥରେ ଛାଡିବା ପରେ ଏହା ନିୟନ୍ତ୍ରିତ ପ୍ରକ୍ରିୟାରେ ପୃଥିବୀ ପୃଷ୍ଠକୁ ଫେରିବାର ଯୋଜନା ଥିଲା। ମାତ୍ର ଚୀନର ସ୍ପେସ୍ ଏଜେନ୍ସି ଏହା ଉପରୁ ନିୟନ୍ତ୍ରଣ ହରାଇ ସାରିଛନ୍ତି।

wp:html /wp:html

ପୃଥିବୀ ପୃଷ୍ଠରେ ଅଲଗା ଅଲଗା ଦେଶର ରାଡାର ଏହି ରକେଟ୍‌ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଯଦ୍ଵାରା ଏହା  କୌଣସି ଦେଶ ଉପରେ ପଡିଲେ ତା ପୂର୍ବରୁ ସୂଚନା ଦିଆଯାଇପାରିବ। ଏହାର ବଦଳୁଥିବା ଗତି ଏବଂ ଉଚ୍ଚତା କାରଣରୁ ଏହା ଜାଣିବା ମୁସ୍କିଲ ଯେ, ଏହା କେବେ ଭୂପୃଷ୍ଠରେ ଖସିବ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ଏହାର ଅଧିକାଂଶ ଅଂଶ ଜୋଳିପୋଡି ଛାରଖାର ହୋଇଯିବ। ମାତ୍ର କିଛି ଅଂଶ ଜନସଂଖ୍ୟା ଇଲାକାରେ ପଡିଲେ ବଡ ଧରଣର କ୍ଷତି ଘଟିବାର ସମ୍ଭାବନା ରହିଛି।

{"id":448309,"width":835,"height":469,"sizeSlug":"large","linkDestination":"none"}

ପ୍ରଥମେ ଏହାକୁ ନିୟନ୍ତ୍ରିତ କରାଯାଇ ସମୁଦ୍ରରେ ଖସାଇବାର  ଯୋଜନା ଥିଲା। ମାତ୍ର ଏହି ଯୋଜନା ଏବେ ବିଫଳ ହୋଇ ସାରିଛି। ଆଗାମୀ କିଛି ଦିନରେ ଏହି ରକେଟ୍ ପୃଥିବୀ ପୃଷ୍ଠରେ ନିୟନ୍ତ୍ରଣ ହରାଇ ଖସିପାରେ। ଏହା ଏବେଠୁ କହିବା ମୁସ୍କିଲ ଯେ, ଏହା ଭୂଷ୍ଠର କେଉଁ ଅଞ୍ଚଳରେ ଖସିବ। ୟୁରୋପୀୟ ସ୍ପେସ୍ ଏଜେନ୍ସିର ସ୍ପେସ୍ ସେଫ୍ଟି ପ୍ରୋଗ୍ରାମ ଅଫିସ୍‌ର ମୁଖ୍ୟ ହୋଲଗ୍‌ର କ୍ରାଗ କହିଛନ୍ତି, ଆମକୁ ଏହାର ଡିଜାଇନ ବିଷୟରେ ଜଣା ନାହିଁ। ଏହା ମଧ୍ୟ କହି ହେବ ନାହିଁ ଯେ, ରକେଟ୍‌ର କେତେ ଅଂଶ ପୃଥିବୀ ପୃଷ୍ଠରେ ଖସିବ।  କିନ୍ତୁ କୁହାଯାଉଛି ଯେ, ୧୭୮୦୦ କିଲୋଗ୍ରାମ ଓଜନ କୋର୍‌ର ୨୦ ରୁ ୪୦ ପ୍ରତିଶତ ଅଂଶ ଭୂପୃଷ୍ଠରେ ପଡିପାରେ। କିମ୍ଵା ସମୁଦ୍ରରେ ଖସିପାରେ।

{"id":448310,"width":834,"height":468,"sizeSlug":"large","linkDestination":"none"}

ବର୍ତ୍ତମାନ ରକେଟ୍‌ର ଯାହା ଗତି ଏବଂ ମାର୍ଗ ରହିଛି, ତାକୁ ଦେଖିଲେ ଏହା ଉତ୍ତର ଗୋଲାର୍ଦ୍ଧରେ ସ୍ଥିତ ନ୍ୟୁୟର୍କ, ମାଦ୍ରିଦ ଓ ବେଜିଂର ଆଖପାଖ ଅଞ୍ଚଳରେ ଖସିପାରେ। କିମ୍ବା ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଦକ୍ଷିଣ ଚିଲି ଓ ନ୍ୟୁଜିଲାଣ୍ଡର ରାଜଧାନୀ ଓ୍ଵେଲିଂଟନ୍‌ର ଆଖପାଖ ଅଞ୍ଚଳରେ ଖସିପାରେ। ଅର୍ଥାତ ଚୀନର ଏହି ଅନିୟନ୍ତ୍ରିତ ରକେଟ୍ ଏହି ସବୁ ଦେଶ ପାଇଁ ଏବେ ବିପଦ ସାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.