Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଭାଇରସ୍ ପାସପୋର୍ଟ ଲଞ୍ଚ୍ କଲା ଚୀନ: ଯାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲ୍ଥ ସାର୍ଟିଫିକେଟ୍

11/03/2021 at 12:06 PM

ବେଜିଙ୍ଗ ୧୧/୦୩ : କରୋନା ଭାଇସ ମହାମାରୀ ମଧ୍ୟରେ କରୋନା ପାସପୋର୍ଟକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ଚୀନ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ହେଲ୍ଥ ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚୀନ ପ୍ରଥମ ଦେଶ। ବର୍ତ୍ତମାନ ଦେଶକୁ ଆସିଥିବା ଏବଂ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଖରେ ଏକ ଡିଜିଟାଲ ସାର୍ଟିଫିକେଟ ରହିବ ଯାହା ୟୁଜର୍ସଙ୍କ ଭ୍ୟାକସିନ ଷ୍ଟେଟସ ଏବଂ ଟେଷ୍ଟ ଫଳାଫଳ ଦର୍ଶାଇବ। ଅନ୍ୟ ଦେଶ ମଧ୍ୟ ଏହି ସାର୍ଟିଫିକେଟ ଉପରେ ବିଚାର କରୁଛନ୍ତି।

ଏହି ସାର୍ଟିଫିକେଟ୍ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ୱିଚାଟ୍ ମାଧ୍ୟମରେ ଉପଲବ୍ଧ ହେବ। ସରକାର ସୋମବାର ଦିନ ଏହା ଆରମ୍ଭ କରିଛନ୍ତି। ଏହି ସାର୍ଟିଫିକେଟ କେବଳ ଚୀନ ନାଗରିକଙ୍କ ପାଇଁ ଉପଲବ୍ଧ। ବର୍ତ୍ତମାନ ଏହାକୁ ଅନିବାର୍ଯ୍ୟ କରାଯାଇନାହିଁ। ଡିଜିଟାଲ୍ ଫର୍ମାଟ୍ ଛଡା କାଗଜ ସାର୍ଟିଫିକେଟ୍ ମଧ୍ୟ ଉପଲବ୍ଧ ହେବ। ଏହାକୁ ବିଶ୍ୱର ପ୍ରଥମ ଭାଇରସ ପାସପୋର୍ଟ କହାଯାଉଛି। 

ଆମେରିକା ଓ ବ୍ରିଟେନ ଭଳି ଦେଶ ଏହି ଫର୍ମାଟ୍ ଲାଗୁ କରିବାକୁ ବିଚାର କରୁଛନ୍ତି। ୟୁରୋପୀୟନ ସଂଘ ମଧ୍ୟ ଭ୍ୟାକସିନ ‘ଗ୍ରୀନ ପାସ’ ଉପରେ କାମ କରୁଛି। ଏହା ମାଧ୍ୟମରେ ସଂଘର ସଦସ୍ୟ ଦେଶ ଓ ଅନ୍ୟ ନାଗରିକ ବିଦେଶ ଯାଇପାରିବେ। ନ୍ୟୁଜ୍ ଏଜେନ୍ସି ସିହ୍ନୁଆ ରିପୋର୍ଟ ଅନୁଯାୟୀ, ଚୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏକ QR କୋଡ୍ ସାମିଲ ହେବ ଯାହା ସବୁ ଦେଶର ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ। ଚୀନରେ ଘରୋଇ ପାସପୋର୍ଟ ଓ ଅନ୍ୟ ସାର୍ବଜନିକ ସ୍ଥାନରେ ପ୍ରବେଶ ପାଇଁ ୱିଚାଟ୍ ଓ ଅନ୍ୟାନ୍ୟ ଚାଇନିଜ ସ୍ମାର୍ଟଫୋନ ଆପରେ ଥିବା QR କୋଡ୍ ଆବଶ୍ୟକ ହୋଇଥାଏ।

ୱାର୍ଲଡମିଟର ଡାଟା ଅନୁଯାୟୀ, ଚୀନରେ ଏବେ ସୁଦ୍ଧା ୯୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ସେଥିରୁ ୪ ହଜାର ୬୩୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆମେରିକା ଏବେ ବି ଦୁନିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ରହିଛି। ବିଶ୍ୱରେ ଏବେ ସୁଦ୍ଧା ମୋଟ କରୋନା ମାମଲା ୧୧ କୋଟି ୮୬ ଲକ୍ଷ ୩୮ ହଜାର ୧୧୧ ମାମଲା ରେକର୍ଡ ହୋଇଛି।

   Related Posts