କେବଳ ଭାରତ ନୁହେଁ ୨୩ ଦେଶର ଜମିକୁ ଜୋର ଜବରଦସ୍ତ ମାଡିବସି ନିଜର ବୋଲି କହୁଛି ଚୀନ୍ : ୪୩ ପ୍ରତିଶତ ଅଂଶ ଅବୈଧ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦/୦୬ : ଚୀନ ଯେପରି ଲଦାଖରେ ଗଲୱାନ ଘାଟିରେ କବଜା କରିବାକୁ ଉଦ୍ୟମ କରୁଛି | ଚୀନ ପାଇଁ କୌଣସି ଦେଶର ଜମି କବଜା କରିବା ବଡ କଥା ନୁହେଁ | କେବଳ ଭାରତ ନୁହେଁ ପାଖାପାଖି ୨୩ ଦେଶର ଜମି କବଜା କରିବାକୁ ଚାହୁଁଛି | ଚୀନ ସୀମା ୧୪ ଦେଶ ସହିତ ସଂଯୋଜିତ କିନ୍ତୁ ସେ ପାଖାପାଖି ୨୩ ଦେଶର ଜମି ଏବଂ ସମୁଦ୍ର ସୀମା ଉପରେ ନିଜର ଅସ୍ତିତ୍ବ ଦାବି କରୁଛି | ଲା ଟ୍ରୋବୋ ୟୁନିଭର୍ସିଟିର ଏସିଆ ସୁରକ୍ଷା ରିପୋର୍ଟ ଏ ସମ୍ପର୍କରେ ଖୁଲାସା କରିଛି | ଚୀନ ବର୍ତ୍ତମାନ ଅନ୍ୟ ଦେଶର ୪୧ ଲକ୍ଷ ବର୍ଗ କିମି ଭୂମି କବଜା କରିଛି ଯାହା ବର୍ତ୍ତମାନ ପରିସ୍ଥିତିରେ ଚୀନର ୪୩ ପ୍ରତିଶତ ଅଂଶ | ଅର୍ଥାତ ଡ୍ରାଗନ ନିଜ ଚାଲରେ ୬-୭ ଦଶକରେ ନିଜର ସୀମା ପାଖାପାଖି ଦୁଇଗୁଣ ବଢ଼ାଇଦେଇଛି | କିନ୍ତୁ ଚୀନର ଲାଳସା ଏବେ ମଧ୍ୟ ଯାଇନାହିଁ | 

ଚୀନ ୧୯୪୯ ମସିହାରେ କମ୍ୟୁନିଷ୍ଟ ଶାସନ ସ୍ଥାପନା କରିଥିଲା | ଏହାପରେ ସେ ଜମି ହଡପ କରିବା ନୀତି ଆରମ୍ଭ କରିଥିଲା | ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୧୩ ମସିହାରେ କ୍ଷମତାକୁ ଆସିବା ପରେ ଚୀନ ଭାରତରେ ସୀମାରେ ଅପରେସନ ଜୋରଦାର କରାଯାଇଥିଲା | କିନ୍ତୁ ପ୍ରଥମଥର ପାଇଁ ଚୀନକୁ କଡା ଚେତାବନୀର ସାମ୍ନା କରିବାକୁ ପଡୁଛି | ଚୀନ କେଉଁ କେଉଁ ଦେଶର ଜମି ଉପରେ କବଜା କରିଛି ଜାଣନ୍ତୁ

{"id":289045,"width":572,"height":484,"sizeSlug":"large"}

୧. ଇଷ୍ଟ ତୁର୍କୀସ୍ତାନ - ୧୬.୫୫ ଲକ୍ଷ ବର୍ଗ କିମିର ଭୁଭାଗ | ୧୯୩୪ ମସିହାରେ ପ୍ରଥମ ହମଲା ପରେ ୧୯୪୯ ପର୍ଯ୍ୟନ୍ତ ଚୀନ ଇଷ୍ଟ ତୁର୍କୀସ୍ତାନରେ କବଜା କରିଥିଲା | ୪୫ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଓଇଘୁର ମୁସଲମାନମାନଙ୍କ ଏହି ଅଞ୍ଚଳରେ ଚୀନ ଅତ୍ୟାଚାର କରୁଛି |   

୨. ତିବ୍ବତ - ୧୨.୩ ଲକ୍ଷ ବର୍ଗ କିମି ବିଶିଷ୍ଟ ସୁନ୍ଦର ପ୍ରାକୃତିକ ଦେଶ ଉପରେ ଚୀନ ୧୯୫୦ ମସିହା ଅକ୍ଟୋବର ୭ ତାରିଖରେ କବଜା କରିଥିଲା | ୮୦ ପ୍ରତିଶତ ବୌଦ୍ଧ ଜନସଂଖ୍ୟା ବିଶିଷ୍ଟ ତିବ୍ବତ ଉପରେ ହମଲା କରି ନିଜର ସୀମା ବିସ୍ତାର କରି ଭାରତ ପର୍ଯ୍ୟନ୍ତ ମାଡି ଆସିଥିଲା | ଏହାଛଡା ଚୀନକୁ ଏଠାରୁ ବ୍ରହ୍ମପୁତ୍ର, ସିନ୍ଧୁ, ଖନିଜ ଭଳି ନଦୀର ସ୍ରୋତ ମଧ୍ୟ ମିଳିଗଲା | 

୩. ଇନର ମଙ୍ଗୋଲିୟା - ୧୧.୮୩ ଲକ୍ଷ ବର୍ଗ କିମି ଭୁଭାଗ ବିଶିଷ୍ଟ ଇଂ ମଙ୍ଗୋଲିୟା ଉପରେ ଚୀନ ୧୯୪୫ ମସିହା ଅକ୍ଟୋବର ମାସରେ ହମଲା କରିଥିଲା | ୧୩ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ମଙ୍ଗୋଲିୟଙ୍କ ସ୍ୱାଧୀନତା ଦାବିକୁ ଭୂକ୍ଷେପ କଲାନି ଚୀନ | ଏଠାରେ ଦୁନିଆର ୨୫ ପ୍ରତିଶତ କୋଇଲା ଭଣ୍ଡାର ରହିଛି | ଏହାର ଜନସଂଖ୍ୟା ୩ କୋଟି |

୪. ତାଇୱାନ - ୩୫ ହଜାର ବର୍ଗ କିମି ବିଶିଷ୍ଟ ଚାରିପଟୁ ସମୁଦ୍ର ଘେରି ରହିଥିବା ତାଇୱାନ ଉପରେ ବହୁ ଦିନରୁ ଚୀନର ନଜର ରହିଛି | ୧୯୪୯ ମସିହାରେ କମ୍ୟୁନିଷ୍ଟ ଶାସନ ପରେ ରାଷ୍ଟ୍ରବାଦୀମାନେ ତାଇୱାନରେ ଶରଣ ନେଇଥିଲେ | ଚୀନ ଏହାକୁ ନିଜର ଅଂଶ ବୋଲି କହିଛି କିନ୍ତୁ ତାଇୱାନ ମଧ୍ୟ ଦୃଢ ଭାବେ ଚୀନକୁ ସାମ୍ନା କରିଛି | ତାଇୱାନକୁ ଆମେରିକା ସମର୍ଥନ କରୁଛି | ସେଥିପାଇଁ ଚୀନ ତାଇୱାନ ଉପରେ ଆକ୍ରମଣ କରିପାରୁନାହିଁ |

୫. ହଙ୍ଗକଙ୍ଗ - ଚୀନ ୧୯୯୭ ମସିହାରେ ହଙ୍ଗକଙ୍ଗ ଉପରେ ଜୋର ଜବରଦସ୍ତ କବଜା କରିଥିଲା | ବର୍ତ୍ତମାନ ଚୀନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରି ହଙ୍ଗକଙ୍ଗ ଉପରେ ହମଲା କରିବାକୁ ଉଦ୍ୟମ କରୁଛି | ଚୀନର ୫୦.୫ ପ୍ରତିଶତ ବିଦେଶୀ ବିନିଯୋଗ ଏବଂ ବ୍ୟବସାୟ ହଙ୍ଗକଙ୍ଗ ଜରିଆରେ ଆସିଥାଏ |

{"id":289046,"sizeSlug":"large"}

୬. ମକାଉ - ୪୫୦ ବର୍ଷ ଶାସନ ପରେ ୧୯୯୯ ମସିହାରେ ପର୍ତ୍ତୁଗାଲବାସୀ ଚୀନକୁ ମକାଉ ହସ୍ତାନ୍ତର କରିଥିଲେ |

୭. ଭାରତ - ଚୀନ ଭାରତର ୩୮ ହଜାର ବର୍ଗ କିମି ଜମି ଉପରେ କବଜା କରି ରଖିଛି | ୧୪ ହଜାର ୩୮୦ ବର୍ଗ କିମି କ୍ଷେତ୍ର ଆକ୍ସାଇ ଚୀନ କ୍ଷେତ୍ରରେ ସାମିଲ ରହିଛି | ପିଓକେର ୫ ହଜାର ୧୮୦ ବର୍ଗ କିମି ଅଞ୍ଚଳ ପାକିସ୍ତାନ ଚୀନକୁ ଦେଇଛି |

୮. ପୂର୍ବ ଚୀନ ସାଗର - ଜମି ପାଇଁ ଜାପାନ ସହିତ ମଧ୍ୟ ସଂଘର୍ଷ ଚାଲିଛି | ୮୧ ହଜାର ବର୍ଗ କିମିରେ ଥିବା ୮ଟି ଦ୍ବୀପ ଉପରେ ଚୀନର ନଜର ରହିଛି | ୨୦୧୩ ମସିହାରେ ଚୀନର ବାୟୁ ସୀମା ଜୋନକୁ ନେଇ ବିବାଦ ବଢିଯାଇଥିଲା |

୯. ଋଷ - ଋଷ ସହିତ ୫୨ ହଜାର ବର୍ଗ କିମି ଅଞ୍ଚଳକୁ ନେଇ ବିବାଦ ରହିଛି | ୧୯୬୯ ମସିହାରେ ଚୀନ ଋଷ ଉପରେ ହମଲା କରିବାକୁ ଉଦ୍ୟମ କରିଥିଲା କିନ୍ତୁ ଅସଫଳ ହୋଇଥିଲା | ଋଷ ଚୀନକୁ ମୁହଁତୋଡ ଜବାବ ଦେଇଥିଲା |

୧୦. ଦକ୍ଷିଣ ଚୀନ ସାଗର - ଦକ୍ଷିଣ ଚୀନ ସାଗରରେ ୭ ଦେଶକୁ ହଡପ କରିବାକୁ ଚେଷ୍ଟା କରିଛି ଚୀନ | ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ,ଏ ଫିଲିପାଇନ୍ସ, ତାଇୱାନ, ଭିଏତନାମ ଓ ସିଙ୍ଗାପୁର ସହ ସେଥିପାଇଁ ବିବାଦ ରହିଛି | ୩୫.୫ ବର୍ଗ କିମି ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିବା ଦକ୍ଷିଣ ଚୀନ ସାଗର ୯୦ ପ୍ରତିଶତ ଅଂଶ ଉପରେ ନିଜର ଦାବି କରିଛି | ପର୍ସଲେ, ସ୍ପାର୍ଟଲେ  ଦ୍ବୀପ ଉପରେ କବଜା କରି ଚୀନ ସେନା ଶିବିର ତିଆରି କରିଛି | ଏଠାରୁ ଚୀନକୁ ବାର୍ଷିକ ୩୩ ପ୍ରତିଶତ ଅର୍ଥାତ ୩.୩୭ ଲକ୍ଷ କୋଟି ଟଙ୍କାର ରୋଜଗାର, ୭୭୦ କୋଟି ଡଲାରର ତୈଳ, ୨୬୬ ଲକ୍ଷ କୋଟି କ୍ୟୁବିକ ଫିଟ ଗ୍ୟାସ ଭଣ୍ଡାର ରହିଛି |

ଚୀନ ସ୍ୱୀକାର କରିଛି ଯେ ବର୍ତ୍ତମାନ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ୪୦ ପ୍ରତିଶତ ପ୍ରକଳ୍ପ ଉପରେ ଖରାପ ପ୍ରଭାବ ପଡିଛି | ୨୦ ପ୍ରତିଶତ ପ୍ରକଳ୍ପ ବନ୍ଦ ହେବାକୁ ବସିଛି | ୩.୭ ଲକ୍ଷ କୋଟି କରିଡର ସହିତ ୧୦୦ ପ୍ରତିଶତ ଦେଶ ସଂଯୋଜିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.