Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଚୀନ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ବେଳେ ୧୮ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

1/04/2020 at 8:49 AM

ବେଜିଂ ୧।୪: ଚୀନ୍‌ର ଦକ୍ଷିଣ-ପଶ୍ଚିମ ସିଚୁଆନ୍‌ର ସିଚାଙ୍ଗ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ପରେଷ୍ଟ ଗାର୍ଡ ଥିବା ଜମାପଡିଛି । ଚୀନ୍ ନ୍ୟୁଜ୍ ଏଜେନ୍ସି ସିହ୍ନୁଆ ଅନୁଯାୟୀ ସୋମବାର ଅପରାହ୍ନ ୩ଟା ପରେ ଏକ କ୍ଷେତରେ ନିଆଁ ଲାଗିଯାଇଥିଲା । ପ୍ରବଳ ପବନ ଯୋଗୁଁ ନିକଟସ୍ଥ ଲିୟାଙ୍ଗଶାନ୍ ପାର୍ବତ୍ୟ ଅଞ୍ଚଳକୁ ନିଆଁ ବ୍ୟାପିଯାଇଥିଲା | ଫଳରେ ଶିଚାଙ୍ଗ ସହରରେ ପ୍ରବଳ ଧୂଆଁର ଆସ୍ତରଣ ହୋଇଗଲା | ଏହା ଯୋଗୁଁ ୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ପାଇଁ ବିପଦ ସୃଷ୍ଟି ହୋଇଥିଲା । ତେବୋ ଏହି ନିଆଁକୁ ଲିଭାଇବା ବେଳେ ୧୯ଜଣଙ୍କର ମୃତ୍ୟୁ ହୋଇଥିବା ମଙ୍ଗଳବାର ଦିନ ଜଣାପଡିଛି ।

ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଅଗ୍ନି ନିର୍ବାପକ ଇଞ୍ଜିନ୍, ୪ଟି ହେଲିକପ୍ଟର ସହିତ ୯୦୦ ଅଗ୍ନିଶମ ବାହିନୀ କର୍ମଚାରୀ ଏବଂ ଯବାନ ନିଆଁ ଲିଭାଇବାରେ ନିୟୋଜିତ ଥିଲେ । ୨ ହଜାରରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗତବର୍ଷ ଏପ୍ରିଲ ମାସରେ ଏହ ପ୍ରଦେଶର ମୁଲି କାଉଣ୍ଟିରେ ଏକ ବଡ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ୭୦୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ସେଥି ମଧ୍ୟରୁ ୨୭ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

   Related Posts