ଚୀନ୍‌ ଜେଲ୍‌ରେ କରୋନା ଭାଇରସ୍ : ଗଣ ମୃତ୍ୟୁ ଆଶଙ୍କାରେ ସରକାର, ଘଣ୍ଟାକୁ ଏବେ ୮୮୯ ସଂକ୍ରମିତ

Published By : Prameya-News7 Bureau | February 21, 2020 IST

ବେଜିଂ ୨୧| ୦୨- ଭୟଙ୍କର କରୋନା ଭାଇରସ୍ ଏବେ ମାଡି ଚାଲିଛି । ସବୁଠାରୁ  ବେଶି ପ୍ରଭାବିତ ହୁବେଇ ପ୍ରଦେଶ ସହ ଅନ୍ୟ କେତେକ  ଅବରୋଧ  ସହରରେ  କରୋନା ଭାଇରସ୍‌ର ନିୟନ୍ତ୍ରଣ ସମ୍ଭବ ହୋଇପାରି ନଥିବା ବେଳେ, ବେଶି ଭୟଙ୍କର କଥାଟି ହେଲା ଏବେ ଜେଲ୍‌ ଅନ୍ତେବାସୀ ମଧ୍ୟ କରୋନାରେ ଆକ୍ରାନ୍ତ ବା ସଂକ୍ରମିତ ।

{"id":227196,"sizeSlug":"large"}

ସରକାରୀ ସୂତ୍ର ଅନୁଯାୟୀ , ଚୀନ୍‌ର ବିଭିନ୍ନ ଜେଲ୍‌ରେ  ଅତିକମ୍‌ରେ ୪୫୦ ବନ୍ଦୀ ଏବଂ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି । ଆଉ ଏହା ବେଶି ଆତଙ୍କିତ ପରିସ୍ଥିତି ସୃଷ୍ଟି କରିଛି । କାରଣ ଜେଲ୍‌ ଭଳି ଅବରୋଧ ସ୍ଥାନରେ ବହୁ ଅନ୍ତେବାସୀ ଏବଂ ସୁରକ୍ଷା କର୍ମୀ ଥିବାରୁ କରୋନା ବ୍ୟାପିବା ଆଶଙ୍କା ଅଧିକ । ଏହା ସଂଖ୍ୟାଧିକ ମୃତ୍ୟୁର କାରଣ ହୋଇପାରେ । ତାହା ସହ ଏହା ସମାନ ଧରଣର ଅବରୋଧ ସ୍ଥାନରେ  ତଥା ଅଧିକ ଗହଳି ପୂର୍ଣ୍ଣ ବା ସଂଖ୍ୟାଧିକ କଏଦୀ ଥିବା ଜେଲ୍‌ରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିପାରେ । ବିଶେଷକରି  ଜିନଜିଆଙ୍ଗ ଉୟଘୁର ସ୍ବୟଂଶାସିତ ଅଞ୍ଚଳରେ ଏହା ଭୟାନକ ସ୍ଥିତି ସୃଷ୍ଟି କରିପାରେ ବୋଲି ଚୀନା କର୍ତ୍ତୁପକ୍ଷ ଆଶଙ୍କା କରୁଛନ୍ତି ।

{"id":227197,"width":566,"height":318,"sizeSlug":"large"}

 ଚୀନ୍‌ର ନ୍ୟାସନାଲ ହେଲ୍ଥ କମିଶନ( ଏନ୍‌ଏଚ୍‌ସି )ଙ୍କ ଅଧିକାରୀ ସୂତ୍ର ଅନୁଯାୟୀ ହୁବେଇ ପ୍ରଦେଶର ଜେଲ୍‌ରେ  ୨୨୦ ଜଣ କୋଭିଡ୍ -୧୯ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ସେହିପରି ପୂର୍ବ ଚୀନ୍‌ର ସାନଡଙ୍ଗ ପ୍ରଦେଶ ଅନ୍ତର୍ଗତ ଜିନିଙ୍ଗ ଜେଲ୍‌ରେ ୨୭୦ ଜଣ କଏଦୀ ଏବଂ ପୋଲିସ କର୍ମଚାରୀ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି । ସେହିପରି ଝୋଜିଆଙ୍ଗ ପ୍ରଦେଶରେ ଅତି କମ୍‌ରେ ୨୭ ଜଣ ସଂକ୍ରମିତଙ୍କ ଖବର ଆସିଛି।  ତେବେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ନେଇ ହିସାବ ବା ତଥ୍ୟ ଦେଉଥିବା  ଦେଶବ୍ୟାପି ନେଟୱାର୍କରେ  ଜେଲ୍‌ରେ ଥିବା ସଂକ୍ରମିତଙ୍କ ତଥ୍ୟ ଆସୁନଥିବା ଜଣାଯାଇଛି ।

{"id":227198,"width":576,"height":346,"sizeSlug":"large"}

 ଚୀନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ୨୨୩୯ ରେ ପହଞ୍ଚିଥିବା କୁହାଯାଇଛି । ଗୁରୁବାର ରାତିରେ ହିଁ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ୭୫, ୫୦୦ ରେ ପହଞ୍ଚିଲାଣି । ଏନଏଚ୍‌ସି ରିପୋ୍ର୍ଟ ଅନୁଯାୟୀ ୨୪ ଘଣ୍ଟାରେ ୮୮୯ ଜଣ କୋଭିଡ୍‌-୧୯ ରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି । କିନ୍ତୁ ପୂର୍ବରୁ ଘଣ୍ଟାପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪ ଥିଲା । ଏଥିରୁ ଗତ ବର୍ଷ ଡିସେମ୍ବରରେ ଚୀନ୍‌ରେ ପ୍ରଥମେ ଦେଖା ଦେଇଥିବା  କୋଭିଡ୍ -୧୯ ର ଭୟାବହତା ପ୍ରମାଣିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.