ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ ! ଆକ୍ରମଣ ପାଇଁ ସୀମାରେ ଟ୍ୟାଙ୍କର ନିୟୋଜିତ କରୁଛି ଡ୍ରାଗନ, ଆରମ୍ଭ ହୋଇପାରେ ତୃତୀୟ ବିଶ୍ବଯୁଦ୍ଧ

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୦୭/୧୧ : ବିଶ୍ୱ ପାଇଁ ବିପଦ ପାଲଟିଛି ଚୀନ୍ । ପରିସ୍ଥିତି ଏମିତି ଯେ, ଯେକୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚାଇନା​‌ । ଚୀନ୍‌ର ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଟ୍ୟାଙ୍କର ନିୟୋଜିତ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାପରେ ଏପରି ଆଶଙ୍କା କରାଯାଉଛି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, 'ତୃତୀୟ ବିଶ୍ୱଯୁଦ୍ଧ' ଆରମ୍ଭ ହେବାକୁ ଯାଉଛି । ତାଇଓ୍ବାନ ପ୍ରତି ବିପଦ ବଢିଚାଲିଥିବା ବେଳେ ବିଶ୍ବ ବାସୀଙ୍କୁ ପାଇଁ ଭୟ ବଢିବାରେ ଲାଗିଛି । ହଂକଂର ଜଣେ ଅଧିକାରୀ ଏଲିନ୍ ଚାଙ୍ଗଙ୍କ କହିବା ଅନୁଯାୟୀ, ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ଚୀନ୍ ସେନା ବଡ଼ ବଡ ଟ୍ରକରେ ଟ୍ୟାଙ୍କର ପରିବହନ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଭିଡିଓର ସତ୍ୟାସତ୍ୟ ବିଷୟରେ ଜଣାପଡି ନାହିଁ । ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଭିଡିଓକୁ ନେଇ ତାଇୱାନ ଉପରେ ଚୀନ ଆକ୍ରମଣ କରିବାକୁ ଯାଉଛି ବୋଲି କହିଛନ୍ତି । କମ୍ୟୁନିଷ୍ଟ ପାର୍ଟି ୧୦୦ତମ ବାର୍ଷିକୀ ଅବସରରେ ତାଇୱାନକୁ ପୁଣି ଥରେ ଶାସନ ଅଧୀନକୁ ଆଣିବାକୁ ଚେଷ୍ଟା କରୁଛି ଚୀନ ।

ଏହା ପୂର୍ବରୁ ଚୀନର ୫୬ଟି ଯୁଦ୍ଧ ବିମାନ ଏକାସଙ୍ଗେ ତାଇଓ୍ବାନ ସୀମାରେ ଅନୁପ୍ରବେଶ କରିଥିଲେ । ତାଇଓ୍ବାନ ବାୟୁସେନା ସହ ଚୀନର ମୁହାଁମୁହିଁ ହୋଇଥିଲା । କିଛି ଦିନ ପୂର୍ବରୁ ଆମେରିକାର ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚୀନକୁ ସାମ୍ନା କରିବା ପାଇଁ ତାଇଓ୍ବାନ ସେନାକୁ ପ୍ରଶିକ୍ଷଣ ଦେଉଛି ଆମେରିକା ସେନା । ପରେ ଏହାକୁ ତାଇଓ୍ବାନ ରାଷ୍ଟ୍ରପତି ଇଙ୍ଗ୍‌ ଓ୍ବେନ୍‌ ମଧ୍ୟ ସ୍ବୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.