କରୋନା ଭାଇରସ ପ୍ରସଙ୍ଗରେ ଏବେବି ବିଶ୍ୱାସ ଯୋଗ୍ୟ ନୁହେଁ ଚୀନ୍

Published By : Prameya-News7 Bureau | May 18, 2020 IST

ଆଟଲାଣ୍ଟା : କରୋନା ଭାଇରସ୍ ସମ୍ପର୍କରେ ଚୀନ ଆଦୌ ବିଶ୍ୱାସ ପାତ୍ର ନୁହେଁ। ଚାଙ୍ଗସାସ୍ଥିତ ନ୍ୟାସନାଲ ୟୁନିଭର୍ସିଟି ଅଫ ଡିଫେନ୍ସ ଏଣ୍ଡ ଟେକ୍ନୋଲଜିର ଡାଟାବେସ୍ ପୁଣି ଥରେ ଏହା ପ୍ରମାଣିତ କରିଛି। ଚୀନ ପ୍ରଥମରୁ ଦେଶରେ ସଂକ୍ରମଣକୁ ଲୁଚାଇଥିଲା। ପରେ ମଧ୍ୟ ଏ ବିଷୟରେ ବିଶେଷ କିଛି ତଥ୍ୟ ଦେଉନଥିଲା। ତେବେ ବିଦେଶରେ ଭୂତାଣୁର ପ୍ରକୋପ ଓ ତତ୍‌ଜନିତ ବିଶାଳ ମୃତ୍ୟୁ ପରେ ବେଜିଂ ପ୍ରସଙ୍ଗରେ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ଦେଉଥିବା ତଥ୍ୟ ଓ ନିଜ ପାଖରେ ମହଜୁଦ ରଖିଥିବା ତଥ୍ୟରେ ଅନେକ ଅନ୍ତର ଥାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।

{"id":271921,"width":581,"height":383,"sizeSlug":"large"}

ସାରା ବିଶ୍ୱକୁ ଏବେ କରୋନା ବ୍ୟାପିଯାଇଛି। ଭୂତାଣୁ ସଂକ୍ରମଣ ଯୋଗୁ ଇରାନ, ଇଟାଲୀ, ସ୍ପେନ, ଆମେରିକା ଓ ଏବ ଋଷିଆ ଗୁରୁତର ପ୍ରଭାବିତ ହୋଇଛନ୍ତି। ୪.୪ ନିୟୁତ ଲୋକେ ସଂକ୍ରମିତ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ବିଦେଶ ମାଟିରେ କରୋନା ଭାଇରସ ସଂକ୍ରମଣର ପ୍ରାରମ୍ଭିକ କାଳରେ ଚୀନ ଦେଉଥିବା ମାତ୍ର କିଛି ହଜାର ସଂକ୍ରମଣ ଓ ମୃତ୍ୟୁର ରିପୋର୍ଟ ଏବେ ପରିବର୍ତ୍ତନ କରିଛି। ଏଥିରେ ଚୀନ ସଂକ୍ରମଣର ୮୪ ହଜାର ୨୯ଟି ମାମଲା ମିଳିଥିବା ରିପୋର୍ଟ ସାର୍ବଜନିକ କରିଛି। ତେବେ ଚୀନର ଚାଙ୍ଗସା ସହରରେ ଥିବା ନ୍ୟାସନାଲ ୟୁନିଭର୍ସିଟି ଅଫ ଡିଫେନ୍ସ ଏଣ୍ଡ ଟେକ୍ନୋଲଜିର ଲିକ୍‌ ହୋଇଥିବା ଡାଟା ବେସ୍‌ରୁ ଏହି ସଂଖ୍ୟା ୬ଲକ୍ଷ ୪୦ ହଜାର ବୋଲି ଜଣାପଡିଛି। ସାମରିକ ବିଶ୍ୱବିଦ୍ୟାଳୟ ଡାଟାବେସ୍‌ ରେ ସଂକ୍ରମିତ ଲୋକଙ୍କ ଭୌଗଳିକ ଅବସ୍ଥିତି ସହ ସମ୍ପୂର୍ଣ୍ଣ ଚିହ୍ନଟ ଥିବାରୁ ଚୀନର ସତ ଏବେ ଜଣାପଡିଯାଇଛି।   

{"id":271922,"sizeSlug":"large"}

ମିଳିଥିବା ସୂଚନାରୁ ଦେଶର ବିଭିନ୍ନ ୨୩୦ ସହରର କରୋନା ସଂକ୍ରମିତଙ୍କ ଡାଟାବେଶ୍ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ପ୍ରତ୍ୟେକ ଏଣ୍ଟ୍ରିରେ ସଂକ୍ରମିତଙ୍କୁ ରହୁଥିବା ସ୍ଥାନର ଅକ୍ଷାଂଶ ଓ ଦ୍ରାଘିମା ସହ ଚିହ୍ନଟ କରାଯାଇଛି। ଫେବୃଆରୀ ପ୍ରାରମ୍ଭିକ ସପ୍ତାହରୁ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରତି ଦିନର ସଂକ୍ରମିତଙ୍କ ଏଣ୍ଟ୍ରି ଏହି ଡାଟାବେସ୍‌ରେ ରହିଛି । ଡାଟାବେସରେ ସଂକ୍ରମିତ କ୍ୟାମ୍ପସ, କମ୍ପାଉଣ୍ଡ, ଆପାର୍ଟମେଣ୍ଟ, ହୋଟେଲ, ସୁପରମାର୍କେଟ୍, ରେଳ ଷ୍ଟେସନ, ରେଷ୍ଟୁରାଣ୍ଟ, ସ୍କୁଲ ଏପରିକି ଏକ କେଏଫସି ଶାଖାରୁ ମଧ୍ୟ ଚିହ୍ନଟ କରାଯାଇଛି।  ତେବେ ଏହି ସଂଖ୍ୟା ଆହୁରି ବି ଅଧିକ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ତେବେ ଏହି ତଥ୍ୟ କିପରି ଏକତ୍ର କରାଯାଇଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ୟୁନିଭର୍ସିଟି ୱେବ୍‌ସାଇଟ୍‌ ବିଭିନ୍ନ ସାର୍ବଜନିକ ସ୍ରୋତରୁ ସଂଗ୍ରହ କରିଥିବା ଦାବି କରାଯାଇଛି।

{"id":271923,"sizeSlug":"large"}

ସେହିପରି ନିର୍ଦ୍ଧିଷ୍ଟ ଦିନରେ ନିର୍ଦ୍ଧିଷ୍ଟ ସ୍ଥାନରୁ ସଂଗୃହୀତ ତଥ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରାଯାଇଛି। ସେହିପରି ଏଥିରୁ କେଉଁଟି କନଫର୍ମ କେସ୍ ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ଏଣୁ କୌଣସି ନିର୍ଦ୍ଧିଷ୍ଟ ମାମଲା ଯାଞ୍ଚ ମଧ୍ୟ ସମ୍ଭବ ନୁହେଁ। ତେବେ ଏହି ଡାଟା ବେସ୍ ଏପର୍ଯ୍ୟନ୍ତ ସାର୍ବଜନିକ ହୋଇନଥିବାରୁ କାହା ନଜରକୁ ବି ଆସି ନାହିଁ। ଫରେନ ପଲିସି ଓ ହଣ୍ଡ୍ରେଡ ରିପୋର୍ଟରଙ୍କ ଏନେଇ ରିପୋର୍ଟରେ ଆଟାଲାଣ୍ଟାସ୍ଥିତ ୟୁଏସ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ କୌଣସି ମତ କି ମନ୍ତବ୍ୟ ଦେଇ ନହାନ୍ତି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏପରି କୌଣସି ଡାଟାବେସ୍ ସମ୍ପର୍କରେ ଜାଣି ନଥିବା କହିଛନ୍ତି।

{"id":271924,"sizeSlug":"large"}

ତେବେ କେବଳ ଚୀନ କାହିଁକି ସାରା ବିଶ୍ୱରେ ଏବେ ସଂକ୍ରମିତଙ୍କ ତଥ୍ୟକୁ ନେଇ ଏବେ ଏପରି ସଂକଟ ଦେଖା ଦେଇଥିବା ଜଣାପଡିଛି। କରୋନା ସଂକ୍ରମଣ ଭୟରେ ବିଭିନ୍ନ ଦେଶ ଲକଡାଉନ୍‌ ନୀତି ଆପଣେଇଛନ୍ତି। ଏଣୁ ଲୋକେ ଘରେ ନିଜକୁ ବନ୍ଦୀ କରି ରଖିଥିବା ବେଳେ ପରୀକ୍ଷଣ ଲାଗି ପର୍ଯ୍ୟାପ୍ତ ସୁବିଧା ନଥିବାରୁ ସଂକ୍ରମିତଙ୍କ ଚିହ୍ନଟ ଏବେବି କଷ୍ଟକର ବ୍ୟାପାର ହୋଇ ରହିଛି। ଏଥିରେ ଅନେକ ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ସଂକ୍ରମିତ କି ନା ତାହା ବି ଚିହ୍ନଟ ପ୍ରକ୍ରିୟାରୁ ବାଦ ଦେଇ ଦିଆଯାଉଛି। ଏଣୁ ସଂକ୍ରମିତଙ୍କ ବାସ୍ତବିକ ତଥ୍ୟ ସଂଗ୍ରହ ଏବେ କଷ୍ଟକର ହୋଇପଡିଲାଣି।

{"id":271925,"sizeSlug":"large"}

ସାରା ବିଶ୍ୱ ଏବେ ଗୃବନ୍ଦୀ ଜୀବନ ବିତାଉଥିବା ବେଳେ ଚୀନ ଆଶଆଶଙ୍କାରେ ଲକଡାଉନ୍‌ ହଟାଇଛି। ହେଲେବି ସଂକ୍ରମଣ ପୁଣି ବ୍ୟାପିବା ଓ ଲୋକଙ୍କ ମୃତ୍ୟୁର ଭୟ ଏବେ ବି ଦୂର ହୋଇପାରିନି। ଏଥିରେ କିଛି ଦେଶ ସଂକ୍ରମଣର ଚିକିତ୍ସା ଓ ଟୀକାକରଣର କଥା ବି କହିଲେଣି। ହେଲେ ବଜାରକୁ ପର୍ଯ୍ୟାପ୍ତ ଔଷଧ ଆସି ନଥିବା ଏହି ଭୟର କାରଣ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.