Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

ଚାଲବାଜି ଚଳାଇଛି ଚାଇନା, ସୀମାରେ ଠୁଳ କରୁଛି ସୈନିକ

1/08/2020 at 10:13 PM

ନୂଆଦିଲ୍ଲୀ୧/୮: ଚାଲବାଜି ଚଳାଇଛି ଚାଇନା । ସୀମାରେ ଠୁଳ କରୁଛି ସୈନିକ । ଗଲଓ୍ବନ୍‌ ଏବଂ ପାଙ୍ଗଗ ସୋ ପରେ ଏବେ ଲିପୁଲେଖ ପାସ୍ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା । କୁହାଯାଉଛି ଲିପୁଲେଖର ସେ ପାଖରେ ଚାଇନା ଏକ ବାଟାଲିଅନ ବା ୧ ହଜାର ସୈନ୍ୟ ମୁତୟନ କରିଛି । ଉତ୍ତରାଖଣ୍ଡ ନିକଟରେ ଥିବା ଲିପୁଲେଖ ପାସ୍ ଦେଇ ଶ୍ରଦ୍ଧାଳୁମାନେ କୈଳାସ ମାନସରୋବର ଯାତ୍ରା କରିଥାନ୍ତି ।

ଏହାକୁ ମଧ୍ୟ ଭାରତ, ଚୀନ ଓ ନେପାଳ ଭିତରେ ଟ୍ରାଇ ଜଙ୍କସନ୍‌ ବୋଲି କୁହାଯାଏ । କିଛି ଦିନ ତଳେ କଳାପାଣି ଓ ଲିପୁଲେଖ ଅଞ୍ଜଳକୁ ନେପାଳ ନିଜ ମ୍ୟାପରେ ପ୍ରଦର୍ଶନ କରିଥିବାରୁ  ବିବାଦ ମୁଣ୍ଡ ଟେକିଥିଲା ।ଏବେ ତାର ପାଶ୍ବବର୍ତ୍ତି ଅଂଚଳରେ ପିଏଲଏ ମୁତୟନ ହୋଇଛି ।  ଚାଇନାର ଏଭଳି ମତିଗତିରୁ ଲାଗୁଛି ଯେ ଲଦାଖ ନିକଟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଁ ଦୁଇ ପକ୍ଷର ସେନାଙ୍କ ଭିତରେ ଯେଉଁ କଥାବାର୍ତା ଚାଲିଛି ତାହା ଶୁଣିବା ସ୍ଥିତିରେ ନାହିଁ ସି- ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ଚାଇନା । ସୀମାରେ ଉତ୍ତେଜନା ହ୍ରାସ ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଫଳପ୍ରଦ ହେଲାଭଳି ଲାଗୁନି ।  କାରଣ କେବଳ ଗଲଓାନ ଭ୍ୟାଲିରୁ ପାଟ୍ରୋଲିଙ୍ଗ ପଏଣ୍ଟ ୧୪ରୁ ପଛକୁ ହଟିବା ଛଡା ଚୀନ୍ ସେନା ଏବେବି ପାଙ୍ଗଗ ସୋ ଓ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ବସି ରହିଛି ।

ସେପଟେ ଭାରତ ଚୀନକୁ ସବକ ଶିଖାଇବାକୁ ଉଭୟ ସାମରିକ, ଅର୍ତନୈତିକ ଓ କୂଟନୈତିକ ସ୍ତରରେ ଚାପ ସୃଷ୍ଟି କରୁଛି। । ସୀମାକୁ ପୁଣି ୩୫ ହଜାର ସୈନ୍ୟ ପଠାଇବାକୁ ଚିନ୍ତା କରୁଛି ଭାରତ । ଟିକଟକ୍ ସମେତ ଚାଇନାର ୫୯ ଆପ୍ କୁ ବ୍ୟାନ କରିବାପରେ ଭାରତ ପୁଣି ଏସବୁ ଆପ୍‌ର ୪୭ କ୍ଲୋନ୍ ଆପକୁ ବି ନିଷିଦ୍ଧ ଘୋଷଣା କରିଛି । ଏବେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତରେ ଚାଇନା ଭାଷା ଶିକ୍ଷାକୁ ବି ବନ୍ଦ କରିଦିଆଯାଇଛି ।

ଫ୍ରେଞ୍ଚ, ଜର୍ମାନ, ଜାପାନ ଓ ସ୍ପାନିସ ଭଳି ଭାଷା ଶିଖିବାକୁ ଭାରତରେ ଅନୁମତି ଥିବା ବେଳେ ଚାଇନା ଭାଷା ଶିଖିବା ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ସେପଟେ ଭାରତରେ ଅବସ୍ଥାପିତ ଚାଇନା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ଟୁଇଟର ଯୁଦ୍ଧ ଆରମ୍ଭ ହୋଇଯାଇଛି । ପଡୋଶୀ ଦେଶଙ୍କ ସହ ଚାଇନା ବିବାଦ ସୃଷ୍ଟି କରିବା ସହ ସାଉଥ ଚାଇନାରେ  ଦାଦାଗିରି ଦେଖାଉଛି ବୋଲି ଟୁଇଟ୍ କରି କହିଛନ୍ତି ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରୀ-ଓ-ଫେଆରଓ୍ବେଲ୍‌ ।

ଏମିତିକି ସାମୁଦ୍ରିକ ନିୟମ ପାଇଁ ଥିବା ଆନ୍ତର୍ଜାତୀୟ କନ୍‌ଭେନ୍‌ସନ୍‌ କାନୁନକୁ ବି ମାନୁନି ଚାଇନା । ଏହା ପ୍ରତିବାଦରେ ଭାରତରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ସନ୍ ଓ୍ବେଡିଂ କହିଛନ୍ତି ଚାଇନା ସମସ୍ତ ଆନ୍ତର୍ଜାତୀୟ ନିୟମ ମାନି ଚଳେ ।  ଭାରତରେ ଅବସ୍ଥାପିତ ଚାଇନା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତଙ୍କ  ଏଭଳି ଟୁଇଟର ଯୁଦ୍ଧ ଏବେ ଚର୍ଚ୍ଚାକୁ ଖୋରାକ୍‌ ଯୋଜାଇଛି । ଏ ସମସ୍ତ ପରିସ୍ଥିତିକୁ  ଦେଖିଲେ ଲାଗୁଛି ଆଗକୁ  ଭାରତ ଓ ଚାଇନା ମୁହାଁମୁହିଁ ହେବାକୁ ଯାଉଛନ୍ତି ।

   Related Posts