ଖାଇବା ପିଇବାକୁ ଦେଇ ଚୀନ ତିଆରି କରୁଛି ଅସରପାଙ୍କ ଫୌଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 26, 2018 IST

ବେଜିଂ୨୬|୧୨: ଚୀନ ତିଆରି କରୁଛି ଅସରପାଙ୍କ ଫୌଜ, ଏହି ଫୌଜ ଏକାଠି ବାହାରିଲେ ପୁରା ସହରରେ ହଇଚଇ ସୃଷ୍ଟି ହେବ । ଗୋଟିଏ ସହରକୁ ବରବାଦ କରିବା ପାଇଁ ଏହି ଅସରପା ଫୌଜକୁ ଲାଗିବ ମାତ୍ର କେତୋଟି ମିନିଟ । ତେବେ ଚୀନ କାହିଁକି ତିଆରି କରୁଛି ଅସରପାଙ୍କ ଫୌଜ ।  କାରଣ ଜାଣିଲେ ହେବେ ଆଚମ୍ବିତ । ସୃଜନଶୀଳ ଜୀବନଶୈଳୀ, ଉଦ୍ଭାବନ ଏବଂ ଆବିଷ୍କାର କ୍ଷେତ୍ରରେ ଚୀନ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢିବାରେ ଲାଗିଛି । 

ଚୀନର ସାନନଡଂଗ ସହରରେ ଅସରପାଙ୍କୁ ପ୍ରତିଦିନ ପାଖିପାଖି ୫୦ଟନ ଓଜନର ଖାଇବାକୁ ଦିଆଯାଏ। ଏହି ଓଡନ ଗୋଟେ ୭ ବର୍ଷ ବୟସର ହାତୀର ଓଜନ ସହ ସମାନ। ଅସରପା ମଣିଷଙ୍କ ସ୍ୱାସ୍ଥ ପାଇଁ କ୍ଷତିକାରକ । ସେମାନଙ୍କୁ ସମୂଳେ ନଷ୍ଟ କରିବା ପାଇଁ ବିଶ୍ବର ସବୁ ଦେଶ ଅହରହ ଉଦ୍ୟମ କରୁଥିବାବେଳେ ଚୀନ କାହିଁକି ସେମାନଙ୍କୁ ଖାଇବାକୁ ପିଇବାକୁ ଦେଇ ଯତ୍ନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ ।

wp:gallery {"ids":[67335]} /wp:gallery

ଏହି ଅସରପାଙ୍କୁ ପାଳିବା ପଛରେ ଚୀନର ଖାସ୍ ଉଦ୍ଦେଶ୍ୟ ଅଛି। ଗୋଟେ ଖାସ୍ ରଣନିତୀ ପାଇଁ ଅସରପା ମାନଙ୍କ ପାଳନପୋଷଣ କରାଯାଉଛି ଚୀନରେ। ଅସରପାମାନେ ଏଠାରେ “ୱେଷ୍ଟ ମ୍ୟାନେଜମେଣ୍ଟର” କାମ କରୁଛନ୍ତି। ବଳିଯାଉଥିବା ଖାଦ୍ୟର ପରିଚାଳନା ପାଇଁ ଅସରପା ବେଶ୍ କାମରେ ଲାଗୁଥିବାବେଳେ ଅସରପା ମରିବାପରେ ମଧ୍ୟ ଅନ୍ୟ କାମରେ ଲାଗୁଛନ୍ତି ।

“ଫୁଡ ୱେଷ୍ଟ ମ୍ୟାନେଜମେଣ୍ଟର” ପ୍ରୋସେସରେ ଅସରପାଙ୍କର କ’ଣ କାମ ଆସନ୍ତୁ ଜାଣିବା। 

ଚୀନର ସାନଡଂଗରେ ପ୍ରଚୁର ମାତ୍ରାରେ ଖାଇବା ନଷ୍ଟ ହେବା ହେଉଛି ଅସରପା ପାଳିବାର ମୁଖ୍ୟ ଉଦ୍ଦେଶ୍ୟ।

ବେଜିଂରେ ସବୁ ସମୟରେ ପାଖାପାଖି ୨୫ ହଜାର ଟନ ଖାଇବା ବଳିଯାଏ ବା ନଷ୍ଚ ଖାଦ୍ୟ ବାହାରେ ବଳିଯାଉଥିବା ଏହି ଖାଦ୍ୟର ପରିଚାଳନା ଚୀନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଯାହାର ୱେଷ୍ଟ ମ୍ୟାନେଜମେଣ୍ଟ ସମ୍ଭବ ନୁହଁ। ଏହି କାରଣରୁ ଚୀନ ଅସରପାଙ୍କ ଉତ୍ପାଦନ କରୁଛି। ଅସରପାମାନେ ଏହି ବଳକା ଏବଂ ନଷ୍ଟ ଖାଦ୍ୟ ପଦାର୍ଥଗୁଡିକୁ ଖାଇ ସଫା କରିଦେଇଥାନ୍ତି । ଅନ୍ୟ ପକ୍ଷରେ ଅସରପାମାନେ ମରିବା ପରେ ସେମାନଙ୍କୁ ମଇଁଷିଙ୍କୁ ଖାଇବାକୁ ଦିଆଯାଏ । ଏହା ଖାଇବା ଦ୍ବାରା ପେଟ ରୋଗ ଦୂର ହୋଇଥାଏ । କେବଳ ସେତିକି ନୁହେଁ ମୃତ ଅସରପା ଦେହରେ ଔଷଧୀୟ ଗୁଣ ରହିଛି । ବିଶେଷ କରି ତ୍ବଚା ସୁନ୍ଦର ଓ ମୁଲାୟମ ପାଇଁ ଅସରପାର ଦେହ ରାମବାଣ ସଦୃଶ୍ୟ ହୋଇଥାଏ । ମୃତ ଅସରପା ଦେହରୁ ବିଉଟି ପ୍ରଡକ୍ଟ ମଧ୍ୟ ତିଆରି ହୁଏ।

wp:gallery {"ids":[67336]} /wp:gallery

ଏଥିପାଇଁ ଅସରପାଙ୍କ ଲାଳନ ପାଳନ ହେଉଛି। ସହରରେ ଅଂଧାର ହେବା ଆଗରୁ ଏମାନଙ୍କ ଶବ୍ଦ ଶୁଣାଯାଏ। ପ୍ରତିଦିନ ସହରରେ ବଞ୍ଚିଥିବା ଖାଦ୍ୟ ପଦାର୍ଥ ସାନଡଂଗ କ୍ୟାବିନ ଏଗ୍ରିକଲଚର ଟେକ୍ନୋଲୋଜି ପ୍ଲାଣ୍ଟକୁ ଆସିଥାଏ। ଅସରପାମାନେ ଏଠାରେ ଖାଇବାକୁ ଅପେକ୍ଷା କରିଥାନ୍ତି। ପାଇପ୍ ଦ୍ୱାରା ସେମାନଙ୍କୁ ଖାଇବା ଦିଆଯାଇଥାଏ। ଗୋଟେ ମିନିଟ୍ ମଧ୍ୟରେ ସେମାନେ ଖାଇବା ସଫା କରିଦେଇଥାନ୍ତି।

wp:gallery {"ids":[67337]} /wp:gallery

ଏହି ପ୍ରକ୍ରିୟାଟି ବିଜ୍ଞାନର ଫିକ୍ସନ ଭଳି ହୋଇଥାଏ। ଅସରପାଙ୍କୁ ପାଳିବା ପାଇଁ ସବୁ ସୁବିଧା କରାଯାଇଛି। ଅସରପାଙ୍କୁ ପସନ୍ଦ ଆସିଲା ଭଳି ପରିବେଶ ମଧ୍ୟ ତିଆରି କରାଯାଇଛି। ଆସନ୍ତା ବର୍ଷ ଏମିତି ଆଉ ୩ଟି ପ୍ଲାଣ୍ଟ ତିଆରି କରିବାର ଯୋଜନା କରିଛି ଚୀନ । ଏହାର ମୁଖ୍ୟ ଉଦ୍ଦେଶ୍ୟ, ସହରର ୭ ନିୟୁତ ଲୋକଙ୍କ ବଳିଯାଉଥିବା ଖାଦ୍ୟପଦାର୍ଥ ପରିଚାଳନା। 

wp:gallery {"ids":[67338]} /wp:gallery

 ଅସରପାଙ୍କୁ ପାଳିବାର ଅନ୍ୟ ଏକ କାରଣ ହେଉଛି ସ୍ୱାଇନ ଫ୍ଲୁ। ପୂର୍ବରୁ ନଷ୍ଟ ହେଉଥିବା ଖାଦ୍ୟ ପଦାର୍ଥ ସବୁ ଘୁଷୁରୀ ମାନଙ୍କୁ ଦିଆଯାଉଥିଲା। କିନ୍ତୁ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ସାନଡଂଗ “ଇଂସେକ୍ଟ ଇଂଣ୍ଡଷ୍ଟ୍ରି ଏସୋସିଏସନ” ଅଧ୍ୟକ୍ଷ ଲୀ ୟୁଷେଙ୍ଗଙ୍କ ଅନୁସାରେ ଏହି ପ୍ରକ୍ରିୟାଟି ନଷ୍ଟ ଖାଦ୍ୟ ପଦାର୍ଥ ମ୍ୟାନେଜମେଣ୍ଟ ପାଇଁ ଭଲ।  ଅସରପାଙ୍କ ପ୍ରକ୍ରିୟାକରଣରୁ ଭଲ ପ୍ରୋଟିନ ମିଳିଥାଏ । ମରିଲା ପରେ  ଅସରପାଙ୍କୁ ଅନ୍ୟ ଜୀବ ଜନ୍ତୁଙ୍କୁ ଖାଇବାକୁ ଦିଆଯାଏ। ଅସରପାଙ୍କ ଆୟୁଷ ମାତ୍ର ୬ମାସ ହୋଇଥାଏ। ଅସରପାଙ୍କୁ  ୬ମାସ ପୁରିଥାଏ, ଏମାନଙ୍କୁ ସେଠୁ ବାହାର କରି ସଫା କରାଯାଏ ଓ ଶୁଖା ଯାଏ। ଶୁଖିଲା ପରେ ତାଙ୍କ ପୋଷଣ ବାହାର କରାଯାଏ।

ଲାଭ ଦେଖିଲା ପରେ ଚୀନର ଅନ୍ୟ ବହୁତ ଲୋକ ଅସରପା ପାଳିବାରେ ଏବେ ପୁ଼ଞ୍ଜି ବିନିଯୋଗ କରିବା ଆରମ୍ଭ କରିଛନ୍ତି ।  କିଛି ଲୋକ ଅସରପା ବିକ୍ରୀ କରି ବେଶ ଲାଭବାନ ହେଉଛନ୍ତି ।  ଘୁଷୁରି ଓ ମାଛ ଚାଷ ପାଇଁ ଅସରପା ବେଶ କାମରେ ଲାଗିଥାନ୍ତି ।

wp:gallery {"ids":[67339]} /wp:gallery

ବିଭିନ୍ନ ଔଷଧ କମ୍ପାନୀମାନେ ବହୁମାତ୍ରାରେ ଅସରପା କିଣୁଥିବା ଜଣାପଡିଛି। ଚୀନର ସୁଚାନ ସହରରେ ଥିବା ଗୋଟିଏ ଅସରପା ଫାର୍ମରେ ପାଖାପାଖି ୬ ବିଲିୟନ ଅସରପା ଅଛନ୍ତି। କମ୍ପାନୀ ମ୍ୟାନେଜର ୱେନ ଜିନଗୁଓଙ୍କ ଅନୁସାରେ ପେଟ ରୋଗୀ, ଦାନ୍ତ ରୋଗୀ, କ୍ୟାନ୍ସର ରୋଗୀ ମଧ୍ୟ ଅସରପା ଖାଇପାରିବେ। ପାଳନ ହେଉଥିବା କୋଟିକୋଟି ସଂଖ୍ୟାରେ ଅସରପା ଏକା ସହିତ ବାହାରିଲେ ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯିବ। ତେଣୁ ଏହାକୁ ନଜରରେ ରଖି ଫାର୍ମର ଚାରିପଟେ ବଡ ବଡ ଖାଇ ଓ ପୋଖରୀ ତିଆରି କରାଯାଇଛି । ଏହି ପୋଖରୀରେ ମାଛ ଚାଷ ମଧ୍ୟ ହୋଇଛି । କୌଣସି କାରଣରୁ ଯଦି ଅସରପା ଫାର୍ମରୁ ବାହାରି ପଦାକୁ ଆସିଯାଆନ୍ତି ତାହେଲେ ଖାଇରେ ଥିବା ମାଛମାନେ ଅସରପାକୁ ଖାଇଯାଆନ୍ତି । ଫଳରେ ଏମାନେ ସହର ଭିତରକୁ ପ୍ରବେଶ କରିବା ଆଶଂକା ନଥାଏ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.