ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଲୋକଙ୍କୁ ଦୁଗ୍ଧପାନ ନିମନ୍ତେ ଉତ୍ସାହିତ କରୁଛି ଚୀନ୍

Published By : Prameya-News7 Bureau | July 24, 2020 IST

ବେଜିଂ: କରୋନା ଭାଇରସ ମହାମାରୀର ଉତ୍ପତି ଚୀନ୍‌ରେ ହୋଇଥିଲା। ସଂକ୍ରମଣ ଜଣା ପଡିବା ବେଳକୁ ଅନେକ ଲୋକେ ଆକ୍ରାନ୍ତ ହୋଇ ସାରିଥିଲେ। ସରକାର କୌଣସି ପଦକ୍ଷେର ନେବା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇସାରିଥିଲା। ତେବେ ଚୀନ୍‌ରେ ଏବେ ମହାମାରୀର ଆଉ ପ୍ରକୋପ ନାହିଁ। ହେଲେ ଏଥିରୁ ବର୍ତ୍ତି ଯାଇଥିବା ଲୋକଙ୍କ ରୋଗ ପ୍ରତିଷେଧକ କ୍ଷମତା ଏବେ ପାଲଟିଛି ଚିନ୍ତାର କାରଣ। ଏଣୁ ଲୋକଙ୍କ ଦେହରେ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଇମ୍ୟୁନେ ସିଷ୍ଟମ ପୁଣି ମଜଭୁତ କରିବା ଲାଗି ଏବେ ଗୋ ଦୁଗ୍ଧ ପିଇବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି।

{"id":305078,"sizeSlug":"large"}

ଗାଈ ଖୀରରେ କେବଳ ପ୍ରଚୁର ପ୍ରୋଟିନ ନୁହେଁ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ଅଭିଭାବକଙ୍କୁ ସକାଳ ଜଳଖିଆରେ ପିଲାଙ୍କ ଲାଗି ପ୍ରଚୁର ଗୋ ଦୁଗ୍ଧ ସାଙ୍ଗକୁ ଅଣ୍ଡା ଉପଲବ୍ଧ କରିବା ସହ ସେମାନଙ୍କୁ ଖୁଆଇବା ଲାଗି ଉତ୍ସାହିତ କରାଯାଉଛି। କେବଳ ପିଲା ନୁହଁନ୍ତି ବଡମାନଙ୍କୁ ମଧ୍ୟ ପ୍ରଟୁର ଦୁଗ୍ଧପାନ କରିବା ଲାଗି ସାଂଘାଇ ହୁଆସାନ ହସ୍ପିଟାଲର ସଂକ୍ରାମକ ରୋଗ ବିଭାଗର ଡାକ୍ତର ଝାଙ୍ଗ ବେନହୋଙ୍ଗ କହିଛନ୍ତି।

{"id":305079,"sizeSlug":"large"}

ତେବେ ଡା.ଝାଙ୍ଗଙ୍କ ଏଭଳି ପରାମର୍ଶ ପଛରେ ନ୍ୟାସନାଲ ପ୍ୟୁପିଲସ କଂଗ୍ରେସର ନିଷ୍ପତ୍ତି ମଧ୍ୟ ରହିଛି। ଗତ ଦିନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଦୁଗ୍ଧପାନକୁ ଜାତୀୟ ଷ୍ଟ୍ରାଟେଜିରେ ସାମିଲ କରିବା ଲାଗି ସାଂସଦମାନେ ଦାବି କରିଥିଲେ। ଏଥିରେ ପ୍ରତି ବ୍ୟକ୍ତି ଦୈନିକ ଅନୁନ୍ୟ ୩୦୦ ମିଲି ଦୁଗ୍ଧ ନିଶ୍ଚିତ କରିବା ଲାଗି ଦାବି ହୋଇଥିଲା। ଯାହାକୁ ନେଇ ପରେ ସୋସିଆଲ ମିଡିଆରେ ଖୁବ୍ ତର୍କ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.