Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସୀମାରେ ୧୯୬୨ ଭଳି କାର୍ଯ୍ୟକଳାପ କରୁଛି ଚୀନ, ଗଲଓ୍ୱାନ ନଦୀରେ ଲଗାଇଲା ଟେଣ୍ଟ୍, ଭାରତୀୟ ସେନା ସଜାଗ

17/05/2020 at 4:30 PM

ନୂଆଦିଲ୍ଲୀ, ୧୭|୦୫:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଗତ କିଛି ଦିନ ହେବ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିଜ ଗତିବିଧୀ ବଢାଇ ଦେଇଛି । ଏହାକୁ ଦେଖି ଭାରତ ମଧ୍ୟ ସତର୍କ ହୋଇଯାଇଛି ।

ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚୀନ ଲଗାତାର ଏଲଏସିରେ ୧୯୬୨ ଭଳି ଗତିବିଧି ବଢାଇ ଦେଇଛି । ଏଠାରେ ଚୀନ ନିଜ ସୈନିକଙ୍କୁ ବଢାଇ ଦେଇଛି । ଯେଉଁ ଅଞ୍ଚଳରେ ଚୀନ ନିଜ ଅଧିକ ସୈନିକ ମୁତୟନ କରିଛି ସେଠାରେ ପୂର୍ବରୁ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଭାରତ ମଧ୍ୟ ଏଠାରେ ସୁରକ୍ଷା ଦୃଷ୍ଟିରୁ ଅଧିକ ଯବାନଙ୍କୁ ପଠାଇଛି ।

କୁହାଯାଉଛି ଯେ, ଗଲଓ୍ୱାନ ନଦୀ ନିକଟରେ ଚୀନ ସୈନିକ ଟେଣ୍ଟ୍ ଲଗାଇବା ସହ ଏକ ବ୍ୟାନର ମଧ୍ୟ ମାରିଛନ୍ତି । ସେମାନେ ଏହି ଅଞ୍ଚଳକୁ ନିଜର କହି ବ୍ୟାନରରେ ଉଲ୍ଲେଖ କରିଛନ୍ତି । ଏହି ଟେଣ୍ଟ୍ ଲଗାଇବା ପରେ ଉଭୟ ଦେଶର ସେନା ମଧ୍ୟରେ ତିକ୍ତତା ବଢିଯାଇଛି । ଚୀନ ଏହି ଅଞ୍ଚଳରେ କିଛି ନିର୍ମାଣ କାମ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି ।  

ଏହି ପରିସ୍ଥିତିକୁ ନଜରରେ ରଖି ନୂଆଦିଲ୍ଲୀରେ ନ୍ୟାଶନାଲ ସିକ୍ୟୁରିଟୀ କାଉନସିଲ୍ ବୈଠକ କରିଛି । ଏହା ଭାରତ ସହ ତିକ୍ତରା ବୃଦ୍ଧି କରିବା ପାଇଁ ଚୀନର ଏକ ଚାଲ୍ ବୋଲି ଅନେକ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।

   Related Posts