ଭାରତ-ଚୀନ୍ ସୀମା ବିବାଦ : ଆଲୋଚନା ମଧ୍ୟରେ ଚୀନ୍ ସେନାର ଯୁଦ୍ଧାଭ୍ୟାସ, ଭିଡିଓ ଜାରି କଲା ଚାଇନିଜ୍ ସେଣ୍ଟ୍ରାଲ୍ ଟିଭି

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଭାରତ-ଚୀନ ସୀମା ବିବାଦ ସୁଧାରିବା ପାଇଁ ଉଭୟ ଦେଶ ଆଲୋଚନା କରିଥିଲେ ସୁଦ୍ଧା ଚୀନ ସେନା ଲଗାତାର ଯୁଦ୍ଧ ପ୍ରସ୍ତୁତି କଲାଭଳି ଜଣାପଡୁଛି | ତିବ୍ବତ ସୀମାରେ ରାତିରେ ଯୁଦ୍ଧାଭ୍ୟାସ କରିବା ପରେ ବର୍ତ୍ତମାନ ଚୀନ ଉତ୍ତର-ପଶ୍ଚିମ ଅଞ୍ଚଳରେ ମଧ୍ୟ ଯୁଦ୍ଧାଭ୍ୟାସ କରିଛି | ଚୀନର ସରକାରୀ ମିଡ଼ିଆ ଲଗାତାର ଚୀନ ସେନାର ଯୁଦ୍ଧାଭ୍ୟାସର ଭିଡିଓ ସେୟାର କରୁଛି ଯେପରିକି ଭାରତ ଉପରେ ଚାପ ପଡେ |

ଚୀନର ସରକାରୀ ମିଡ଼ିଆ ଗ୍ଲୋବାଲ ଟାଇମ୍ସ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ହଜାର ହଜାର ସେନା ପାହାଡ ଉପରେ ଓ ଦୁର୍ଗମ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରୁଥିବା ନଜର ଆସିଛି | ଚାଇନା ସେଣ୍ଟ୍ରାଲ ଟେଲିଭିଜନ ମଧ୍ୟ କହିଛି ଯେ, ପିଏଲଏ ଏୟାରଫୋର୍ସର ଏୟାରବର୍ନ ବ୍ରିଗେଡ ହୁବେଇ ଅଞ୍ଚଳରୁ ହଜାର ହଜାର କିମି ଦୂର ଉତ୍ତର-ପଶ୍ଚିମ ଚୀନ ସୀମାରେ ଏକ ଅଜ୍ଞାତ ସ୍ଥାନରେ ଯୁଦ୍ଧାଭ୍ୟାସ କରୁଥିଲେ | ଏହା ପୂର୍ବରୁ ପିପୁଲସ ଲିବେରିସନ ଆର୍ମି ତିବ୍ବତ କମାଣ୍ଡ ଉଚ୍ଚ ଅଞ୍ଚଳରେ ରାତ୍ରି ସମୟରେ ଯୁଦ୍ଧାଭ୍ୟାସ କରୁଥିଲେ | ଏହି ଯୁଦ୍ଧ ଅଭ୍ୟାସର ଲକ୍ଷ୍ୟ ଦୁର୍ଗମ ଅଞ୍ଚଳରେ ଯୁଦ୍ଧ ପ୍ରଶିକ୍ଷଣ ଓ ରାତିରେ ହମଲା କରିବା ଉପରେ କେନ୍ଦ୍ରିତ ଥିଲା | ଏହି ଯୁଦ୍ଧାଭ୍ୟାସ ସମୁଦ୍ରତଟରୁ ୪୭୦୦ ମିଟର ଉଚ୍ଚ ତିବ୍ବତ ସୀମା ନିକଟରେ କରାଯାଉଥିଲା |

ଚୀନ ସେନା ଭାରତ ନିକଟବର୍ତ୍ତୀ ତିବ୍ବତ ସୀମା ନିକଟରେରେ ଯୁଦ୍ଧାଭ୍ୟାସ କରୁଛି | ଚୀନ ତିବ୍ବତ ମିଲିଟାରୀ କମାଣ୍ଡ କେବଳ ପାହାଡ ଉପରେ ଲଢ଼ିବା ପାଇଁ ଉପଜିଗ ହେଉଥିବା ଅସ୍ତ୍ର ପଠାଇନି ବରଂ ରାତିରେ ଜଙ୍ଗଲରେ କିଭଳି ଯୁଦ୍ଧ କରାଯିବ ତାହା ମଧ୍ୟ ଅଭ୍ୟାସ କରାଯାଉଛି | ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ଗୋଟେ ବେଳେ ପୁରା ବାଟାଲିୟନ ତିବ୍ବତର ତଙ୍ଗୁଲୀୟ ମାଉଣ୍ଟେନ ଆଡକୁ ଟାର୍ଗେଟ କରି ଯୁଦ୍ଧାଭ୍ୟାସ କରୁଛି | ଏହି ସମୟରେ ସମସ୍ତ ଗାଡି ନିଜର ଲାଇଟ ବନ୍ଦ ରଖିଥିଲେ ଏବଂ ନାଇଟ ଭିଜନ ଡିଭାଇସ ଜରିଆରେ ଯୁଦ୍ଧ ଅଭ୍ୟାସ କରୁଥିଲେ | ଅନ୍ଧାରରେ ଯୁଦ୍ଧ କରିବାର ସବୁଠାରୁ ବଡ ଫାଇଦା ହେଲା ଦ୍ରୋଣ ହଲଵାରୁ ରକ୍ଷା ପାଇହୁଏ |

ରବିବାର ଦିନ ବିଦେଶ ମନ୍ତ୍ରାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଛୀନ ଶାନ୍ତିର ସହ ବିବାଦ ସମାଧାନ କରିବାକୁ ପ୍ରସ୍ତୁତ ଅଛି ଓ ପୂର୍ବ ଲଦାଖରେ ସେନା ମଧ୍ୟରେ ସମସ୍ୟା ସମାଧାନ କରିବାକୁ ଭାରତ ଓ ଚୀନ ମଧ୍ୟରେ ଶନିବାର ଦିନ ଲେଗତେନେଣ୍ଟ ଜେନେରାଲ ଲେବଲର ସଂୟ କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ବୈଠକ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ କହିଥିଲା ଯେ ଉଭୟ ପକ୍ଷ କୂଟନୀତିଜ୍ଞ ସମ୍ପର୍କର ୭୦ତମ ବାର୍ଷିକୀକୁ ମଧ୍ୟ ମନେପକାଇଥିଲା |

wp:core-embed/twitter {"url":"https://twitter.com/i/status/1269567756287897601","type":"rich","providerNameSlug":"twitter","className":""}
https://twitter.com/i/status/1269567756287897601
/wp:core-embed/twitter

ସେପଟେ ଭାରତୀୟ ରକ୍ଷା ବିଶ୍ଳେଷକ ନିତିନ ଗୋଖଲେ ଟ୍ୱିଟ କରି କହିଥିଲେ ଯେ, 'ଚୀନ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଯେ ତାଙ୍କ ସେନା ଉଚ୍ଚ ପାହାଡିଆ ଅଞ୍ଚଳରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି | ଏହି ସମୟରେ ଆମକୁ ମଧ୍ୟ ତାଙ୍କ ସହ ଖେଳିବା ଉଚିତ |' ଭାରତର ଚୀନ ବିଶେଷଜ୍ଞ ବ୍ରହ୍ମ ଚେଲାନି ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ଚୀନ ପ୍ରତି ବନ୍ଧୁତାର ହାତ ବଢ଼ିଥିଲା | କିନ୍ତୁ ଚୀନର କମ୍ୟୁନିଷ୍ଟ ଶାସକ ଲାଦଖରେ ଆକ୍ରମଣତା ଦେଖାଇଛନ୍ତି | ଏହି ଘଟଣା ମାଓର ୧୯୬୨ ସୈନ୍ୟ ଆକ୍ରମଣକୁ ମନେପକାଇଛି | ଭାରତକୁ ସତର୍କ ରହିବ ଉଚିତ |

ଚାଇନିଜ ସେଣ୍ଟ୍ରାଲ ଟିଭି ସୋମବାର ଦିନ ଏକ କାର୍ଯ୍ୟକ୍ରମ ଜରିଆରେ ଏହି ଯୁଦ୍ଧ ଅଭ୍ୟାସ ସମ୍ପର୍କରେ ସୂଚନା ଦେଇଛି | ଏହି ଅଭ୍ୟାସରେ ଯୁଦ୍ଧ, ସ୍ନଇପାର ଆଟାକ, ଲାଇଟ ଆର୍ମଡ଼ ଭାଇକିଲ ଆଟାକ ଏବଂ ଆଣ୍ଟି ଟ୍ୟାଙ୍କ ରକେଟ ଜରିଆରେ ହମଲା ଅଭ୍ୟାସ କରାଯାଇଥିଲା | ଏହି ଅଭ୍ୟାସରେ ଶତ୍ରୁର ଅଜ୍ଞାତରେ ବେସ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିବା ଓ ତାକୁ ନଷ୍ଟ କରିବା ଟ୍ରେନିଂ ଦିଆଯାଇଥିଲା | ଏହି ଅଭ୍ୟାସ ସମୟରେ ୨ ହଜାରରୁ ଅଧିକ ମୋର୍ଟାର, ରାଇଫଲ ଗ୍ରେନେଡ଼, ଆଣ୍ଟି ଟ୍ୟାଙ୍କ ରକେଟ ବ୍ୟବହାର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.