Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗଲଓ୍ଵାନରେ ୪୨୩ ମିଟର ଭାରତୀୟ ଅଞ୍ଚଳ ଭିତରକୁ ପଶି ଆସିଛି ଚୀନ, ପକାଇଛି ୧୬ ଟେଣ୍ଟ: ଉପଗ୍ରହ ଛବିରୁ ମିଳିଛି ଗୁରୁତ୍ଵପୂର୍ଣ୍ଣ ସୂଚନା

29/06/2020 at 7:42 PM

ନୂଆଦିଲ୍ଲୀ ୨୯।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଦୁଇ ସେନା ଦୀର୍ଘ ଦିନ ହେବ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହା ମଧ୍ୟରେ ଗଲଓ୍ଵାନ ଘାଟିରେ ଚୀନ ସେନା ଭାରତୀୟ କ୍ଷେତ୍ରରେ ୪୨୩ ମିଟର ଭିତରକୁ ପଶି ଆସିଛନ୍ତି। ୧୯୬୦ରେ ଦାବି କରୁଥିବା ସ୍ଥାନଠୁ ଯଥେଷ୍ଟ ଆଗକୁ ମାଡି ଆସିଛି ଚୀନ। NDTVକୁ ମିଳିଥିବା ଜୁନ ୨୫ର ଉଚ୍ଚକ୍ଷମତା ସଂପନ୍ନ ଉପଗ୍ରହ ଫଟୋରେ ଜଣା ପଡୁଛି ଯେ, ଭାରତୀୟ କ୍ଷେତ୍ରର ଏହି ୪୨୩ ମିଟର ଅଞ୍ଚଳରେ ଚୀନର ୧୬ ଟେଣ୍ଟ, ତିରପାଲ, ବଡ ସେଲଟର ଏବଂ ଅତି କମରେ ୧୪ଟି ଗାଡି ନଜର ଆସୁଛି।

୧୯୬୦-୬୧ରେ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ଜାରି ଦସ୍ତାବିଜରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ଏହି ସମୟରେ ଭାରତ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନ ଓ ଏହା ଉପରେ ଚୀନର ଜବାବ ଉଲ୍ଲେଖ ରହିଛି। ଏଥିରେ ଗଲଓ୍ଵାନ ଅଞ୍ଚଳ ଭାରତର ବୋଲି ଉଲ୍ଲେଖ ରହିଛି। ହେଲେ ଏବେ ଚୀନ ଉକ୍ତ ଅଞ୍ଚଳରେ ଭିତରକୁ ମାଡି ଆସିଥିବା ଉପଗ୍ରହ ଛବିରୁ ଜଣା ପଡିଛି।

ଗୁଗଲ ଅର୍ଥ ପ୍ରୋରେ ଯଦି ଏହାକୁ ଭଲ ଭାବେ ନୀରିକ୍ଷଣ କରାଯାଏ, ତେବେ ଗଲଓ୍ଵାନ ଉପତ୍ୟକାରେ ଏହି ରେଖାର ସଠିକ୍ ଜାଗାକୁ ଦେଖା ଯାଇ ପାରିବ। ଛବି ଅନୁଯାୟୀ ଉତ୍ତର ଇଲାକା ଭାରତୀୟ କ୍ଷେତ୍ରରେ ରହିବା ଉଚିତ୍। ମାତ୍ର ସାଟେଲାଇଟ୍ ଛବି ଅନୁଯାୟୀ ଏହା ସ୍ପଷ୍ଟ ଭାବେ ଚୀନ ପକ୍ଷରୁ ଅନୁପ୍ରବେଶ ହୋଇଛି। ଗୁଗଲ ଅର୍ଥ ପ୍ରୋରେ ଥିବା ମେଜରମେଣ୍ଟ ଟୁଲ୍‌ ଇସାରା କରୁଛି ଯେ, ଚୀନ ଗଲଓ୍ଵାନ ନଦୀ କୂଳ ସହିତ ନିଜ ଦାବିଠୁ ଉତ୍ତରରେ ଆହୁରି ୪୨୩ କିଲୋମିଟର ଭାରତୀୟ ଅଞ୍ଚଳକୁ ପଶି ଆସିଛି।

ପୂର୍ବତନ ବୈଦେଶିକ ସଚିବ ନିରୁପମା ରାଓ କହିଛନ୍ତି, ଚୀନ ବିସ୍ତାରବାଦୀ ନୀତି ଆପଣେଇଛି। ନିଜର ଦାବିଠୁ ଢେର ଭିତରକୁ ଚୀନ ଅନୁପ୍ରବେଶ କରିଛି। ଅଧିକାରୀ ଆଲୋଚନାରେ ମଧ୍ୟ ଅନୁପ୍ରବେଶ କରିଥିବା ଇଲାକାକୁ ଭାରତର ବୋଲି ଦର୍ଶାଯାଇଥିଲା। ନିଜ କାର୍ଯ୍ୟକାଳ ସମୟରେ ନିରୂପମା ରାଓ ଭାରତ-ଚୀନ ସୀମା ବାର୍ତ୍ତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ରବିବାର ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଚୀନର ନାମ ନନେଇ କହିଥିଲେ ଯେ, ଲଦାଖରେ ଭାରତ ଆଡକୁ ଆଖି ଉଠାଉଥିବା ଲୋକଙ୍କୁ ଦୃଢ ଜବାବ ମିଳିଛି। ଭାରତ ମିତ୍ରତା ନିଭାଇବା ଜାଣିଛି ଏବଂ ଆଖିରେ ଆଖି ମିଶାଇ ଜବାବ ଦେବା ମଧ୍ୟ ଜାଣିଛି। ଜୁନ ୨୭ରେ ଚୀନରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ କହିଥିଲେ, ଏହି ପ୍ରସଙ୍ଗର ସମାଧାନ ଆମ ଦୃଷ୍ଟିକୋଣରୁ ବହୁତ ସରଳ। ଚୀନ ପକ୍ଷଙ୍କୁ ଭାରତୀୟ ସୈନିକଙ୍କ ସାଧାରଣ ପାଟ୍ରୋଲିଂରେ ବାଧା ଦେବାର କୌଣସି ଆବଶ୍ୟକତା ନାହିଁ।

ଜୁନ ୧୫ରେ ୫୩ ବର୍ଷରେ ପ୍ରଥମ ଥର ଭାରତୀୟ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଜଣେ କର୍ଣ୍ଣେଲ ମଧ୍ୟ ସାମିଲ। ସେନା ସୂତ୍ର ଅନୁଯାୟୀ ଚୀନର ମଧ୍ୟ ଜଣେ କର୍ଣ୍ଣେଲ ସହିତ ଅତି କମରେ ୪୫ ସୈନିକ ପ୍ରାଣ ହରାଇଛନ୍ତି। ଏହି କ୍ରମରେ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ତୃତୀୟ ଥର କମାଣ୍ଡରସ୍ତରୀୟ ବୈଠକ ହେବାକୁ ଯାଉଛି।

   Related Posts